ହାଇଦ୍ରାବାଦ: ଦେଶରେ କାରଗୁଡ଼ିକର ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଗତବର୍ଷ Bharat NCAP ବା ଭାରତ ନ୍ୟୁ କାର ଆସେସମେଣ୍ଟ ପ୍ରୋଗ୍ରାମ ଲଞ୍ଚ କରାଯାଇଥିଲା । ଏବେ ଭାରତ ଏନସିଏପି ପକ୍ଷରୁ କାର ସୁରକ୍ଷା ରେଟିଂ ପାଇଁ ଏକ କ୍ୟୁଆର କୋଡ ଲଞ୍ଚ କରାଯାଇଛି । ଏହି ଷ୍ଟିକରକୁ ଆପଣ ନିଜ କାର ଉପରେ ଲଗାଇବେ । ଏହି ଷ୍ଟିକରକୁ ସ୍କାନ କରିବା ପରେ ଗ୍ରାହକ ନିଜ କାରର ସୁରକ୍ଷା ଫିଚର୍ସ ସମ୍ପର୍କରେ ସବିଶେଷ ତଥ୍ୟ ପାଇବେ । ଗାଡି଼ର ସୁରକ୍ଷା ଓ ଦୁର୍ଘଟଣାକୁ ରୋକିବା ଦିଗରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି ।
“Demand safety first! 🚗🔍Introducing the Bharat NCAP display sticker with a QR code for Safety rated vehicles for instant access to vehicle safety ratings. Empower yourself with the knowledge to choose safer vehicles.”#BharatNCAP #SafetyFirst #DemandSafety #BNCAP pic.twitter.com/oFr8mPMvCt
— Bharat NCAP (@bncapofficial) August 30, 2024
Bharat NCAP QR କୋଡ୍ କଣ ?
ଭାରତ ଏନସିଏପି ଅଟୋମୋବାଇଲ ଉତ୍ପାଦନକାରୀଙ୍କୁ QR କୋଡ୍ ଷ୍ଟିକର ପ୍ରଦାନ କରିବ ଯାହାର ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷଣ କରାଯାଇଛି । ଏହି ଷ୍ଟିକରଗୁଡ଼ିକରେ ଉତ୍ପାଦକଙ୍କ ନାମ, ଯାନ କିମ୍ବା ମଡେଲ ନାମ, ପରୀକ୍ଷା ତାରିଖ ଏବଂ ଉଭୟ ବୟସ୍କ ଓ ପିଲାମାନଙ୍କ ପାଇଁ ସୁରକ୍ଷା ଷ୍ଟାର ମୂଲ୍ୟାୟନ ଅନ୍ତର୍ଭୂକ୍ତ ହେବ । ଷ୍ଟିକରକୁ ସ୍କାନ କରିବା ମାତ୍ରେ ଉକ୍ତ ଯାନ ସମ୍ପର୍କରେ ସବିଶେଷ ବିବରଣୀ ଗ୍ରାହକଙ୍କ ନିକଟରେ ଉପଲବ୍ଧ ହେବ ।
ଏହା ବି ପଢନ୍ତୁ- Audi ଲଭରଙ୍କ ପାଇଁ ଖୁସି ଖବର; ଲଞ୍ଚ ହେଲା Audi Q8, କଣ ରହିଛି ଖାସ୍ ଜାଣନ୍ତୁ
ସୂଚନା ଥାଉ କି ବର୍ତ୍ତମାନ ଦୁର୍ଘଟଣା ପରୀକ୍ଷଣ ସମାପ୍ତ କରିଥିବା ଗାଡିଗୁଡ଼ିକରେ ଟାଟା ସଫାରି, ହୈରିଅର୍, ନେକ୍ସନ୍ ଇଭି ଏବଂ ଟାଟା ମୋଟର୍ସର ପଞ୍ଚ ଇଭି ମଡେଲ ଅନ୍ତର୍ଭୁକ୍ତ । ଏହି ମଡେଲଗୁଡ଼ିକୁ ଉଭୟ ବୟସ୍କ ଏବଂ ଶିଶୁ ସୁରକ୍ଷା ପାଇଁ ଭାରତ NCAP ଦ୍ବାରା ଏକ 5-ତାରକା ମୂଲ୍ୟାୟନ (5 ଶ୍ଟାର ରେଟିଂ) ଦିଆଯାଇଛି ।
Bharat NCAP କଣ ?
ଗତବର୍ଷ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ Global NCAPର ମିଳିତ ଉଦ୍ୟମରେ Bharat NCAP ସୁରକ୍ଷା ରେଟିଂ ଆରମ୍ଭ କରିଥିଲା । ଏହି କ୍ରାସ୍ ଟେଷ୍ଟିଂ ନୀତି ସହିତ ଭାରତ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ବିଶ୍ବରେ ପଞ୍ଚମ ଦେଶ ହୋଇପାରିଛି । ଭାରତ ଏନସିଏପି ଘୋଷଣା ସମୟରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏହି ସ୍ବେଚ୍ଛାକୃତ ସୁରକ୍ଷା ଯୋଜନା ଅଧୀନରେ କ୍ରାସ୍ ପରୀକ୍ଷା ପାଇଁ ସେମାନେ 30ରୁ ଅଧିକ କମ୍ପାନୀ ପକ୍ଷରୁ ଆସିଥିବା ଅନୁରୋଧକୁ ଗ୍ରହଣ କରିସାରିଛନ୍ତି।
'ଅଧିକ ଷ୍ଟାର, ସୁରକ୍ଷିତ କାର'
ଭାରତ ଏନସିଏପି ପକ୍ଷରୁ ଅଧିକ ଷ୍ଟାର, ସୁରକ୍ଷିତ କାର ନାରା ଦିଆଯାଉଛି । ଏହା ସମସ୍ତ ଯାନ ମଧ୍ୟରେ ସୁରକ୍ଷା ଜାଗ୍ରତକୁ ପ୍ରୋତ୍ସାହିତ କରିବା ଓ ଦୁର୍ଘଟଣାକୁ କମ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଫଳରେ ଗ୍ରାହକମାନେ ପ୍ରଥମେ କାରର ସୁରକ୍ଷା ସମ୍ପର୍କରେ ଜାଣି ନିଜ ପାଇଁ ଏକ ଭଲ ବିକଳ୍ପ ଚୟନ କରିପାରିବାରେ ସକ୍ଷମ ହେବେ ।