ETV Bharat / technology

ଫେସ ଲକ୍ କି ଫିଙ୍ଗର ପ୍ରିଣ୍ଟ ନୁହେଁ, ଏଣିକି ନିଶ୍ବାସରେ ଅନଲକ୍ ହେବ ସ୍ମାର୍ଟଫୋନ - ନିଶ୍ବାସରେ ଅନଲକ୍ ହେବ ସ୍ମାର୍ଟଫୋନ

Breath Print Technology: ଏଣିକି ନିଶ୍ବାସ ଦ୍ବାରା ଅନଲକ୍ କରିହେବ ସ୍ମାର୍ଟଫୋନ । ଆବଶ୍ୟକ ହେବନି ଫେସ ଲକ୍- ଫିଙ୍ଗର ପ୍ରିଣ୍ଟ । ଅଧିକ ପଢନ୍ତୁ

Breath Print Technology
Breath Print Technology
author img

By ETV Bharat Odisha Team

Published : Jan 30, 2024, 12:04 PM IST

ହାଇଦ୍ରାବାଦ: ସମୟ ସହିତ ସାମ୍ନାକୁ ଆସୁଛି ନୂଆ ନୂଆ ଟେକ୍ନୋଲୋଜି । ପୂର୍ବରୁ ଫିଙ୍ଗର ପ୍ରିଣ୍ଚ ଏବଂ ଫେସ ଅନଲକ ସିଷ୍ଟମ ଦ୍ବାରା ଫୋନକୁ ଅନଲକ୍ କରାଯାଇପାରୁଥିଲା । ସୁରକ୍ଷା ଦୃଷ୍ଟିରୁ ସମସ୍ତ ସ୍ମାର୍ଟଫୋନରେ ଏହି ଫିଚର ରଖାଯାଇଥିଲା । ସେତେବେଳେ ଦାବି କରାଯାଇଥିଲା ଯେ, ଏହି ଫିଚର ଦ୍ବାରା ଆଉ ଫୋନର ଡାଟାକୁ ଚୋରି କରାଯାଇ ପାରିବ ନାହିଁ କିମ୍ବା ପ୍ରାଇଭେସିରେ କୌଣସି ତ୍ରୁଟି ଦେଖାଯିବନି । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଯାଇଥିଲା । ଫଟୋ ଦେଖାଇ କିମ୍ବା ଶୋଇଥିବା ଅବସ୍ଥାରେ ଆଙ୍ଗୁଠି ବ୍ୟବହାର କରି ଫୋନକୁ ଅନଲକ କରିବାରେ ସକ୍ଷମ ହେଉଥିଲେ । ଏବେ ସିକ୍ୟୁରିଟି ସିଷ୍ଟମକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଫୋନରେ ଆଉ ଏକ ଫିଚର ଆସିବାକୁ ଯାଉଛି । ଏଣିକି ନିଶ୍ବାସ ଦ୍ବାରା ଖୋଲିବ ବା ଅନଲକ୍ ହେବ ସ୍ମାର୍ଟଫୋନ । ଏନେଇ ଦାବି କରିଛନ୍ତି ଚେନ୍ନାଇ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ମହେଶ ପଞ୍ଚାଗନୁଲା ଏବଂ ତାଙ୍କ ଟିମ୍ । ଗ୍ୟାଜେଟ ଗୁଡିକର ନିରାପତ୍ତାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ବ୍ରିଥ ପ୍ରିଣ୍ଟ ଟେକ୍ନୋଲୋଜି(Breath Print Technology) ଉପରେ କାର୍ଯ୍ୟ ଜାରି ରଖିଛନ୍ତି ।

ଟିମ୍‌ର କହିବା ଅନୁସାରେ, ଏହି ପ୍ରୟୋଗ ଏୟାର ପ୍ରେସର ସେନ୍ସରରୁ ସଂଗୃହୀତ ଡାଟାକୁ ନେଇ ପରୀକ୍ଷଣ କରାଯାଇଛି । ଏହି ଡାଟାର ସାହାଯ୍ୟରେ ଏକ ଆର୍ଟିଫିସିଆଲ ମଡେଲ ତିଆରି କରିବା ଲକ୍ଷ୍ୟ ରହିଥିଲା । ଅନୁସନ୍ଧାନକାରୀ ଟିମର କହିବା ଅନୁସାରେ, ଏହି ଏଆଇ ମଡେଲ ଯଦି ଥରେ କୌଣସି ବ୍ୟକ୍ତିର ନିଶ୍ବାସକୁ ଆନାଲାଇଜ କରିଥାଏ, ତା'ହେଲେ 97 ପ୍ରତିଶତ ସଠିକତା ସହିତ ଭେରିଫାଇ କରିଥାଏ । ଯେଉଁ ବ୍ୟକ୍ତିର ନିଶ୍ବାସ ସହ ଥରେ ଆନାଲାଇଜ ହୋଇଥିବ, ପରବର୍ତ୍ତୀ ମୁହୂର୍ତ୍ତରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ନିଶ୍ବାସ ଦ୍ବାରା ହିଁ ଆନାଲାଇଜ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ : ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ହ୍ରାସ ହୋଇପାରେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ

ଯେତେବେଳେ ଜଣେ ବ୍ୟକ୍ତିର ନାକ, କାନ, ଗଳା ଦ୍ବାରା ନିଶ୍ବାସ ଭିତରକୁ ପ୍ରବେଶ କରିବା ପରେ ଯେଉଁ ପ୍ରକାର ଟର୍ବ୍ୟୁଲେନ୍ସ ସୃଷ୍ଟି ହୋଇଥାଏ, ଏହି ଏଆଇ ମଡେଲ ଉକ୍ତ ଟର୍ବୁଲେନ୍ସ ଦ୍ବାରା ବ୍ୟକ୍ତିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । କାରଣ ସମସ୍ତ ବ୍ୟକ୍ତିର ନିଶ୍ବାସ ନେବା ଦ୍ବାରା ଟର୍ବ୍ୟୁଲେନ୍, ଅଲଗା ଅଲଗା ହୋଇଥାଏ । ଫଳରେ ଫୋନ ମାଲିକକୁ ଚିହ୍ନଟ କରିବାରେ ତ୍ରୁଟି କରିବ ନାହିଁ ଏହି ଏଆଇ ମଡେଲ । ଆଗାମୀ ଦିନରେ ଭାରତ ସହିତ ସମଗ୍ର ବିଶ୍ବର ଲୋକେ ଏଣିକି ନିଶ୍ବାସ ଦ୍ବାରା ଅନଲକ୍ କରିବେ ସ୍ମାର୍ଟଫୋନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.