ETV Bharat / state

ନନ୍ଦନକାନନକୁ ନୂଆ ଅତିଥି, ଗୋଟିଏ ଶାବକକୁ ଜନ୍ମଦେଲା ଧଳା ବାଘୁଣୀ ମୌସୁମୀ - TIGRESS MOUSUMI BECAME MOTHER

author img

By ETV Bharat Odisha Team

Published : Jul 30, 2024, 5:29 PM IST

Tigress Mousumi Became Mother: ନନ୍ଦନକାନନରେ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଥିବା ଧଳା ବାଘୁଣୀ ମୌସୁମୀ ହୋଇଛି ମା' । ଗତକାଲି ବାଘ ଦିବସରେ ଗୋଟିଏ ଶାବକକୁ ଜନ୍ମ ଦେଇଛି । ଯାହା ପ୍ରଥମ ଥର ପାଇଁ ମାଆ ହୋଇଛି । ଅଧିକ ପଢନ୍ତୁ

ନନ୍ଦନକାନନରୁ ଆସିଲା ଖୁସି ଖବର, ମାଆ ହେଲା ଧଳା ବାଘୁଣୀ ମୌସୁମୀ
ନନ୍ଦନକାନନରୁ ଆସିଲା ଖୁସି ଖବର, ମାଆ ହେଲା ଧଳା ବାଘୁଣୀ ମୌସୁମୀ (ETV Bharat Odisha)

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଆଣିଛି ଧଳା ବାଘୁଣୀ ମୌସୁମୀ । ନନ୍ଦନକାନନରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଥିବା ଧଳା ବାଘୁଣୀ ମୌସୁମୀ ମା' ହୋଇଛି । ଗତକାଲି (ସୋମବାର) ରାତିରେ ବାଘୁଣୀ ମୌସୁମୀ ଗୋଟିଏ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି । ଉଭୟ ମାଆ ବାଘୁଣୀ ଏବଂ ଶାବକ ସୁସ୍ଥ ଥିବା ଜଣାପଡିଛି ।

ମାଆ ହେଲା ଧଳା ବାଘୁଣୀ ମୌସୁମୀ
ଗତକାଲି ରାତି ୮ଟା ୫୧ ମିନିଟରେ ଜନ୍ମ ଦେଇଥିଲା ବାଘୁଣୀ ମୌସୁମୀ । ତେବେ ମାଆ ବାଘୁଣୀ ମୌସୁମୀ ଛୁଆଟିର ଯତ୍ନ ନେଉଛି । ନିଜଠାରୁ ଅଲଗା ରଖିନାହିଁ । ଉଭୟ ମାଆ ମୌସୁମୀ ଏବଂ ଶାବକଟି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପରବର୍ତ୍ତୀ ସମୟରେ ଛୁଆ ଶାବକଟିର ଶାରୀରିକ ଭାବରେ ପରୀକ୍ଷା କରାଯାଇ ଲିଙ୍ଗ ନିରୂପଣ କରାଯିବ । ଏନେଇ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ ବାଘୁଣୀ ମୌସୁମୀ ଏବଂ ଶାବକର ଯତ୍ନ ନେଉଛନ୍ତି । ସିସିଟିଭିର ପ୍ରତ୍ୟେକଟି ଦୃଶ୍ୟକୁ ଅନୁଧ୍ୟାନ କରାଯାଉଛି ।

କିଏ ଧଳା ବାଘୁଣୀ ମୌସୁମୀ ?
ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ୨୦୧୬ ମସିହା ଅଗଷ୍ଟ ମାସ ୫ ତାରିଖରେ ଜନ୍ମ ନେଇଥିଲା ଧଳା ବାଘୁଣୀ ମୌସୁମୀ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ତ୍ତୃପକ୍ଷ ପ୍ରଥମ କରି ୨୦୨୨ ମସିହା ନଭେମ୍ୱର ମାସରେ ମୌସୁମୀ ସହିତ ହାଇଦ୍ରାବାଦରୁ ଆସିଥିବା ଧଳା ବାଘ ସାହିଲ ସହିତ ମିଳନ କରାଇଥିଲେ । ଏଥିରେ ମଧ୍ୟ ମୌସୁମୀ ଗର୍ଭବତୀ ହୋଇଥିଲା । କିନ୍ତୁ ଶେଷ ସମୟରେ ସେ ମାଆ ହେବାରୁ ବଞ୍ଚିତ ହୋଇଥିଲା ।

