ETV Bharat / technology

ଭାରତରେ ଲଞ୍ଚ ହେବାକୁ ଯାଉଛି ରିଲାଏନ୍ସର AI ସିଷ୍ଟମ; କଏ ଏହାର କାମ ଜାଣନ୍ତୁ - RIL Unveils New AI Jio Brain

author img

By ETV Bharat Tech Team

Published : Aug 30, 2024, 11:23 AM IST

RIL UNVEILS NEW AI JIO BRAIN: ମାର୍କେଟକୁ ଆସୁଛି ରିଲାଏନ୍ସର ଏଆଇ ସିଷ୍ଟମ । ଯାହାର ନାମ ରଖାଯାଇଛି 'Jio Brain' । ତେବେ କଣ ଏହି ଜିଓ ବ୍ରେନ ଓ ଏହାର କାମ କଣ ? ଅଧିକ ପଢନ୍ତୁ

JIO BRAIN
JIO BRAIN (Getty Images)

ହାଇଦ୍ରାବାଦ: ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଗୁରୁବାର ରିଲାଏନ୍ସ ଇଣ୍ଡିଆ ଲିମିଟେଡ (RIL)ର 47ତମ ବାର୍ଷିକ ସାଧାରଣ ବୈଠକ (AGM)କୁ ସମ୍ବୋଧିତ କରିଛନ୍ତି । ଏହି ବୈଠକରେ ସେ ଏଆଇ ଜିଓ ବ୍ରେନ ସମ୍ପର୍କରେ ଆଲୋକପାତ କରିଛନ୍ତି । ରିଲାଏନ୍ସର ଏହି ଏଆଇ ଟୁଲ୍‌ ଯାହାକି ପୁରା ଏଆଇ ଜୀବନଚକ୍ରକୁ କଭର କରିବାକୁ ଯାଉଛି । ଜିଓ ଏହି ଟୁଲ୍‌ ବିକଶିତ କରୁଥିବା ବେଳେ ଏହାର ନାମ ଜିଓ ବ୍ରେନ ରଖାଯାଇଛି ।

'ପ୍ରତି ଲୋକଙ୍କ ନିକଟରେ ପହଞ୍ଚିବ AI'

ମୁକେଶ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ ଗୁଜୁରାଟର ଜାମନଗରରେ ଏକ ଗିଗାୱାଟ-ସ୍କେଲ ଏଆଇ-ପ୍ରସ୍ତୁତ ଡାଟା ସେଣ୍ଟର ପ୍ରତିଷ୍ଠା କରିବ ଯାହା କମ୍ପାନୀର ସବୁଜ ଶକ୍ତି ଦ୍ବାରା ପରିଚାଳିତ ହେବ । ମୁକେଶ କହିଛନ୍ତି, "ଆମେ ଆମ ଦେଶରେ ପଛୁଆ ସ୍ଥାନରେ ଏକାଧିକ AI ସୁବିଧା ପ୍ରଦାନ କରିବାକୁ ଯୋଜନା କରୁଛୁ, ଯାହା ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଆମେ ବୃଦ୍ଧି କରିବୁ । ବିଶ୍ବର ସର୍ବନିମ୍ନ AI ଭିତ୍ତିଭୂମି ମୂଲ୍ୟ ସୃଷ୍ଟି କରିବାକୁ ରିଲାଏନ୍ସ ଲକ୍ଷ୍ୟ ରଖିଛି । ଆମେ AIକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତିଶ୍ରୁତିବଦ୍ଧ। AI ପ୍ରୟୋଗକୁ ଅଧିକ ସୁଲଭ କରିବା ପାଇଁ ଆମେ ଅଗ୍ରଣୀ ବିଶ୍ବ କମ୍ପାନୀଗୁଡିକ ସହ ଭାଗିଦାରୀ କରିବୁ।"

କଣ ଏହି 'Jio Brain' ?

