ETV Bharat / technology

Android 16 ପାଇଁ ହୋଇଯାଆନ୍ତୁ ତୟାର; ବହୁ ପୂର୍ବରୁ ହେବ ଲଞ୍ଚ, କନଫର୍ମ କଲା ଗୁଗଲ୍‌

ଆଣ୍ଡ୍ରଏଡ 16ର ଅପେକ୍ଷାରେ ଥିବା ୟୁଜରଙ୍କ ଲାଗି ଖୁସି ଖବର । ଗୁଗଲ୍‌, ଆଣ୍ଡ୍ରଏଡ 16 ଅପଡେଟର ରିଲିଜ ତାରିଖ ସମ୍ପର୍କରେ ଖୁଲାସା କରିଛି । ଅଧିକ ପଢନ୍ତୁ

Android 16
Android 16 (Photo- Google)
author img

By ETV Bharat Tech Team

Published : Nov 2, 2024, 12:42 PM IST

ହାଇଦ୍ରାବାଦ: ଖୁବଶୀଘ୍ର ଆସୁଛି ମୋବାଇଲ ଅପରେଟିଂ ସିଷ୍ଟମ ଆଣ୍ଡ୍ରଏଡ୍‌ର ନୂଆ ଭର୍ସନ ଆଣ୍ଡ୍ରଏଡ 16 । ଏ ନେଇ ବିଧିବଦ୍ଧ ଭାବେ ଗୁଗଲ୍‌ ସ୍ପଷ୍ଟ କରିଛି । ନିକଟରେ ଏକ ଡେଭଲପର ବ୍ଲଗରେ ଗୁଗଲ୍‌ ଆଣ୍ଡ୍ରଏଡ ଅପଡେଟକୁ ରୋଲଆଉଟ୍‌ କରିବା ନେଇ ନିଜ ଷ୍ଟ୍ରାଟେଜି ସମ୍ପର୍କରେ ସୂଚନା ଦେଇଥିଲା । ଯେଉଁଥିରେ SDK(ସଫ୍ଟୱେୟାର ଡେଭଲପମେଣ୍ଟ କିଟ) ରିଲିଜ ସାମିଲ । ଏହାର ଉଦ୍ଦେଶ୍ୟ ହେଉଛି ୟୁଜରଙ୍କୁ ଏକ ନିଆରା ଅଭିଜ୍ଞତା ସହ ଡେଭଲପର ସପୋର୍ଟକୁ ଅଧିକ କ୍ରିୟାଶୀଳ କରିବା ।

ଆଣ୍ଡ୍ରଏଡ ରିଲିଜକୁ ଆହୁରି ପ୍ରଭାବଶାଳୀ କରିବା ଲାଗି ଗୁଗଲ୍‌ ପ୍ରୋଜେକ୍ଟ ଟ୍ରେବଲ ଓ ମେନଲାଇନ ଉପରେ କାମ କରୁଛି । ଯାହାଦ୍ବାରା ପୂରା ସିଷ୍ଟମ ଅପଡେଟ ବିନା ୟୁଜରଙ୍କ ନିକଟରେ ଅପଡେଟ ପହଞ୍ଚିପାରିବ । ଏବେ ଗୁଗଲ୍‌ 2025ରେ ଦୁଇଟି ଆଣ୍ଡ୍ରଏଡ ରିଲିଜ କରିବାକୁ ଯାଉଛି । ଏ ନେଇ ଗୁଗଲ୍‌ କନଫର୍ମ କରିଛି ।

ଏହା ବି ପଢନ୍ତୁ
  1. Google ଆଣ୍ଡ୍ରଏଡ ଫୋନ ପାଇଁ ଆଣିଲା କମାଲ ଫିଚର; ଜାଣନ୍ତୁ କଣ ଖାସ
  2. ଆଇଫୋନ ପରେ Google Pixel ଫୋନକୁ ବ୍ୟାନ୍‌ କଲା ଇଣ୍ଡୋନେସିଆ

2025ରେ 2 ଆଣ୍ଡ୍ରଏଡ ରିଲିଜ:-

ଗୁଗଲ୍‌ ଆସନ୍ତା ବର୍ଷ 2025 ଦ୍ବିତୀୟ ତ୍ରୟମାସ (Q2) ଏକ ପ୍ରମୁଖ ରିଲିଜ ଓ ଚତୁର୍ଥ ତ୍ରୟମାସ (Q4)ରେ ଏକ ମାଇନର ରିଲିଜ ଜାରି କରିବ । Q2 ରିଲିଜରେ ନୂଆ ଡେଭଲପର API ଓ କିଛି ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି । Q3ର ସାଧାରଣ କାର୍ଯ୍ୟସୂଚୀ ପରିବର୍ତ୍ତେ Q2କୁ ସ୍ଥାନାନ୍ତରର ଉଦ୍ଦେଶ୍ୟ ହେଉଛି ଡିଭାଇସ ନିର୍ମାତା ଆଣ୍ଡ୍ରଏଡର ନୂତନ ସଂସ୍କରଣକୁ ଅଧିକ ଡିଭାଇସରେ ଶୀଘ୍ର ରିଲିଜ କରିବାକୁ ଅନୁମତି ଦେବା ।

ଉନ୍ନତ ହେବ User Experience:-

ବର୍ତ୍ତମାନ କମ୍ପାନୀ ଆଣ୍ଡ୍ରଏଡ୍ 16ର ଫିଚର ବିଷୟରେ କୌଣସି ସୂଚନା ଦେଇନାହିଁ । କିନ୍ତୁ ଏହାର ରିଲିଜ ସମୟ ସୀମାକୁ ସେୟାର କରି କମ୍ପାନୀ ସ୍ପଷ୍ଟ କରିଛି ଯେ ନୂତନ ଅପରେଟିଂ ସିଷ୍ଟମ ବ୍ୟବହାରକାରୀଙ୍କ ଅଭିଜ୍ଞତା ଉପରେ ଧ୍ୟାନ ଦେବ । ଅତିରିକ୍ତ ଭାବରେ ଡେଭଲପରମାନେ ମଧ୍ୟ ସେମାନଙ୍କର ଆପ୍ ପରୀକ୍ଷା କରିବାକୁ ଅଧିକ ସମୟ ପାଇବେ ।

ଅକ୍ଟୋବର 15ରେ ଲଞ୍ଚ ହୋଇଥିଲା Android 15:-

ଗୁଗଲ୍‌ର ନିକଟରେ ଲଞ୍ଚ ହୋଇଥିବା ଆଣ୍ଡ୍ରଏଡ୍ 15ରେ ଅନେକ ବଡ ସୁରକ୍ଷା ଫିଚର ସାମିଲ କରାଯାଇଛି । ସମ୍ପ୍ରତି ଗୁଗଲ୍‌ର ପିକ୍ସେଲ ଡିଭାଇସ ବ୍ୟତୀତ OnePlus, Xiaomi, iQOO ଭଳି ବ୍ରାଣ୍ଡର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ପାଇଁ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ୍ ରୋଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.