ETV Bharat / technology

ବିଶ୍ବ ବଜାରରେ ଲଞ୍ଚ ହେଲା MG ZSର ନୂଆ ମଡେଲ୍‌, ଜାଣନ୍ତୁ ଭାରତରେ କେବେ ହେବ ଲଞ୍ଚ - MG ZS Hybrid Plus Launched

author img

By ETV Bharat Tech Team

Published : Aug 30, 2024, 12:33 PM IST

MG ZS Hybrid Plus Launched: ଏମଜି ମୋଟର ନିଜର ଫ୍ଲାଗସିପ ଏସୟୁଭି MG ZSର ନୂଆ ମଡେଲ ବିଶ୍ବ ବଜାରରେ ପ୍ରବେଶ କରିଛି । ଭାରତରେ ଏହାକୁ MG Astor ନାମରେ ବିକ୍ରି କରାଯାଉଛି । କମ୍ପାନୀ ଏହି ମଡେଲକୁ MG ZS Hybrid+ ନାମରେ ବିକ୍ରି କରିବା ଆରମ୍ଭ କରିଥିବା ବେଳେ ଜାଣନ୍ତୁ ଏହି ଅପଡେଟେଡ ଭର୍ସନ ଭାରତରେ କେବେ ବିକ୍ରି ହେବ ? ଅଧିକ ପଢନ୍ତୁ

MG ZS Hybrid Plus Launched
MG ZS Hybrid Plus Launched (MG Motor)

ହାଇଦ୍ରାବାଦ: ୟୁକେ କାର ନିର୍ମାତା କମ୍ପାନୀ ଏମଜି ମୋଟର ନିଜର ମିଡସାଇଜ ଏସୟୁଭି ଏମଜି ଜେଡଏସର ନୂଆ ଜେନେରେସନ ମଡେଲକୁ ଅନ୍ତର୍ଜାତୀୟ ବଜାରରେ ଲଞ୍ଚ କରିଛି । ବର୍ଷ 2025 ଅପଡେଟରେ MG ZSର ବାହାର ଓ ଭିତର ଡିଜାଇନରେ ଅନେକ ପରିବର୍ତ୍ତନ କରାଯାଇଛି । ଗ୍ରାହକଙ୍କ ମନକୁ ବୁଝି କମ୍ପାନୀ ପକ୍ଷରୁ ଅନେକ ସୁବିଧା ପ୍ରଦାନ କରାଯାଇଛି ।

ବିଶ୍ବ ବଜାରରେ MG ZSକୁ Hybrid+ ଟେକନିକ ସହିତ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି । ଏବେ ଭାରତରେ ଏହି ମଡେଲର 2ଟି ଭର୍ସନ ବିକ୍ରି କରାଯାଉଛି । ଯେଉଁଥିରେ ଗୋଟିଏ ଅଲ-ଇଲେକ୍ଟ୍ରିକ ଭର୍ସନ ରହିଛି । ଏହି ମଡେଲର ନାମ ରଖାଯାଇଛି MG ZS EV । ସେପଟେ ଦ୍ବିତୀୟ ICE ମଡେଲ, ଯାହାକୁ MG Astor ନାମରେ ବିକ୍ରି କରାଯାଉଛି । ଆଗାମୀ ବର୍ଷ କମ୍ପାନୀ ଭାରତୀୟ ବଜାରରେ ଏହି କାରକୁ ବିକ୍ରି କରିବ ବୋଲି କୁହାଯାଉଛି ।

MG ZS
MG ZS (MG Motor)

ବାହାର ଡିଜାଇନ କିପରି ?

ଏହି ମଡେଲର ଏକ୍ସଟିରିଅର ବା ବାହାର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ନୂଆ MG ZSରେ ଆଗ୍ରେସିଭ ଫ୍ରଣ୍ଟ ପ୍ରୋଫାଇଲ ପ୍ରଦାନ କରାଯାଇଛି । ଏଥିରେ ରିଡିଜାଇନ କରାଯାଇଛି । ଏଥିରେ ବଡ଼ ଗ୍ରିଲ ସାଙ୍ଗକୁ ଚଉଡ଼ା ଏୟାର ଡ୍ୟାମ୍ପ ରହିଛି । ହେଡଲ୍ୟାମ୍ପକୁ ଯୋଡ଼ିବା ଲାଗି ଲାଇଟ ବାର୍‌ ମଧ୍ୟ ରହିଛି । ଯେଉଁଥିରେ LED DRLs ଦିଆଯାଇଛି ।

