ହରିବୋଲି ହୁଳହୁଳିରେ କମ୍ପିଲା ଇସ୍କନ, ଭୁବନେଶ୍ବରବାସୀ ପାଳିଲେ ଦେବସ୍ନାନ ପୂର୍ଣ୍ଣିମା - Deva Snana Purnima at Iskon Temple

By ETV Bharat Odisha Team

Published : Jun 22, 2024, 5:33 PM IST

thumbnail
Deva Snana Purnima (ETV Bharat Odisha)

Deva Snana Purnima 2024: ଭୁବନେଶ୍ବର: ଆଜି ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବିଶ୍ଵନିଅନ୍ତା ଜଗନ୍ନାଥ ଆଜିର ଦିନରେ ଭାଇ ଭଭଉଣୀଙ୍କୁ ଧରି ସ୍ନାନ କରିଛନ୍ତି । ଭୁବନେଶ୍ୱରର ଇସ୍କନ ମନ୍ଦିର ପରିସରରେ ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ରୀତିନୀତି ଅନୁସାରେ ସକାଳ ନୀତିକାନ୍ତି ସରିବା ପରେ ପହଣ୍ଡି କରି ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ  ସ୍ନାନବେଦୀକୁ ଅଣାଯାଇଥିଲା।  

ଏହା ମଧ୍ୟ ପଢ଼ନ୍ତୁ... ପାତଳୀ ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ - Snana Yatra 2024

ସେଠାରେ ସ୍ନାନଯାତ୍ରାର ନୀତିକାନ୍ତି ସରିବା ପରେ ସୁଗନ୍ଧିତ ତୈଳ ଲଗାଇ ସୁବାସିତ ଜଳ, କ୍ଷୀର, ମହୁ, ଗୁଡ଼, ଦହିରେ ୩ ଠାକୁରଙ୍କ ସ୍ନାନ କରା ଯାଇଥିଲା। ସ୍ନାନ ସରିବା ପରେ ଶେଷରେ ପୁଷ୍ପ ବର୍ଷା କରାଯାଇଥିଲା। ଆଉ ଚତୁର୍ଦ୍ଧା ମୁରତିଙ୍କର ଏହି ଅପୂର୍ବ ସ୍ନାନଯାତ୍ରା ଦେଖି ଭାବ ବିହୁଳ ହୋଇଥିଲେ ଭକ୍ତ । ଏହି ସମୟରେ ଜଗନ୍ନାଥ ପ୍ରେମରେ ହଜି ଯାଇଥିଲେ ଶ୍ରଦ୍ଧାଳୁ। ହରେ କୃଷ୍ଣ, ହରେ ରାମ ଗାନ ସହ ପ୍ରଭୁଙ୍କ ନାମ କୀର୍ତ୍ତନ ଓ ଦିବ୍ୟ ଦର୍ଶନ କରି ଅପାର କୃପା ଲାଭ କରିଥିଲେ ଭକ୍ତ। ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହୋଇ ଉଠିଥିଲା ଇସ୍କନ ପରିସର । ଆଉ ଆଜିର ପବିତ୍ର ଦିନରେ ପ୍ରଭୁଙ୍କର ଦର୍ଶନ ସହ ଚରଣାମୃତ ପାନ କରି ପରମାନନ୍ଦ ଲାଭ କରିଛନ୍ତି ଶ୍ରଦ୍ଧାଳୁ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.