ହାଇଦ୍ରାବାଦ: ଆଉ କିଛି ଦିନ ଭିତରେ ଆରମ୍ଭ ହୋଇଯିବ ଫେଷ୍ଟିଭ ସିଜନ । ଏହାକୁ ଆଖି ଆଗରେ ରଖି ସ୍ବଦେଶୀ ବାଇକ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଏକ ଷ୍ଟାଇଲିସ ବାଇକ ଲଞ୍ଚ କରିଛି । ଏହାର ରେଟ୍ରୋ-ମଡର୍ଣ୍ଣ ଲୁକ୍ ବାଇକ ଲଭରଙ୍କୁ ବେଶ ଆକର୍ଷିତ କରୁଛି । କମ୍ପାନୀ ଏହି ଅପଡେଟେଡ ମୋଟର ସାଇକେଲକୁ 2ଲକ୍ଷ ଟଙ୍କାରେ ବିକ୍ରି କରୁଛି । ଯଦି ଆପଣ ଏହି ପୂଜା ଅଫର ସମୟରେ ଏହାକୁ କିଣିବାକୁ ଚାହୁଁଛନ୍ତି ତେବେ ଏହାର କଣ କଣ ଖାସ କଥା ରହିଛି ଜାଣି ନିଅନ୍ତୁ ।
ନୂଆ କଲର୍ ଅପସନ ସହିତ ନୂଆ ଡିଜାଇନ:-
ଏହି ବାଇକର ଡିଜାଇନ ଉପରେ ନଜର ପକାଇଲେ 2024 Royal Enfield Classic 350 ଡିଜାଇନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାକୁ ପୁରୁଣା ମଡେଲ ପରି ରଖାଯାଇଛି । ଏଥିରେ ଗୋଲ୍ ହେଡଲାଇଟ ସହିତ ଛୋଟ ସିଟ୍ ସହିତ ପୁରା ରେଟ୍ରୋ ଲୁକ୍ରେ ନିର୍ମାଣ କରାାଇଛି । ବାଇକରେ ନୂଆ କଲର ଅପସନ ଯେପରିକି ଏମରାଲ୍ଡ, ଜୋଧପୁର ବ୍ଲୁ, କମାଣ୍ଡୋ ସ୍ୟାଣ୍ଡ, ରେଡ୍, ମେଡୋଲିଅନ ବ୍ରୋଞ୍ଜ, ସ୍ୟାଣ୍ଡ ଗ୍ରେ ଓ ଷ୍ଟିଲ୍ଥ ବ୍ଲାକ୍ କଲର ରଖାୟାଇଛି ।
କଣ ନୂଆ ଫିଚର୍ସ ?
କମ୍ପାନୀ ଏହି ବାଇକରେ ପୁରୁଣା ଡିଜାଇନ ରଖିଛି, କିନ୍ତୁ Classic 350ରେ ନୂଆ ଫିଚର୍ସ ରହିଛି । ଏହି ଫିଚର ମଧ୍ୟରେ ଏଲଇଡି ହେଡଲାଇଟ୍ସ, ପୋଜିସନ ଲାଇଟସ, ଗିଅର ପୋଜିସନ ଇଣ୍ଡିକେଟର ଓ USB ସି ଚାର୍ଜିଂ ପୋର୍ଟ ସାମିଲ । ଏହା ବ୍ୟତୀତ ABS ସେଫ୍ଟି ଫିଚର ମଧ୍ୟ ପ୍ରଦାନ କରିଛି ।
ଇଞ୍ଜିନରେ ହୋଇନି କୌଣସି ପରିବର୍ତ୍ତନ:-
2024 Royal Enfield Classic 350ର ଇଞ୍ଜିନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏଥିରେ ସେହି ପୁରୁଣା 349cc, ସିଙ୍ଗଲ ସିଲିଣ୍ଡର, J-ସିରିଜି ଇଞ୍ଜିନ ପ୍ରଦାନ କରାଯାଇଛି । ଏଥିରେ 6,100rpm ଉପରେ 20.2bhp ପାୱାର ଓ 4,000rpm ଉପରେ 27Nmର ଟର୍କ ପ୍ରଦାନ କରାଯାଇଛି । ଏହାକୁ 5-ସ୍ପିଡ ଗିଅର ବକ୍ସ ସହିତ ଯୋଡ଼ାଯାଇଛି ।
ହାର୍ଡୱେୟରରେ ହାଲକା ପରିବର୍ତ୍ତନ:-
2024 Royal Enfield Classic 350ର ନୂଆ ଫିଚର୍ସ ଓ ଏହାସହିତ ଆଡଜଷ୍ଟେବଲ କ୍ଲଚ ଏବଂ ବ୍ରେକ ଲିଭର ଯୋଡ଼ା ଯାଇଛି । ଏହାବାଦ ଡବଲ୍ କ୍ରେଡଲ୍ ଫ୍ରେମ୍, ଡୁଆଲ୍ ରିଅର ସ୍ପ୍ରିଙ୍ଗ ସହିତ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫଙ୍କସ୍, ଟ୍ୟୁବ୍ ଟାୟାର ସହିତ ସ୍ପକ୍ ହ୍ବିଲ ଏବଂ ଏହାର ବ୍ରେକିଂ ହାର୍ଡୱେର୍ ଅପରିବର୍ତ୍ତିତ ରଖାୟାଇଛି ।
ଦାମରେ ସଂଶୋଧନ:-
ସବୁଠୁ ଖାସ କଥା ଏହି ବାଇକର ଦାମରେ ରହିଛି । 2024 Classic 350ରେ କିଛିଟା ପରିବର୍ତ୍ତନ କରାଯାଇଛି । ଏହାସହିତ ନୂଆ କଲର ଅପସନ ପ୍ରଦାନ କରାଯାଇଛି । ଏଥିଲାଗି କମ୍ପାନୀ ଏହି ବାଇକକୁ 2ଲକ୍ଷରୁ 2.30ଲକ୍ଷ ମଧ୍ୟରେ ଲଞ୍ଚ କରିଛି । ଧ୍ୟାନ ଦେବା କଥା ହେଉଛି ଏହି ନୂଆ ମଡେଲ ନିଜର ପୁରୁଣା ମଡେଲଠାରୁ 7ହଜାର ଟଙ୍କା ଅଧିକ ରହିଛି । ବଜାରରେ ଏହି ମଡେଲ Honda H'ness CB350 ଓ Jawa 350କୁ ଟକ୍କର ଦେଉଛି ।