ବୌଦ୍ଧରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ - Deva Snana Purnima 2024

By ETV Bharat Odisha Team

Published : Jun 22, 2024, 10:53 PM IST

thumbnail
Deva Snana Purnima 2024 (ETV Bharat Odisha)

Deva Snana Purnima 2024: ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲା ସଦର ମହକୁମାଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ସ୍ନାନଯାତ୍ରା ।  ସ୍ନାନଯାତ୍ରା ଅବସରରେ ଶ୍ରୀଜିଉଙ୍କୁ ବ୍ରାହ୍ମଣ ସେବାୟତମାନେ ୧୦୮ ଗରା ପବିତ୍ର ଜଳରେ ସ୍ନାନ ବିଧି ସମାପନ କରିଥିଲେ । ତେବେ ବଡ଼ ଠାକୁରଙ୍କ ସବୁଠାରୁ ବଡ ଯାତ୍ରା ଭାବରେ ପରିଚିତ ଘୋଷଯାତ୍ରା । ତା ପୂର୍ବରୁ ସ୍ନାନଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହୋଇଥାଏ । ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଆନନ୍ଦ ଓ ଶ୍ରଦ୍ଧାର ସହିତ ସ୍ନାନ ଉତ୍ସବ ପାଳନ କରାଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ... ତୁଳସୀ କ୍ଷେତ୍ରରେ ସ୍ନାନ ଉତ୍ସବ, ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ - DEVA SNANA PURNIMA IN KENDRAPARA

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ୍ଦିର ପରିସରରେ ଥିବା ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା । ବ୍ରାହ୍ମଣ ସେବାୟତମାନେ ନିକଟରେ ପ୍ରବାହିତ ମହାନଦୀରୁ ୧୦୮ ଗରା ପବିତ୍ର ଜଳ ଆଣି ନୀତିକାନ୍ତି ସହିତ ପୂଜାର୍ଚ୍ଚନା ପରେ ଠାକୁରମାନଙ୍କୁ ସ୍ନାନ କରାଯାଇଥିଲା । ଏହି ଦୁର୍ଲଭ ସ୍ନାନ ଉତ୍ସବକୁ ଦର୍ଶନ ପାଇଁ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ଭକ୍ତ ଶ୍ରଦ୍ଧାଳୁ ମାନେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇଥିଲେ । ଠାକୁରଙ୍କ ସ୍ନାନ ଯାତ୍ରା ସମାପନ ପରେ ବିଗ୍ରହଙ୍କ ଗଜାନନ ବେଶ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.