ଏହା ବି ପଢନ୍ତୁ- ପୂଜା ଅଫରରେ କିଣିବାକୁ ଚାହୁଁଛନ୍ତି କି ନୂଆ କାର ? ବଜାରରେ Maruti Suzuki Swiftର ଦମଦାର ଭାରିଏଣ୍ଟ

ସାଇଡ ପ୍ରୋଫାଇଲ ଉପରେ ନଜର ପକାଇଲେ, ଏହା ପୁରୁଣା ମଡେଲ ଭଳି ରହିଛି । କିନ୍ତୁ ଆଲଏ ହ୍ବିଲ ପ୍ୟାଟର୍ଣ୍ଣରେ କିଛିଟା ପରିବର୍ତ୍ତନ କରାଯାଇଛି । ପଛ ପାର୍ଶ୍ବରେ MG ZS ବା Astor ସ୍ପିଲ୍ଟ ଡିଜାଇନ ସହିତ ଟେଲଲ୍ୟାମ୍ପ ଦିଆଯାଇଛି । ଅନ୍ୟ ଡିଜାଇନ ହାଇଲାଇଟ୍ସରେ ଟେଲଗେଟରେ ନୂଆ ବ୍ରାଣ୍ଡ ଲୋଗୋ, ଇଣ୍ଟିଗ୍ରେଟେଡ ଷ୍ଟପ ଲ୍ୟାମ୍ପ ଦିଆଯାଇଛି । ରିଅର ୱାଇପର ମଧ୍ୟ ଏହି ମଡେଲରେ ରହିଛି ।

ନୂଆ MG ZSର ଇଣ୍ଟରିଅର ଡିଜାଇନ:-

ଏହି ନୂଆ ମଡେଲର ଭିତର ଡିଜାଇନ ସମ୍ପର୍କରେ ଆଲୋଚନା କଲେ, ନୂଆ ଡ୍ୟାସବୋର୍ଡ ଲେଆଉଟ୍‌ ସହିତ ପରିବର୍ତ୍ତନ ଅଧିକ ଦେଖିବାକୁ ମିଳିଛି । ଯେଉଁଥିରେ 12.3 ଇଞ୍ଚର ବଡ଼ ଇନଫୋଟେନମେଣ୍ଟ ସ୍କ୍ରିନ, ନୂଆ ଆକାରର ଏସି, ନୂଆ ଷ୍ଟିଅରିଂ ହ୍ବିଲ, 7ଇଞ୍ଚର ଡିଜିଟାଲ ଇନଷ୍ଟ୍ରୁମେଣ୍ଟ ପ୍ୟାନେଲ ଓ ନୂଆ ଗିଅର ଲିଭର ସହିତ ନୂଆ ଡିଜାଇନ କରାଯାଇଛି ।

କଣ ରହିଛି ଫିଚର୍ସ ?

ଏମଜି ନୂଆ ମଡେଲରେ ଅନେକ ନୂଆ ଫିଚର୍ସ ଯୋଗ କରାଯାଇଛି । MG ZS Hybrid+ ରେ ୱାୟରଲେସ ସ୍ମାର୍ଟଫୋନ କନେକ୍ଟିଭିଟି, ADAS ସୁଟ୍‌, ଟାଇପ-ସି ଚାର୍ଜିଂ ପୋର୍ଟ, ଅଟୋ ହୋଲ୍ଡ ସହିତ ଇଲେକ୍ଟ୍ରୋନିକ ପାର୍କିଂ ବ୍ରେକ୍‌, ଅଟୋମେଟିକ କ୍ଲାଇମେଟ କଣ୍ଟ୍ରୋଲ, 360 ଡିଗ୍ରୀ କ୍ୟାମେରା ଓ ୱାୟରଲେସ ଚାର୍ଜର ଭଳି ଉନ୍ନତମାନର ଫିଚର୍ସ ପ୍ରଦାନ କରାଯାଇଛି ।

ଇଞ୍ଜିନରେ କଣ ରହିଛି ଖାସ ?

ମେକାନିକାଲ କ୍ଷେତ୍ରରେ, MG ZS Hybrid+ରେ 1.5 ଲିଟର, 4 ସିଲିଣ୍ଡର ପେଟ୍ରୋଲ ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାକୁ ଇଲେକ୍ଟ୍ରିକ ମୋଟର ସହିତ ସଂଯୋଗ କରାଯାଇଛି । ଏହି କାର 0ରୁ 100କିମି ପ୍ରତି ଘଣ୍ଟା ବେଗରେ ଗତି କରିପାରେ । ଏହି ଗତି ମାତ୍ର 8.7ସେକେଣ୍ଡରେ ଧରିବାରେ ସକ୍ଷମ ହୋଇଥାଏ କାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.