ETV Bharat / state

ଆଜିଠୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା, ଚଳଚଞ୍ଚଳ ମହିମା ଗାଦି ପୀଠ

Joranda Magha Mela: ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଢେଙ୍କାନାଳର ମହିମା ଧର୍ମର ମୁଖ୍ୟ ପୀଠ ମହିମା ଗାଦି ଠାରେ ଶେଷ ହୋଇଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା, ଚଳଚଞ୍ଚଳ ମହିମ ଗାଦି ପୀଠ

author img

By ETV Bharat Odisha Team

Published : Feb 22, 2024, 7:37 AM IST

Updated : Feb 22, 2024, 9:10 AM IST

ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମାଘ ମେଳା, ଚଳଚଞ୍ଚଳ ମହିମ ଗାଦି ପୀଠ

ଢେଙ୍କାନାଳ: ଆଜି(ଗୁରୁବାର) ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଢେଙ୍କାନାଳର ମହିମା ଧର୍ମର ମୁଖ୍ୟ ପୀଠ ମହିମା ଗାଦି ଠାରେ ଶେଷ ହୋଇଛି ପ୍ରସ୍ତୁତି । ସାରା ଭାରତର କୋଣ ଅନୁକୋଣରୁ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ମହିମାଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଏହି ଯୋରନ୍ଦା ମହିମା ଗାଦି ମୁହାଁ ହୋଇଛନ୍ତି । ମାଘ ଶୁକ୍ଳ ଚତୁର୍ଦଶୀ(ଗୁରୁବାର) ଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । ଏହି ମେଳାକୁ ମହିମା ସାଧୁ ମାନେ ତିନି ଦିନ ଧରି ପାଳୁଥିବା ବେଳେ ପାଞ୍ଚ ଛଅ ଦିନ ଧରି ବେଶ ଧୁମ ଧାମରେ ପାଳିବେ ସ୍ଥାନୀୟ ବାସିନ୍ଦା ।

ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ 151ତମ ବାର୍ଷିକ ଉତ୍ସବ ପାଳୁଛନ୍ତି ମହିମା ସାଧୁ । ଗାଦି ମନ୍ଦିର ପରିସରରେ ଅଖଣ୍ଡ ଧୁନି ଜାଳିବା ସାଙ୍ଗକୁ ସାରାବିଶ୍ୱର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ପରି ମୁଖ୍ୟ ଗାଦି ମନ୍ଦିର ଚତୁପାର୍ଶ୍ଵରେ ବିଶାଳକାୟ ଝଡବତୀ ଜାଳିବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି ବକଳ ଧରି ମହିମା ସାଧୁ । ଫଳରେ ସାରା ବିଶ୍ୱରେ ପ୍ରସାରିତ ଏହି ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମା ଗାଦିକୁ ଦେଶ ବ୍ୟାପି ମହିମା ସାଧୁ ଓ ଶ୍ରଦ୍ଧାଳୁ ମାନଙ୍କର ସୁଅ ଛୁଟିବାରେ ଲାଗିଛି । ଏନେଇ ସଜେଇ ହୋଇଛି ମହିମା ଗାଦି ।

ମାଘ ମେଳା ପାଇଁ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦି ଚଳଚଞ୍ଚଳ ହେବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଜନ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ମେଳାରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସାଙ୍ଗକୁ ପୋଲିସ ଅଧିକାରୀ ମାନେ ମଧ୍ୟ ମେଳା ସାମିଲ ହେବେ । ସେପଟେ ଟ୍ରାଫିକ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦିର ମଧ୍ୟ ପ୍ରସ୍ତୁତି ଚାଲିଛି ।

ଏହା ମଧ୍ୟ ପଢ଼ନ୍ତୁ..... ଆରମ୍ଭ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମେଳା, ବଢୁଛି ଭକ୍ତଙ୍କ ସମାଗମ

ଚଳିତ ବର୍ଷ ୨୨ ତାରିଖ(ଆଜି) ଉଭୟ ତ୍ରୟୋଦଶୀ ଓ ଚତୁର୍ଦଶୀ ପଡୁଥିବାରୁ ମହିମା ପରମ୍ପରା ମୁତାବକ ୨୨ ତାରିଖରେ ପ୍ରଭୁ ପୂର୍ଣ୍ଣିମା ଓ ୨୩ ତାରିଖରେ ଗୁରୁପୂର୍ଣିମା ବା ଅଗ୍ନିଉତ୍ସବକୁ ପାଳନ କରାଯିବ ବୋଲି ପ୍ରକାଶ କରିଛନ୍ତି ମହିମା ସତ୍ୟ ଧର୍ମ ସମାଜର ମୁଖ୍ୟ ବାବା ନିତ୍ୟାନନ୍ଦ ଦାସ । କୌପନୀ ସାଧୁ ଗୋଷ୍ଠୀଙ୍କ ସାଧନା ପୀଠକୁ ଗତ ବର୍ଷ ଠାରୁ ଉଚ୍ଛେଦ ପରେ ସେମାନେ ପ୍ରସ୍ତାବିତ ମୁଖ୍ୟ ଗାଦି ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କର ଧୁନି ସ୍ଥାପନ କରିବେ । ଏହା ସହ ଅଖଣ୍ଡ ବତୀ ମନ୍ଦିରରେ କୌପନୀ ଗୋଷ୍ଠୀ ଅଖଣ୍ଡ ଧୁନି ଜାଳିବା ସହ ଏହି ମନ୍ଦିର ନିକଟସ୍ଥ ଜାଗାରେ ଅସ୍ଥାୟୀ ମଣ୍ଡପ ପ୍ରସ୍ତୁତ କରିଛନ୍ତି । ଏଠାରେ ମହିମା ସାଧୁ ମାନେ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଫଳରେ ସମଗ୍ର ଦେଶ ବ୍ୟାପି ମହିମା ସାଧୁ ସନ୍ୟାସୀ, ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମହିମା ଗୋସାଇଁଙ୍କ ଏହି ସମାଧିସ୍ଥଳ ଗୁରୁଧାମ ମହିମା ଗାଦିକୁ ଛୁଟି ଆସୁଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 22, 2024, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.