ETV Bharat / technology

HP ଲଞ୍ଚ କଲା ଏଆଇ ଫିଚର ଲାପଟପ, ରହିଛି ଏହି ସୁବିଧା - HP LAUNCHES ENVY LAPTOPS - HP LAUNCHES ENVY LAPTOPS

HP ENVY LAPTOPS: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲାପଟପ ଲଞ୍ଚ କଲା ଏଚପି । 10 ଘଣ୍ଟା ପର୍ଯ୍ୟନ୍ତ ରହିବ ଚାର୍ଜ । ଅଧିକ ପଢନ୍ତୁ

HP ENVY LAPTOPS
HP ENVY LAPTOPS
author img

By ETV Bharat Odisha Team

Published : Apr 3, 2024, 8:36 PM IST

ହାଇଦ୍ରାବାଦ: ଆଜି ଏଚପି(HP)ର ଦୁଇଟି ଲାଟେଷ୍ଟ ମଡେଲ ଲଞ୍ଚ ହୋଇଛି । ଲଞ୍ଚ ହୋଇଥିହା ଲାପଟପର ମଡେଲ Envy x360 14, OMEN Transcend 14 ରହିଛି । ଏଥିରେ ଏଆଇ ଫିଚର ରହିଥିବା ବେଳେ ୟୁଜର୍ସଙ୍କ ପ୍ରଥମ ପସନ୍ଦ ହୋଇପାରିବ ବୋଲି ଆଶା କରାଯାଉଛି । ଏହି ଲାପଟପର କିବୋର୍ଡ Microsoft CoPilot ସହିତ ଲଞ୍ଚ ହୋଇଛି । ଯାହା ଜେନେରେଟିଭ ଏଆଇ ଯେପରିରକି ଆସିଷ୍ଟେଡ ସର୍ଚ୍ଚ, କଣ୍ଟେଣ୍ଟ କ୍ରିଏସନ ଭଳି କାର୍ଯ୍ୟ କରିବ । HP Envy x360 14 ଲାପଟପକୁ ଦୁଇଟି ରଙ୍ଗରେ ଲଞ୍ଚ କରିଛି କମ୍ପାନୀ । ମେଟୋର ସିଲଭର ଏବଂ ଅଟମୋସ୍ପିଏରିକ ବ୍ଲୁ ଭଳି ଦୁଇଟି ରଙ୍ଗରେ ଲଞ୍ଚ ହୋଇଛି । ତେବେ ଏହି ଲାପଟପର ପ୍ରାରମ୍ଭିକ ମୂଲ୍ୟ 99,999 ଟଙ୍କାରୁ ଆରମ୍ଭ ହୋଇଛି । ଅନ୍ୟପଟେ OMEN Transcend 14ର ପ୍ରାରମ୍ଭିକ ମୂଲ୍ୟ 1,74,999 ଟଙ୍କା ରହିଛି ।

ଏନେଇ ଏଚପି ପକ୍ଷରୁ ଏକ ବୟାନରେ କୁହାଯାଇଛି, 1.4 କିଲୋଗ୍ରାମ ବିଶିଷ୍ଟ ଏହି ଡିଭାଇସ 14 ଇଞ୍ଚର OLED ଟଚ୍ ଡିସପ୍ଲେ ସହିତ ରହିଛି । ଏହାସହିତ ଆଡବ ଫଟୋସପ ଭଳି ଆପ ସହିତ ହାଇ-ଏଣ୍ଡ କ୍ରିଏସନ ପାଇଁ Intel Core Ultra ରହିଛି । ଲାପଟପ ନ୍ୟୁରଲ ପ୍ରୋସେସିଙ୍ଗ ୟୁନିଟ(ଏନପିୟୁ) ସହିତ ଆସିବ, ଯାହା ବ୍ୟାଟେରୀକୁ ପ୍ରଜକ୍ଚିଭିଟି ପାଇଁ 65 ପ୍ରତିଶତ ପର୍ଯ୍ୟନ୍ତ ଅପ୍ଟିମାଇଜ୍ କରିବାରେ ସାହାଯ୍ୟ କରିଥାଏ। ଏଥିରେ 16GB LPDDR5 RAM ଏବଂ 512GB NVMe M.2 SSD ହାର୍ଡ ଡ୍ରାଇଭ ଷ୍ଟୋରେଜ ରହିଛି ।

ଏହା ମଧ୍ୟ ପଢନ୍ତୁ: New Hp Laptop: ଭାରତରେ ଲଞ୍ଚ୍ ହେଲା ଓମେନ୍ 17 ଗେମିଙ୍ଗ ଲାପଟପ୍

ଏହି ଲାପଟପରେ କନେକ୍ଟିଭିଟି ପାଇଁ Wi-Fi 6E, ବ୍ଲୁଟୁଥ 5.3. ୟୁଏସବି ଟାଇପ ଏ, ଟାଇପ ସି, ଏଚଡିଏମଆଇ 2.1 ପୋର୍ଟ ଏବଂ 3.5ଏମଅମ ଅଡିଓ ଜ୍ୟାକ ମିଳିବ । ଏହାସହ ଏହି ଲାପଟପରେ 5ଏମପିର ଏଚଡିଆର ସପୋର୍ଟ ଓ୍ବେବ କ୍ୟାମେରା ମିଳିବ । ଅନ୍ୟପଟେ ଡୁଆଲ ମାଇକ୍ରୋଫୋନ ଏବଂ ସ୍ପିକର ସୁବିଧା ମଧ୍ୟ ରହିଛି । ଏହା Windows 11 Home ଅପୋରେଟିଂ ସିଷ୍ଟମରେ କାର୍ଯ୍ୟ କରିବ । ଏହି ଲାପଟପରେ 59Whr କ୍ୟାପାସିଟି ଯୁକ୍ତ ବ୍ୟାଟେରୀ ଏବଂ 65W USB Type C ଚାର୍ଜିଂ ଫିଚର ରହିଛି । ତେବେ 10 ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରୀ ବ୍ୟକଅପ ରହିବ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହାସହିତ ୟୁଜର୍ସ HP HyperX ପ୍ରିମିୟମ୍ ବ୍ୟାଗ୍ ମଧ୍ୟ ପାଇବେ । ଏହାକୁ ଉଭୟ ଅନଲାଇନ ଏବଂ ଅଫଲାଇନରେ କିଣିପାରିବେ ୟୁଜର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.