ETV Bharat / technology

ଲଞ୍ଚ ହେବାକୁ ଯାଉଛି Realmeର ନୂଆ ସ୍ମାର୍ଟଫୋନ; ଆକର୍ଷଣୀୟ ଡିଜାଇନ ସାଙ୍ଗକୁ ମିଳିବ ଦମଦାର ଫିଚର୍ସ - Realme NARZO 70 Turbo 5G

author img

By ETV Bharat Tech Team

Published : Sep 3, 2024, 10:44 AM IST

Realme Narzo 70 Turbo ସ୍ମାର୍ଟଫୋନ ଆଗାମୀ କିଛି ଦିନରେ ମଧ୍ୟ ବଜାର ପ୍ରବେଶ କରିବାକୁ ଯାଉଛି । ଏହାର ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କ ମନ ଜିଣିବାରେ ଲାଗିଲାଣି । ସବୁଠୁ ଖାସ କଥା ହେଉଛି ଏହି ଫୋନରେ ଗ୍ରାହକଙ୍କୁ ଦୁନିଆର ପ୍ରଥମ ଡାଇମେନସିଟି D7300 ଏନର୍ଜି ପ୍ରୋସେସର ମିଳିବାକୁ ୟାଉଛି । ତେବେ ଏହା କଣ ଆସନ୍ତୁ ଜାଣିବା...

Realme Narzo 70 Turbo
Realme Narzo 70 Turbo (@realmenarzoIN)

ହାଇଦ୍ରାବାଦ: ମୋବାଇଲ ପ୍ରଯୁକ୍ତିବିଦ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ବଜାରକୁ ନୂଆ ନୂଆ ଡିଜାଇନ ସାଙ୍ଗକୁ ଅତ୍ୟାଧୁନିକ ସୁବିଧା ସହ ଏକାଧିକ ମୋବାଇଲ ଲଞ୍ଚ ହେଉଛି । ତେବେ ମୋବାଇଲର ଦିଲ୍‌ ହେଉଛି ପ୍ରୋସେସର । ଯାହାକି ମୋବାଇଲର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ଗେମିଂ, ମଲ୍ଟିଟାସ୍କିଂ ଓ କଣ୍ଟେଣ୍ଟ ନିର୍ମାଣ ପାଇଁ ସହାୟତା କରିଥାଏ । ସମୟ ବଢିବା ସହିତ ପକେଟକୁ ସୁହାଇବା ଭଳି ମୂଲ୍ୟରେ ମୋବାଇଲ ନିର୍ମାତା କମ୍ପାନୀ ଅତ୍ୟାଧୁନିକ ସୁବିଧା ସହିତ ସ୍ମାର୍ଟଫୋନ ଲଞ୍ଚ କରୁଛନ୍ତି । ଏହା ମଧ୍ୟରୁ ଗୋଟିଏ ହୋଇଛି Realmeର ଏହି ନୂଆ ସ୍ମାର୍ଟଫୋନ ।

ସବୁଠୁ ଆଗରେ Realmeର ନୂଆ NARZO 70 Turbo 5G:-

ଡାଇମେନସିଟି D7300 ଏନର୍ଜି ପ୍ରୋସେସର ବ୍ୟବହାର କରିବାରେ ଏହି ସ୍ମାର୍ଟଫୋନଟି ବିଶ୍ବରେ ପ୍ରଥମ ହେବାକୁ ଯାଉଛି । ଏଥିରେ ଟର୍ବୋ ଟେକ୍ନୋଲୋଜି ପ୍ରଦାନ କରାଯାଇଛି । ଯାହାକି ଫୋନକୁ ଆହୁରି ଆଡଭାନ୍ସଡ କରିପାରିଛି । ୟୁଜର୍ସଙ୍କୁ ଅଧିକ ଭଲ ଅନୁଭବ ପ୍ରଦାନ କରିବା ଲାଗି କନେକ୍ଟିଭିଟି ଓ ଡେଟା ଟ୍ରାନ୍ସଫର କ୍ଷେତ୍ରରେ ସୁଧାର ଆସିଛି । ଏହା Wifi ଓ 5G କ୍ଷମତାକୁ ସମର୍ଥନ କରିବା ସହ ଦ୍ରୁତ ଗତିରେ ଡାଉନଲୋଡ, ଅନଲାଇନ ଗେମିଂ ସୁବିଧା ପ୍ରଦାନ କରୁଛି ।

କେମିତି ରହିଛି ଡିଜାଇନ ?

