ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ, ୧୨ ଘଣ୍ଟିଆ ଧାରଣା ଦେଲେ ଅଞ୍ଚଳବାସୀ - Protest For Road Construction
🎬 Watch Now: Feature Video
Published : Feb 19, 2024, 4:12 PM IST
12 Hours Road Block Protest : ଭବାନୀପାଟଣା: ରାସ୍ତା ପାଇଁ ହୋଇଛି ରାସ୍ତାରୋକ । ଆନ୍ଦୋଳନରେ ବସିଛନ୍ତି ସ୍ଥାନୀୟ ବାସିନ୍ଦା । କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକରେ ଘଟିଛି ଏପରି ଘଟଣା । ଜୟପାଟଣା ବ୍ଲକ ବାନେର ଠାରୁ କୋକସରା ବ୍ଲକର ଲଡୁଗାଁକୁ ଯାତାୟାତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିବା ବେଳେ ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଟେଣ୍ଡର ପାଇଥିବା ଠିକା ସଂସ୍ଥା କାମ ଆରମ୍ଭ କରି ନାହିଁ ।
ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆଜି ଜୟପାଟଣା କୋକସରା ରାସ୍ତାକୁ ବାନେରେ ନିକଟରେ ସ୍ଥାନୀୟ ଲୋକେ ବିରୋଧ କରି ରାସ୍ତା ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ ।
ଏହା ମଧ୍ୟ ପଢନ୍ତୁ ... ଦୁର୍ଘଟଣା ପରେ ବାଇକ ଚାଳକଙ୍କୁ ପିଟି ପିଟି ହତ୍ୟା ! ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ
ସକାଳୁ ଆରମ୍ଭ ହୋଇଥିବା ଏହି ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ଠପ୍ ହୋଇଥିବା ବେଳେ ଖବର ପାଇ ଧର୍ମଗଡ ଉପ-ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ଜାରି ରଖିଥିବା ଜଣାପଡିଛି । ଗମନାଗମନକୁ ସୁଗମ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ମଞ୍ଜୁର କରୁଥିବା ବେଳେ ଟେଣ୍ଡର ମାଧ୍ୟମରେ ଠିକାଦାର କାମ କରୁଛନ୍ତି । ହେଲେ ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଅନେକ ସ୍ଥାନରେ ରାସ୍ତା କାମ ହୋଇପାରୁ ନାହିଁ । ଯାହାକୁ ନେଇ ଜନସାଧାରଣ ମନରେ ଅସନ୍ତୋଷ ଦେଖା ଦେଇଛି ।
ଇଟିଭି ଭାରତ, କଳାହାଣ୍ଡି