ETV Bharat / technology

Googleକୁ ଟକ୍କର ଦେବ Meta! AI ସଞ୍ଚାଳିତ ସର୍ଚ୍ଚ ଇଞ୍ଜିନ ଉପରେ ଚାଲିଛି କାମ - META AI SEARCH ENGINE

ଏଆଇ ସଞ୍ଚାଳିତ ସର୍ଚ୍ଚ ଇଞ୍ଜିନ ଉପରେ କାମ କରୁଛି ମେଟା । ଏହାପରେ ମେଟା ଗୁଗଲକୁ ଟକ୍କର ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

META AI SEARCH ENGINE
META AI SEARCH ENGINE (Photo- Meta)
author img

By ETV Bharat Tech Team

Published : Oct 29, 2024, 5:54 PM IST

ହାଇଦ୍ରାବାଦ: ଭାରତରେ ସର୍ଚ୍ଚ ଇଞ୍ଜିନ ଭାବେ 'ଗୁଗଲ' ବେଶ ପ୍ରସିଦ୍ଧ । ଅଧିକାଂଶ ଭାରତୀୟ କୌଣସି ଜିନିଷ ସମ୍ପର୍କରେ ଜାଣିବାକୁ ହେଲେ ପ୍ରଥମେ ଗୁଗଲ୍‌ କରନ୍ତି । ତେବେ କିଛି ବର୍ଷ ମଧ୍ୟରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଗୁଗଲକୁ ମେଟାର ସର୍ଚ୍ଚ ଇଞ୍ଜିନ ଟକ୍କର ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଏକ ରିପୋର୍ଟ ଅନୁସାରେ ମେଟା କୃତ୍ରିମ ବୁଦ୍ଧିମତା (AI) ସଞ୍ଚାଳିତ ସର୍ଚ୍ଚ ଇଞ୍ଜିନ ଉପରେ କାମ କରୁଛି ।

କୃତ୍ରିମ ବୁଦ୍ଧିମତା ଦ୍ବାରା ଚାଳିତ ଏକ ସର୍ଚ୍ଚ ଇଞ୍ଜିନ୍ ଉପରେ ମେଟା କାମ କରୁଥିବା ରିପୋର୍ଟରୁ ଜଣାପଡ଼ିଛି । ଯାହାକି ଗୁଗଲ, ବିଙ୍ଗ ଏବଂ DuckDuckGo ଭଳି ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ସହ ପ୍ରତିଦ୍ବନ୍ଦ୍ବିତା କରିପାରେ କିମ୍ବା ୱେବ୍ ସର୍ଚ୍ଚ ପାଇଁ ମେଟା ଏଆଇର ଏହି ସର୍ଚ୍ଚ ଇଞ୍ଜିନ୍ ଅନ୍ୟ ସର୍ଚ୍ଚ ଇଞ୍ଜିନର ନିର୍ଭରଶୀଳତାକୁ ହ୍ରାସ କରିପାରେ । ସୂଚନା ମୁତାବକ ସୋସିଆଲ ମିଡିଆ ଜାଏଣ୍ଟ ଏହି କାର୍ଯ୍ୟ ପାଇଁ ଏକ ଉତ୍ସର୍ଗୀକୃତ ଦଳ ଗଠନ କରିଛନ୍ତି ଏବଂ ସେମାନେ ଏଆଇ ସର୍ଚ୍ଚ ଇଞ୍ଜିନରେ କାମ ଆରମ୍ଭ କରିସାରିଛନ୍ତି ।

