ETV Bharat / technology

ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନର ନୂଆ ପଦ୍ଧତି ବିକଶିତ କଲେ UL ଗବେଷକ - ECO FRIENDLY ENERGY GENERATE METHOD

ଲିମେରିକ୍ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ସଫଳତା । ବିକଶିତ କଲେ ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନର ନୂଆ ପଦ୍ଧତି । ହଟିପାରେ କ୍ଷତିକାରକ ଲିଡ୍‌ ବା ସୀସା । ଅଧିକ ପଢନ୍ତୁ

ECO FRIENDLY ENERGY
ECO FRIENDLY ENERGY (RKC)
author img

By ETV Bharat Tech Team

Published : Nov 23, 2024, 4:19 PM IST

ହାଇଦ୍ରାବାଦ: ଆୟରଲ୍ୟାଣ୍ଡ ସ୍ଥିତ ଲିମେରିକ୍ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଅର୍ଗାନିକ କ୍ରିଷ୍ଟାଲ (ଅଣୁରେ ଗଠିତ କଠିନ ଯୌଗିକ ପଦାର୍ଥ) ସୃଷ୍ଟି କରିବାର ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି ଯାହାକୁ ଏନର୍ଜି ହାର୍ଭେଷ୍ଟିଂ ଆପ୍ଲିକେସନ (କମ ବିଦ୍ୟୁତ ଖର୍ଚ୍ଚ କରୁଥିବା ଟେକ୍ନୋଲୋଜି) କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ।

ULର ବର୍ନାଲ୍ ଇନଷ୍ଟିଚ୍ୟୁଟର ଅନୁସନ୍ଧାନକାରୀ ଦଳ ପୂର୍ବରୁ ପ୍ରେଡିକ୍ଟିଭ କମ୍ପ୍ୟୁଟର ମଡେଲଗୁଡିକ ବ୍ୟବହାର କରିଛନ୍ତି ଯାହାକି ଜୈବିକ ପଦାର୍ଥକୁ ସ୍କ୍ବିଜ କରିବା ଦ୍ବାରା ଏହା କେତେ ବିଦ୍ୟୁତ୍ ଉତ୍ପାଦନ କରିବ ତାହା ଚିହ୍ନଟ କରିବାକୁ ଅନୁମତି ଦେଇଥାଏ । ଯାହାକି ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ଏବଂ ମେଡିକାଲ୍ ଉପକରଣରେ ପାୱାର୍ ସେନ୍ସର ପାଇଁ ଏହି ପଦାର୍ଥକୁ ଉପଯୁକ୍ତ କରିଥାଏ ।

ଫିଜିକାଲ୍ ରିଭ୍ୟୁ ଲେଟର୍ସ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, ଏହା ଗବେଷକମାନଙ୍କୁ ସିଲିକନ୍ ମୋଲ୍‌ଡ ବ୍ୟବହାର କରି କ୍ରିଷ୍ଟାଲକୁ ଡିସ୍କ କିମ୍ବା ଅନ୍ୟ କୌଣସି କଷ୍ଟମ୍ ଆକୃତିର ଆକାର ଦେବାକୁ ଅନୁମତି ଦେବ । ଉଦାହରଣ ସ୍ବରୂପ ମେଡିକାଲ ଉପକରଣ, ଏକ ଫୋନ ମାଇକ୍ରୋଫୋନ୍ କିମ୍ବା କାର ସେନ୍ସର । ଖାଲି ସେତିକି ନୁହେଁ ଡିସ୍କ ଓ ପ୍ଲେଟ ଉପରେ ଚାପ ପକାଇ ବିଦ୍ୟୁତ ଉତ୍ପାଦନ କରିହେବ, ଯାହାକୁ ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ବୈଦ୍ୟୁତିକ ଡିଭାଇସକୁ ଚାର୍ଜ କରିହେବ ।