Realme Narzo 70 Turbo ଫୋନ ଦେଖିବାକୁ ମଧ୍ୟ ଖୁବ ଆକର୍ଷଣୀୟ । ଏହାର ଚଉଡା ମାତ୍ର 7.6ମିମି, ଯାହାକି ଆପଣଙ୍କୁ ଏକ ଭଲ ଅନୁଭବ ଦେବ । ଏହାର ବାହାର ଡିଜାଇନ ସମ୍ପର୍କରେ ଆଲୋଚନା କଲେ ଏହା ହଳଦିଆ ଓ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ । ଏହାସହିତ ଏହ ମୋବାଇଲରେ ସର୍କୁଲାର କ୍ୟାମରା ଡିଜାଇନ ରହିଛି । ଏଥିରେ ଟ୍ରିପଲ କ୍ୟାମେରା ସେନ୍ସର ମଧ୍ୟ ରହିଛି । ଏହାବ୍ୟତୀତ ଏଥିରେ 3.5ମିମି ଅଡିଓ ଜ୍ୟାକ୍‌ ଓ ସ୍ପିକର ରହିଛି ।

ଏହା ବି ପଢନ୍ତୁ- ରୟାଲ ଏନଫିଲ୍ଡ କ୍ଲାସିକ 350 ବାଇକ୍‌ କିଣିବେ କି ? ଜାଣିନିଅନ୍ତୁ ଏହି 5ଟି କଥା

Realme Narzo 70 Turbo ଫିଚର ?

ନିକଟରେ ଏହି କମ୍ପାନୀ ନାର୍ଜୋ 70 ଟର୍ବୋ ହ୍ୟାଣ୍ଡସେଟ ପର୍ପଲ, ହଳଦିଆ ଓ ନୀଳ ରଙ୍ଗରେ ଉପଲବ୍ଧ ଥିଲା । ଏବେ realme Narzo 70 Turbo 5G ବିଭିନ୍ନ କଲର ସହିତ ଉପଲବ୍ଧ ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ 6GB + 128GB storage, 8GB + 128GB storage, 8GB + 256GB storage and 12GB + 256GB storage ମିଳିଯିବ ।

ଭାରତରେ କେବେ ହେବ ଲଞ୍ଚ ?

କମ୍ପାନୀ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ସେପ୍ଟେମ୍ବର 9 ତାରିଖ ମଧ୍ୟାହ୍ନ 12ଟାରେ ଏହି ଅତ୍ୟାଧୁନିକ ସ୍ମାର୍ଟଫୋନକୁ ଲଞ୍ଚ କରାଯିବ । କମ୍ପାନୀର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ ସମୟର ଦୃଶ୍ୟ ଗ୍ରାହକମାନେ ଦେଖିପାରିବେ । ଏହାବ୍ୟତୀତ ଏହି ମୋବାଇଲର ଲଞ୍ଚ ତାରିଖ ସମ୍ପର୍କରେ କମ୍ପାନୀର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଏହା ବି ପଢନ୍ତୁ- ବନ୍ୟା ଅଞ୍ଚଳ ପାଇଁ ବରଦାନ; ପାଣି ଭର୍ତ୍ତି ରାସ୍ତାରେ ବି ସହଜରେ ଗଡ଼ିବ ଏହି କାର - Best Cars for Flood Affected Areas

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.