ହେଲେ ମେଟାର ଏହି ପ୍ରୋଜେକ୍ଟ ସମ୍ପର୍କରେ ରିପୋର୍ଟର ବିଶେଷ ଭାବରେ କୁହାଯାଇନାହିଁ । ଗତ ଅଗଷ୍ଟ ମାସରେ କମ୍ପାନୀର ୱେବ୍ ଡେଭଲପରମାନେ ବହୁ ସଂଖ୍ୟାରେ ୱେବ୍ ଉପରେ କାମ କରୁଥିବା ଦେଖିବାକୁ ମିଳିଥିଲା ​। ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ଉପଭୋକ୍ତାମାନେ ସର୍ଚ୍ଚ ଇଞ୍ଜିନରେ କିଛି ବିଷୟରେ ସର୍ଚ୍ଚ କରନ୍ତି ସେତେବେଳେ ର୍ୟାଙ୍କିଙ୍ଗ୍ ୱେବସାଇଟ୍ ପାଇଁ ପ୍ରାସଙ୍ଗିକ ତଥ୍ୟ ଯୋଗାଇବା ଦିଗରେ ବେଶ ଗୁରୁତ୍ବପୂର୍ଣ୍ଣ ।

ଏହା ବି ପଢନ୍ତୁ
  1. ସୋସିଆଲ ମିଡିଆରେ ଅନଲାଇନ Scam ରୋକିବାକୁ ମେଟାର ତୟାରି; ଆଣୁଛି ନୂଆ ଟେକ୍ନୋଲୋଜି
  2. କଣ ଆଉ ରହିବନି ପ୍ରାଇଭେସି ? ଆସୁଛି WhatsAppର ନୂଆ ଫିଚର
  3. କେତେ ଭରସାଯୋଗ୍ୟ Meta AI; ଆପଣଙ୍କ ପ୍ରଶ୍ନର ସଠିକ ଜବାବ ଦିଏ ତ !

ସମ୍ପ୍ରତି AI ଚାଳିତ ସର୍ଚ୍ଚ ଇଞ୍ଜିନ କୌଣସି ନୂଆ କଥା ନୁହେଁ । ଯାହାକି ଖୁବ କମ ସମୟରେ ବିଭିନ୍ନ ଉତ୍ସରୁ ସୂଚନା ସଂଗ୍ରହ କରି ଫଳାଫଳ ଦେଇଥାଏ । ମେଟାର AI ସର୍ଚ୍ଚ ଇଞ୍ଜିନ ସମାନ ଭାବରେ କାର୍ଯ୍ୟ କରିପାରେ କିନ୍ତୁ ପ୍ରକୃତ ଫଳାଫଳକୁ ପୂର୍ବାନୁମାନ କରିବା ସହଜ ନୁହେଁ କାରଣ ରିପୋର୍ଟରେ ମେଟାର ଇଞ୍ଜିନର କାର୍ଯ୍ୟକାରିତା ବିଷୟରେ କୌଣସି ବିସ୍ତୃତ ସୂଚନା ଦିଆଯାଇନାହିଁ ।

ତେବେ ମେଟା ନିଜର ସର୍ଚ୍ଚ ଇଞ୍ଜିନ ବିକଶିତ କରିବ ନା ଏଥିଲାଗି Google ଓ ମାଇକ୍ରୋସଫ୍ଟ ଉପରେ ନିର୍ଭରଶୀଳ ହେବ, ତାହା ଜଣାପଡ଼ିନାହିଁ । କାରଣ ମେଟାର Chatbot ୱେବ ତଥ୍ୟ ଦେବା ଲାଗି ଗୁଗଲ ଓ ମାଇକ୍ରୋସଫ୍ଟ ୱିଙ୍ଗ ଉପରେ ନିର୍ଭର କରୁଛି । ଏସବୁ ସେତେବେଳେ ସ୍ପଷ୍ଟ ହେବ ଯେତେବେଳେ କମ୍ପାନୀ ପକ୍ଷରୁ ବିଧିବଦ୍ଧ ବିବୃତ୍ତି ପ୍ରକାଶ ପାଇବ । ମେଟାର AI ଚାଳିତ ସର୍ଚ୍ଚ ଇଞ୍ଜିନ କେବେ ଲଞ୍ଚ ହେଉଛି ସେ ନେଇ ରିପୋର୍ଟରେ କିଛି କୁହାଯାଇନାହିଁ । ହେଲେ ଗତ 8ମାସ ଧରି ମେଟାର ଏକ ସ୍ବତନ୍ତ୍ର ଟିମ ଏହା ଉପରେ କାମ ଚାଲୁ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.