ରିଲାଏନ୍ସ ଇଣ୍ଡିଆ ଲିମିଟେଡ ଚେୟାରମ୍ୟାନ ମୁକେଶ ଅମ୍ବାନୀ କହିଛନ୍ତି, "ଜିଓ ବ୍ରେନ କମ୍ପାନୀକୁ ଜିଓରେ ଏଆଇ ବିକଶିତ ଦିଗରେ କାମ କରିବ । ଯଥାଶୀଘ୍ର ନିଷ୍ପତ୍ତି ନେବା, ସଠିକ ଭବିଷ୍ୟବାଣୀ କରିବା ଓ ଗ୍ରାହକଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏଆଇ କାମ କରିବ । ରିଲାଏନ୍ସ ଦ୍ବାରା ପରିଚାଳିତ କମ୍ପାନୀଗୁଡ଼ିକରେ ମଧ୍ୟ ଏଆଇ ଯାତ୍ରାକୁ ଅଧିକ କ୍ଷିପ୍ର କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଏଥିଲାଗି ମଧ୍ୟ ଜିଓ ବ୍ରେନ କାମ କରିବ । ମୋର ବିଶ୍ବାସ ଯେ ରିଲାଏନ୍ସ ଭିତରେ ଜିଓ ବ୍ରେନକୁ ପରିପୂର୍ଣ୍ଣ କରାଯାଇ ଏକ ଶକ୍ତିଶାଳୀ ଏଆଇ ସେବା ମଞ୍ଚ ପ୍ରସ୍ତୁତ କରିବା ଦିଗରେ କମ୍ପାନୀ ସକ୍ଷମ ହେବ ।"

Jio AI-କ୍ଲାଉଡ କଣ ?

ମୁକେଶ ଅମ୍ବାନୀ ନିଜର Jio AI-Cloud ସେବା ପାଇଁ ଦିୱାଲି ଅଫର ଘୋଷଣା କରିଛନ୍ତି । ଯେଉଁଥିରେ ଜିଓ ଉପଭୋକ୍ତାଙ୍କ ଲାଗି 100GB ମାଗଣା ଷ୍ଟୋରେଜ ପ୍ରଦାନ କରାଯିବ । ଏ ନେଇ ଅମ୍ବାନୀ କହିଛନ୍ତି, "ଆମେ ଚଳିତ ବର୍ଷଠାରୁ ଦିୱାଲି ପାଇଁ Jio AI-କ୍ଲାଉଡ ୱେଲକମ ଅଫର ଆରମ୍ଭ କରିବାକୁ ଯୋଜନା କରୁଛୁ ।

ଫଟୋ-ଭିଡିଓ ଷ୍ଟୋରେଜ ପାଇଁ ମାଗଣା ଜିବି:-

ମୁକେଶ ଅମ୍ବାନୀ କହିଛନ୍ତି, "ଏହି କ୍ଲାଉଡ ଡେଟା ଷ୍ଟୋରେଜ ଓ ଡେଟା ସଞ୍ଚାଳିତ ଏଆଇ ସେବା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ । ଜିଓ ଉପଭୋକ୍ତାମାନଙ୍କୁ ନିଜର ଫଟୋ, ଭିଡିଓ, ଡକ୍ୟୁମେଣ୍ଟ ଓ ଅନ୍ୟ ସମସ୍ତ ଡିଜିଟାଲ ସାମଗ୍ରୀ ଏବଂ ତଥ୍ୟକୁ ସୁରକ୍ଷିତ ଭାବେ ସଂଗୃହିତ ଓ ଆକ୍ସେସ ପାଇଁ 100ଜିବି ପର୍ଯ୍ୟନ୍ତ ମାଗଣା କ୍ଲାଉଡ ଷ୍ଟୋରେଜ ପ୍ରଦାନ କରାଯିବ ।"

ଏହା ବି ପଢନ୍ତୁ- ରିଚାର୍ଜ ପ୍ଲାନ ମୂଲ୍ୟ ବଢାଇ ମାଲାମାଲ Jio, ପ୍ରତି ଗ୍ରାହକଙ୍କଠୁ ପାଇଲା ଏତିକି ମୁନାଫା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.