ETV Bharat / technology

iPhone ୟୁଜରଙ୍କ ଅପେକ୍ଷାର ଅନ୍ତ; ମିଳିଲା AI ଫିଚର, Mac ଓ iPadରେ ବି ଉପଲବ୍ଧ - IOS18 1 UPDATE FOR IPHONE

iOS 18.1 ଅପଡେଟ୍ ସହିତ Apple ଇଣ୍ଟେଲିଜେନ୍ସ ଫିଚର ଆରମ୍ଭ କରିଛି । ଏହି ଅପଡେଟରେ ଲେଖିବା ଟୁଲ୍‌, ସିରି ପୂର୍ବାପେକ୍ଷା ଉନ୍ନତ ହୋଇଛି । ଆପଲ୍‌ର କେଉଁ ପ୍ରଡକ୍ଟରେ ଏହା ଉପଲବ୍ଧ ଜାଣନ୍ତୁ...

Apple Intelligence
Apple Intelligence (Photo- Apple)
author img

By ETV Bharat Tech Team

Published : Oct 29, 2024, 3:02 PM IST

ହାଇଦ୍ରାବାଦ: ଦୀର୍ଘ ସମୟ ଅପେକ୍ଷା ପରେ ଆପଲ୍ ବ୍ୟବହାରକାରୀଙ୍କୁ ଆପଲ୍ ଇଣ୍ଟେଲିଜେନ୍ସର ସୁବିଧା ପ୍ରଦାନ କରିଛି । ଡେଭଲପର ପରୀକ୍ଷଣ ପରେ iOS 18.1 ରିଲିଜ ହେବା ସହିତ ଆଇଫୋନ୍ 16, ଆଇଫୋନ୍ 15 ପ୍ରୋ, ନୂତନ ଆଇପ୍ୟାଡ୍ ମିନି, ପୁରୁଣା ମ୍ୟାକ୍ ଏବଂ M1 ଚିପ୍ ଦ୍ବାରା ଚାଳିତ ଆଇପ୍ୟାଡ୍ ବ୍ୟବହାରକାରୀମାନେ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ପାଇବେ । ଏହି ଫିଚର ଲେଖିବା ଉପକରଣ, ନୋଟିଫିକେସନ ସମରି, ସିରି ପାଇଁ ଏକ ନୂତନ ଭିଜୁଆଲ ଅପଡେଟ୍ ପ୍ରଦାନ କରିବ, ଯାହା ଉପଭୋକ୍ତା ଅଭିଜ୍ଞତାକୁ ଆହୁରି ଉନ୍ନତ କରିବ ।

ଆପଲ୍‌ ଇଣ୍ଟେଲିଜେନ୍ସର ଫିଚର:-

1. ରାଇଟିଂ ଟୁଲ୍‌:- ଏହି ଫିଚରଗୁଡିକରେ ରାଇଟଂ ଟୁଲ ପ୍ରଦାନ କରାଯାଇଛି ଯାହା ଯେକୌଣସି ଆପରେ ବ୍ୟବହାର କରାଯାଇପାରିବ । ଏହାକୁ ବ୍ୟବହାର କରିବାକୁ ଏକ ନୂତନ ପ୍ୟାନେଲ୍ ଖୋଲିବା ପାଇଁ ରାଇଟିଂ ଟୁଲ୍‌ ଉପରେ ଟାପ୍‌ କରିବାକୁ ପଡିବ । ଏଠାରେ ଆପଣ ଆପଣଙ୍କର ଲେଖାକୁ ପ୍ରୁଫରିଡ୍‌ କିମ୍ବା ପୁଣି ଲେଖିବା ପାଇଁ ଅନେକ ଅପସନ ଦିଆଯାଇଥିବ । ଏଠାରେ ଆପଣ ଏକ ସାରାଂଶ ସୃଷ୍ଟି କରିପାରିବେ । ଆପଣ ମୁଖ୍ୟ ପଏଣ୍ଟଗୁଡିକର ଏକ ତାଲିକା ପ୍ରସ୍ତୁତ କରିପାରିବେ ।