ମୌସୁମୀର ଏହା ପ୍ରଥମ ଗର୍ଭଧାରଣ

ପରବର୍ତ୍ତୀ ସମୟରେ ସେହିପରି ୨୦୨୩ ମସିହାରେ ମଧ୍ୟ ସାଧାରଣ ବାଘ ସେଫ୍‌‌ ସହ ମୌସୁମୀର ମିଳନ କରାଯାଇଥିଲା । ତାହା ମଧ୍ୟ ମା’ ହେବାରୁ ବଞ୍ଚିତ ରହିଥିଲା ଧଳା ବାଘୁଣୀ ମୌସୁମୀ । କିନ୍ତୁ ଏଥିରେ କର୍ତ୍ତୃପକ୍ଷ ଅଟକିନଥିଲେ ଚଳିତ ବର୍ଷ କର୍ତ୍ତୃପକ୍ଷ ପୁଣି ମୌସୁମୀ ସହ ବାଘ ରାଜେଶକୁ ମିଳନ କରାଇଥିଲେ । ଓୟୁଏଟିର ସ୍ୱାସ୍ଥ୍ୟ କମିଟି ଏବଂ ପ୍ରାଣୀ ଉଦ୍ୟାନ ଚିକିତ୍ସକ ମୌସୁମୀ ରହୁଥିବା ୨୨ ନମ୍ୱର ଖୁଆଡ଼କୁ ଯାଇ ମୌସୁମୀକୁ ନିଶା ଇଞ୍ଜେକସନ ଦିଆଯାଇ ଅଲଟ୍ରାସାଉଣ୍ଡ କରାଯାଇଥିଲା । ଜଣାପଡ଼ିଥିଲା ଯେ ମୌସୁମୀ ଗର୍ଭବତୀ ଅଛି ଓ ସେ ମା’ ହେବାକୁ ଯାଉଛି । ଆଉ ତା' ପରେ ମୌସୁମୀର ଏହା ପ୍ରଥମ ଗର୍ଭଧାରଣ ।

ନନ୍ଦନକାନନରେ ଧଳା ଓ କଳା ବାଘ ପ୍ରଜନନ
ଧଳା ଓ କଳା ବାଘ ପ୍ରଜନନ କରାଇବାରେ ଇତିହାସ ରଚିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଗତ କିଛି ବର୍ଷ ଧରି ଧଳା ଓ କଳା ବାଘଙ୍କୁ ନନ୍ଦନକାନନର ଗର୍ବ ଭାବେ ବିବେଚନା କରାଯାଉଛି । ନନ୍ଦନକାନନରେ ଜନ୍ମଗ୍ରହଣ କରୁଥିବା ଧଳା ଓ କଳା ବାଘ ଏବେ ଦେଶର ଅନେକ ଚିଡ଼ିଆଖାନାରେ ଅଛନ୍ତି । ସେଠାରେ ମଧ୍ୟ ନନ୍ଦନକାନନ ପଦ୍ଧତି ଅନୁସରଣ କରି ବାଘ ବଂଶକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି । ତେଣୁ ବାଘ ବଂଶ ବୃଦ୍ଧିରେ ନନ୍ଦନକାନନ ଭାରତରେ ଏକ ପ୍ରମୁଖ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେଉଛି । ନନ୍ଦନକାନନରେ ପାଖାପାଖି ଧଳା ବାଘ 5ରୁ 6ଟି ଅଛନ୍ତି କଳା ବାଘ 4ଟି ଅଛନ୍ତି । ସାଧାରଣ ନାଲି ବାଘ(ମହାବଳ) 16ରୁ 17ଟି ରହିଛନ୍ତି । ଏହା ସହ ମେଲାନିଷ୍ଟିକ ବାଘ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ: ନନ୍ଦନକାନନରେ ନୂଆ ଅତିଥି, ୩ଟି ଶାବକଙ୍କୁ ଜନ୍ମଦେଲା ଧଳା ବାଘୁଣୀ ରୂପା

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.