ଏହା ବି ପଢନ୍ତୁ
କମ୍ପନରୁ ବିଦ୍ୟୁତ୍ ଉତ୍ପାଦନ; ଛୋଟ ବଡି ମୁଭମେଣ୍ଟରୁ ଚାର୍ଜ ହୋଇପାରିବ ମୋବାଇଲ

ଅନୁସନ୍ଧାନକାରୀମାନେ ଖୋଜି ପାଇଥିବା ନୂଆ ପଦ୍ଧତି ସମ୍ପର୍କରେ ଆଲୋଚନା କଲେ, ଏହି ପେପର୍‌ର ମୁଖ୍ୟ ଲେଖକ ତଥା ବିଶ୍ବବିଦ୍ୟାଳୟର ପିଏଚଡି ଛାତ୍ର କ୍ରୀଷ୍ଣା ହରି କହିଛନ୍ତି, " ଆମେ ବିକଶିତ କରିଥିବା ବହୁମୁଖୀ ମୋଲ୍ଡିଂ କୌଶଳ ହେଉଛି ସ୍ବଳ୍ପ ମୂଲ୍ୟର, ସ୍ବଳ୍ପ ତାପମାତ୍ରା ଆବଶ୍ୟକ କରିଥାଏ । ଯାହାକି ବର୍ତ୍ତମାନ ବ୍ୟବହୃତ ହେଉଥିବା ସେରାମିକ ତୁଳନାରେ ଉଚ୍ଚ କାର୍ଯ୍ୟଦକ୍ଷତା ସମ୍ପନ୍ନ ଏବଂ ପରିବେଶ ଅନୁକୂଳ ଦୃଷ୍ଟିରୁ ଏହା ଏକ ବିକଳ୍ପ ହୋଇପାରେ ।"

ଏ ନେଇ ବିଶ୍ବବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ସରାହ ଗୁରେନ ଏହି ନୂତନ ପଦ୍ଧତିକୁ ନେଇ ବେଶ ଆଶାବାଦୀ ଅଛନ୍ତି । ସେ କହିଛନ୍ତି, "ଆମେ ଆଶା କରୁଛୁ ଏହା ସମଗ୍ର କ୍ଷେତ୍ର ପାଇଁ ଏକ ଗେମଚେଞ୍ଜର ହେବ । କାରଣ ଏବେ ବି ଅନେକ ବୈଜ୍ଞାନିକ ଜୈବିକ କ୍ରିଷ୍ଟାଲ୍ ସୃଷ୍ଟି ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କୁ ସକରାତ୍ମକ ଫଳାଫଳ ମିଳିନାହିଁ । ସ୍ଥାୟୀ ପିଜୋଇଲେକ୍ଟ୍ରିକ୍ସରେ କାର୍ଯ୍ୟ କରୁଥିବା ଅନ୍ୟ ଲୋକଙ୍କ ପାଇଁ ଏହା ଏକ ପଦ୍ଧତି ଭାବରେ ନିଆଯାଉଛି କି ନାହିଁ ତାହା ଦେଖିବାକୁ ମୁଁ ବେଶ ଉତ୍ସାହିତ ଅଛି ।"

UL ଟିମ ଦ୍ବାରା କରାଯାଇଥିବା ଅନୁସନ୍ଧାନ ଯଦି ସଫଳ ହୁଏ ତେବେ ଗ୍ରାହକ ଇଲେକ୍ଟ୍ରୋନିକ୍ସରୁ ଲିଡ୍‌ ବା ସୀସା (ଇଷତ୍‌ କଳା ରଙ୍ଗର ଗୋଟିଏ ମୂଳ ଧାତୁ ଯାହାର ପରମାଣୁ ସଂଖ୍ୟା 82) ପରି ପରିବେଶ କ୍ଷତିକାରକ ସାମଗ୍ରୀକୁ ହଟାଯାଇପାରେ । ଏ ନେଇ ପ୍ରଫେସର ଗୁରେନ କହିଛନ୍ତି, "ସୀସା ବ୍ୟବହାରକୁ ନେଇ EU ନିୟମାବଳୀ ଅଛି, କିନ୍ତୁ ପିଜୋଇଲେକ୍ଟ୍ରିକ୍ସ ଶେଷ ମୁଖ୍ୟ ସ୍ରୋତ ଟେକ୍ନୋଲୋଜି ଭାବେ ଏହି ପଦାର୍ଥ ଧାରଣ କରିବାକୁ ଅନୁମତି ଦେବ । ପ୍ରତିବର୍ଷ ପ୍ରାୟ 4,000 ଟନ୍ ସୀସା-ଆଧାରିତ ଇଲେକ୍ଟ୍ରୋନିକ୍ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥାଏ ଏବଂ ଏହି ଅନୁସନ୍ଧାନ ଉତ୍ପାଦନ ପ୍ରକ୍ରିୟାରୁ ଏହି ବର୍ଜ୍ୟବସ୍ତୁକୁ ହଟାଇବାର କ୍ଷମତା ରଖିଛି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.