2. ନୋଟିଫିକେସନ ସମରିଜ:- ଏହି ଫିଚର ସେହି ଲୋକଙ୍କ ଲାଗି ଭଲ ଯେଉଁମାନଙ୍କ ନିକଟକୁ ବହୁତ ନୋଟିଫିକେସନ ଆସିଥାଏ । ନୋଟିଫିକେସନ ସମରିଜ ଫିଚର ସାହାଯ୍ୟରେ ଏକ ସ୍ବୟଂଚାଳିତ ସମରି ଜେନେରେଟ ହେବ । ଏହି ଫିଚର ଆପଣଙ୍କ ଗ୍ରୁପ ଚାଟ୍‌, ନ୍ୟୁଜ ଆଲର୍ଟ ଉପରେ ନଜର ରଖେ । ଆପଣ ସବୁ ଆପ୍‌ର ନୋଟିଫିକେସନ ଲାଗି ଏହି ଫିଚରକୁ ଅନ୍‌/ଅଫ୍‌ କରିପାରିବେ ।

3. Siriରେ ଉନ୍ନତ ଅନୁଭବ:- iOS 18.1 ଅପଡେଟ୍ ଦ୍ବାରା ସିରି ପୂର୍ବାପେକ୍ଷା ଅଧିକ ଭଲ କାମ କରିବ । ଏବେ ଆପଣ ଭଏସ ବଦଳରେ ସିରିକୁ ଟାଇପ୍‌ କରିବା ଲାଗି ହୋମ ଇଣ୍ଡିକେଟର ଉପରେ ଡବଲ୍‌ ଟ୍ୟାପ୍‌ କରିପାରିବେ ।

4. ସ୍ମାର୍ଟ ରିପ୍ଲାଏ ଓ ସମରି:- ମେସେଜ ଓ Gmail ଆପରେ ମଧ୍ୟ ଅନେକ ଫିଚର ସାମିଲ କରାଯାଇଛି । ମେସେଜ ଓ ମେଲ୍‌ ଆପ୍‌ରେ ଆପଣଙ୍କୁ Inbox ତାଲିକାରେ ମେସେଜର ଏକ ସାଂରାଶ ମିଳିବ । ଯାହାଦ୍ବାରା ଆପଣଙ୍କୁ ସବୁକୁ ଟାପ୍‌ କରିବାକୁ ପଡ଼ିବ ନାହିଁ ।

Apple Intelligence
Apple Intelligence (Photo- Apple)
ଏହା ବି ପଢନ୍ତୁ
  1. ଆସିଗଲା Appleର ନୂଆ iMac; ରହିଛି M4 ପ୍ରୋସେସର, ଜାଣନ୍ତୁ କଣ ଖାସ
  2. OPPO A3x 4G ଫୋନ ଲଞ୍ଚ; ଦେଉଛି ଆଇଫୋନ ଲୁକ୍‌, ଦାମ 10ହଜାରରୁ କମ୍‌
  3. Realme GT 7 Proଠାରୁ OnePlus 13 ପର୍ଯ୍ୟନ୍ତ; ଖୁବଶୀଘ୍ର ଲଞ୍ଚ ହେବ ଅନେକ ଫୋନ
Apple rolled out the iOS 18.1 update
Apple rolled out the iOS 18.1 update (Photo- Apple)

Apple Intelligenceର ବ୍ୟବହାର କିପରି କରିବେ ?

  • ସର୍ବପ୍ରଥମେ ଆପଣଙ୍କ ଆଇଫୋନର ସେଟିଙ୍ଗକୁ ଯାଆନ୍ତୁ ।
  • ଏଠାରେ ଆପଣ ଆପଣଙ୍କର ପ୍ରୋଫାଇଲ୍ ତଳେ Update ନୋଟିଫିକେସନ ପାଇବେ ।
  • ଯଦି ଆପଣ ଏହି ନୋଟିଫିକେସନ ଦେଖିବାକୁ ମିଳୁନାହିଁ, ତେବେ Generalକୁ ଯାଆନ୍ତୁ ।
  • ଏଠାରେ ଆପଣ ସଫ୍ଟୱେୟାର୍ ଅପଡେଟ୍ ଅପସନ ପାଇବେ ।
  • ଏହାକୁ ଟ୍ୟାପ୍ କରି ଆପଣ ନୂତନ iOS 18.1ର ଅପଡେଟ ଯାଞ୍ଚ କରିପାରିବେ।
  • ଅପଡେଟ ଉପଲବ୍ଧ ହେବା ପରେ ଡାଉନଲୋଡ୍ ଟ୍ୟାପ୍ କରନ୍ତୁ ।
  • iOS 18.1 ଅପଡେଟ୍ ଡାଉନଲୋଡ୍ ହେବା ପରେ ଏହାକୁ ନିଜ ଆଇଫୋନରେ ଇନଷ୍ଟଲ୍ କରନ୍ତୁ ଏବଂ ଫୋନକୁ Reboot କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.