ETV Bharat / technology

WhatsApp ଆଣିପାରେ ଷ୍ଟିକର ପ୍ୟାକ୍‌ ସେୟାରିଂ ଫିଚର; କ୍ରିଏଟ୍‌ କରିପାରିବେ ନିଜ ପସନ୍ଦର ଷ୍ଟିକର

ହ୍ବାଟ୍ସଆପ୍‌ ଷ୍ଟିକର ପ୍ୟାକ୍‌ ସେୟାରିଂ ଫିଚର ଉପରେ ପରୀକ୍ଷା କରୁଛି । ଏହି ଷ୍ଟିକର ଲାଗୁ ହେଲେ ୟୁଜର ନିଜ ପସନ୍ଦର ଷ୍ଟିକର କ୍ରିଏଟ ସହ ଏହି ଷ୍ଟିକର ପ୍ୟାକ୍‌କୁ ସେୟାର କରିପାରିବେ ।

WhatsApp
WhatsApp (File Photo)
author img

By ETV Bharat Tech Team

Published : 3 hours ago

ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ଏକ ନୂଆ ଫିଚର ଉପରେ ପରୀକ୍ଷଣ କରୁଛି । ଏହି ଫିଚର କାର୍ଯ୍ୟକାରୀ ହେଲେ ୟୁଜର ଷ୍ଟିକର କ୍ରିଏଟ ସହିତ ଏହାକୁ ଆପ୍‌ରେ ନିଜ ବନ୍ଧୁ ପରିଜନଙ୍କ ସହିତ ସେୟାର କରିବାର ସୁବିଧା ପାଇବେ । ୟୁଜରମାନେ ମଜାଦାର ଚାଟିଂ ପାଇଁ ଷ୍ଟିକର ବ୍ୟବହାର କରିଥାନ୍ତି । ନିଜର ଭାବନାକୁ ଶବ୍ଦରେ ପ୍ରକାଶ କରିନପାରିଲେ ଷ୍ଟିକରର ବ୍ୟବହାର କରନ୍ତି । ଏବେ ଆପ୍‌ ବ୍ୟବହାରକାରୀମାନେ ହ୍ବାଟ୍ସଆପ୍‌ ଦ୍ବାରା କ୍ରିଏଟ ହୋଇଥିବା ଷ୍ଟିକର ନଚେତ ଥାର୍ଡ ପାର୍ଟି ଷ୍ଟିକର ପ୍ୟାକ୍‌କୁ ଆପ୍‌ରେ ବ୍ୟବହାର କରୁଛନ୍ତି ।

WhatsAppର ନୂଆ ଫିଚର:-

  • ଏହି ନୂଆ ଫିଚର ୟୁଜରଙ୍କୁ ଆପ୍‌ରେ ନିଜ ପସନ୍ଦର କୌଣସି ଷ୍ଟିକର କ୍ରିଏଟ କରିବାକୁ ଅନୁମତି ଦେବ ।
  • ଏହା ସହିତ କୌଣସି ଏକ ଷ୍ଟିକରକୁ ୟୁଜର ଅନ୍ୟ ୟୁଜରଙ୍କ ସହିତ ସେୟାର ମଧ୍ୟ କରିପାରିବେ ।
  • ପୂର୍ବରୁ ଆମେ 'Favourites' ଫିଚର ମାଧ୍ୟମରେ ବନ୍ଧୁଙ୍କ ଦ୍ବାରା ପଠାଯାଇଥିବା ଷ୍ଟିକରକୁ ନିଜ ପାଖରେ ସେଭ୍‌ କରି ରଖିପାରୁଥିଲେ ।
  • ରିପୋର୍ଟ ଅନୁସାରେ ଏହି ନୂଆ ଫିଚର Android 2.24.25.2 ଅପଡେଟ୍‌ ୟୁଜରଙ୍କ ଲାଗି ଲାଗୁ କରାଯାଇଛି ।
  • ଏହି ଫିଚର ଦ୍ବାରା ଯୁଜର ନିଜର କଷ୍ଟମାଇଜ୍‌ ଷ୍ଟିକରକୁ ଚାଟିଂ ସମୟରେ ବ୍ୟବହାର କରିପାରିବେ । ଏହି ଷ୍ଟିକର ପୂର୍ବରୁ ହ୍ବାଟ୍ସଆପ୍‌ରେ ଉପଲବ୍ଧ ନଥିବ ।
ଏହା ବି ପଢନ୍ତୁ
  1. ଏବେ Textରେ ବଦଳିଯିବ ଭଏସ ନୋଟ୍‌; WhatsApp ଆଣିଲା କମାଲ୍‌ ଫିଚର
  2. WhatsApp ଗ୍ରୁପ୍‌ ଚାଟ୍‌ ନୋଟିଫିକେସନକୁ ନେଇ ଚିନ୍ତିତ; ଏହି ଫିଚର କରିବ ସମାଧାନ

କେମିତି କାମ କରିବ ଏହି ଫିଚର ?

  • ନୂଆ ଫିଚର ଲାଗୁ ହେବା ପରେ, ୟୁଜର ଯେକୌଣସି ଚାଟ୍‌ରେ ଷ୍ଟିକର ପ୍ୟାକ୍‌କୁ ଖୋଲିବେ ।
  • ଏହାପରେ ପ୍ରତିଟି ଷ୍ଟିକର ପ୍ୟାକ୍‌ ପାଇଁ ଥିବା ଥ୍ରି-ଡଟ୍‌ ମେନ୍ୟୁ ଅପସନକୁ ଖୋଜିବେ ।
  • ଏହି Menu ୟୁଜରଙ୍କୁ ଉକ୍ତ ଷ୍ଟିକର ପ୍ୟାକ୍‌କୁ ସେୟାର କରିବାକୁ ଅନୁମତି ଦେବ ନଚେତ ଆପଣ ନିଜ କଲେକ୍ସନରୁ ଏହାକୁ ହଟାଇପାରିବେ ।

କିପରି ଲାଭଦାୟକ ଏହି ଫିଚର ?

ଏହି ଫିଚର ଆସିବା ପରେ ସମ୍ପୂର୍ଣ୍ଣ ଷ୍ଟିକର ପ୍ୟାକ୍‌କୁ ସେୟାର କରିବା ପ୍ରକ୍ରିୟା ସହଜ ହୋଇଯିବ । ୟୁଜରଙ୍କୁ ଅଲଗା ଅଲଗା ଷ୍ଟିକର ପଠାଇବାକୁ ପଡ଼ିବ ନାହିଁ । ଯାହାକି ସମୟ ସାପେକ୍ଷ ହୋଇଥିବା ବେଳେ ବିରକ୍ତିଭାବ ମଧ୍ୟ ଆସିଥାଏ । ଏହି ଫିଚର ଆରମ୍ଭ ହେବା ପରେ ଯୁଜର ଥରକରେ ପୁରା ଷ୍ଟିକର କଲେକ୍ସନକୁ ପଠାଇପାରିବେ । ଏହାପରେ ରିସିଭର୍‌ ମଧ୍ୟ ଗୋଟିଏ କ୍ଲିକରେ ସମସ୍ତ ଷ୍ଟିକର ପ୍ୟାକ୍‌କୁ ସେଭ୍‌ କରି ରଖିପାରିବ । ଭିନ୍ନ ଭିନ୍ନ ପ୍ରକାର ଷ୍ଟିକର ସଂଗ୍ରହ ପରେ ବନ୍ଧୁ ପରିଜନଙ୍କ ସହିତ ବାର୍ତ୍ତାଳାପ କରିବା ଆହୁରି ମଜାଦାର ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.