ETV Bharat / technology

ଲଞ୍ଚ ହେଲା ସାମସଙ୍ଗ ଗାଲାକ୍ସି S24 FE; ମିଳିବ ଜବରଦସ୍ତ କ୍ୟାମରା ଓ ବ୍ୟାଟେରୀ - Samsung Galaxy S24 FE launched

author img

By ETV Bharat Tech Team

Published : 2 hours ago

Samsung Galaxy S24 FE: ସାମସଙ୍ଗର ଗାଲାକ୍ସି ଏସ24 ଏଫଇ ଲଞ୍ଚ ହୋଇଯାଇଛି । ଆପଣ ଏହାର ପ୍ରି-ଅର୍ଡର କରିପାରିବେ । ଏହାର ଦାମ ଓ କଣ ଫିଚର୍ସ ରହିଛି ଜାଣନ୍ତୁ...

Samsung Galaxy S24 FE
Samsung Galaxy S24 FE (Samsung)

ହାଇଦ୍ରାବାଦ: ସାମସଙ୍ଗ ନିଜ ଗାଲାକ୍ସି S24 ସିରିଜର ଆଉ ଏକ ଜବରଦସ୍ତ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହାର ନାମ ରଖାଯାଇଛି Samsung Galaxy S24 FE । ଏହି ଫୋନଟି ସିରିଜର ସବୁଠୁ ଶସ୍ତା ଫୋନ ଓ ଏଥିରେ ଅନେକ ଫିଚର୍ସ ରହିଛି । ଗାଲାକ୍ସି AI ଫିଚର ଗ୍ରାହକଙ୍କୁ ଆକୃଷ୍ଟ କରିଛି । ଆଜି ଏହି ସ୍ମାର୍ଟଫୋନଟି ଲଞ୍ଚ ହୋଇଥିବା ବେଳେ ଆପଣ ଏହାର ପ୍ରି-ଅର୍ଡର କରିପାରିବେ ।

ସାମସଙ୍ଗର ଗାଲାକ୍ସି ଏସ24 ଏଫଇ କଲର ଅପସନ
ସାମସଙ୍ଗର ଗାଲାକ୍ସି ଏସ24 ଏଫଇ କଲର ଅପସନ (Samsung)

ସାମସଙ୍ଗ ଗାଲାକ୍ସି S24 FE ବିଶେଷତା:-

  • Samsung Exynos 2400e ପ୍ରୋସେସର
  • 8GB RAM ଓ 256GB ଷ୍ଟୋରେଜ
  • 6.7-inch FHD+ Dynamic AMOLED 2X ଡିସପ୍ଲେ
  • 1900 nits ବ୍ରାଇଟନେସ୍‌
  • 120Hz ରିଫ୍ରେସ ରେଟ୍‌
  • Gorilla Glass ପ୍ରୋଟେକ୍ସନ
  • IP68 rating ଓ ଆଲୁମିନିୟମ ଫ୍ରେମ
Also Read: 15ହଜାର ଭିତରେ ବେଷ୍ଟ ସ୍ମାର୍ଟଫୋନ; ତାଲିକାରେ କିଏ ନଜର ପକାନ୍ତୁ - Best Smartphones under 15K
Samsung Galaxy S24 FE
Samsung Galaxy S24 FE (Samsung)

କ୍ୟାମେରା କେମିତି ରହିବ ?

ଅନେକ ସାମସଙ୍ଗ କ୍ୟାମେରା ଲାଗି ଏହି ବ୍ରାଣ୍ଡର ସ୍ମାର୍ଟଫୋନ କିଣିଥାନ୍ତି । ଏଥିରେ ୟୁଜରଙ୍କୁ ଟ୍ରିପଲ କ୍ୟାମେରା ମିଳିଯିବ । 50MP ମେନ ୱାଇଡ ଆଙ୍ଗଲ କ୍ୟାମେରା, 12MP ଅଲଟ୍ରା-ୱାଇଡ କ୍ୟାମେରା ଓ 8MP ଟେଲିଫଟୋ କ୍ୟାମେରା । ସେଲ୍ଫି ଓ ଭିଡିଓ କଲିଂ ଲାଗି 10MP ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।

ବ୍ୟାଟେରୀ ଓ କନେକ୍ଟିଭିଟି: ଏହି ସ୍ମାର୍ଟଫୋନର ବ୍ୟାଟେରୀ କ୍ଷମତା 4,700mAh । ଏଥିରେ ଆପଣ ଉଭୟ ୱେୟାରଲେସ ଓ ୱେୟାର ଚାର୍ଜିଂ କରିପାରିବେ । ଡୁଆଲ SIM ରହିଥିବା ବେଳେ ଗୋଟିଏ ଫିଜିକାଲ ସିମ ଓ ଅନ୍ୟଟି eSIM ବ୍ୟବହାର କରିପାରିବେ । ଏହାବାଦ ଏଥିରେ କନେକ୍ଟିଭିଟି ଲାଗି WiFi 6E, Bluetooth v5.3, NFC, NavIC ସପୋର୍ଟ ମିଳିବ । ଏହାର ଓଜନ 213 ଗ୍ରାମ ହୋଇଥିବା ବେଳେ ଏହାର ଆକାର 162.0 x 77.3 x 8.0 ରହିବ ।

ଦାମ କେତେ ଓ କେଉଁଠୁ କିଣିବେ ?

  • ସାମସଙ୍ଗ ଗାଲାକ୍ସି S24 FE ସ୍ମାର୍ଟଫୋନ 2ଟି ଭାରିଏଣ୍ଟରେ ଉପଲବ୍ଧ । ଗୋଟିଏ 8GB RAM + 128GB ଓ ଅନ୍ୟଟି 8GB RAM + 256GB ।
  • 8GB RAM + 128GB ଲାଗି ଦାମ Rs 59,999
  • 8GB RAM + 256GB ଲାଗି ଦାମ ରହିଛି Rs 65,999
  • ସ୍ମାର୍ଟଫୋନ ପ୍ରି-ଅର୍ଡର ଲାଗି ଉପଲବ୍ଧ ଥିବା ବେଳେ ଏଥିରେ 3ଟି କଲର ଅପସନ ଯଥାକ୍ରମେ ବ୍ଲୁ, ଗ୍ରାଫାଇଟ ଓ ମିଣ୍ଟ ମିଳିବ ।
  • ଅକ୍ଟୋବର 3 ତାରିଖରୁ ଏହାର ସେଲ୍‌ ଲାଇଭ ହେବ ।
  • ସାମସଙ୍ଗ Shop Appରୁ ଏହାକୁ କିଣିଲେ ଗ୍ରାହକଙ୍କୁ Rs 2,000 ଭାଉଚର ମିଳିବ ।
Also Read: ଆସିଗଲା Vivo ଫୋଲ୍ଡେବଲ ସ୍ମାର୍ଟଫୋନର ନୂଆ ଭାରିଏଣ୍ଟ; ଲଞ୍ଚ ହେଲା ହ୍ବାଇଟ Vivo X Fold 3 Pro - Vivo foldable phone Launch

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.