thumbnail

ବାତ୍ୟା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଜୋରଦାର

By ETV Bharat Odisha Team

Published : 7 hours ago

ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ନେଇ ଜଗତସିଂହପୁରରେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ। ଓଡି଼ଶାରେ ବାତ୍ୟା ହିଟ୍ କରିବାର ସମ୍ଭାବନା ରହିଥିବାରୁ ଉପକୂଳ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ। ଜଗତସିଂହପୁର ଜିଲ୍ଲାରେ ପ୍ରବଳ ପବନ ବହିବା ସହିତ ଭାରି ବର୍ଷା ହେବାର ସମ୍ଭାବନା ରହିଛି । ସମସ୍ତ 8 ଟି ବ୍ଲକର ବିଡିଓ, ତହସିଲଦାର ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଜେ ସୋନାଲ । ଜିଲ୍ଲାପାଳ କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ପାରାଦ୍ୱୀପର ମତ୍ସ୍ୟଜୀବୀମାନଙ୍କୁ ଆଜି ଆଜି ସୁଦ୍ଧା ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିବ ବେଳେ ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିଭଳି ତଳିଆ ଅଞ୍ଚଳ ଭାବରେ ପରିଚିତ କୁଜଙ୍ଗ, ବାଲିକୁଦା, ଏରସମା, ଓ ପୁରୀ ଜିଲ୍ଲାକୁ ଲାଗିଥିବା ନାଉଗାଁ ବ୍ଲକରେ ଓଡ୍ରାଫ ଓ NDRF ଟିମକୁ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାର ବ୍ୟବସ୍ଥା କରାଯାଇଛି। 

ଏହା ବି ପଢନ୍ତୁ...ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

"ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଶୁଖିଲା ଖାଦ୍ୟ, ଚୁଡା, ଗୁଡ଼ ବିସ୍କୁଟ, କିରାସିନି ଆଦି ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଯୋଗାଣ ବିଭାଗକୁ ପ୍ରର୍ଯ୍ୟାପ୍ତ ପରିମାଣରେ ଚୁଡା, ଗୁଡ଼, ମହାମ ବତୀ, କିରାସିନି ଆଦି ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦିଆଯାଇଛି" ବୋଲି କହିଛନ୍ତି ଜିଲ୍ଲାପାଳ । ବାତ୍ୟା ପୂର୍ବରୁ ଗର୍ଭବତୀ ମହିଳାମାନେ ସ୍ଥାନୀୟ ଡାକ୍ତରଖାନାରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। 

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.