ETV Bharat / state

ସାମ୍ନାକୁ ଆସିବ ସତ, ବଡି କ୍ୟାମେରା ପିନ୍ଧିଲେ ପୋଲିସ, ରିସେପସନରେ ବାଧ୍ୟତାମୂଳକ

ସିସିଟିଭିଠୁ ଅଧିକ ଭରସା ହେବ ବଡି କ୍ୟାମେରା । କଟକ ଏବଂ ଭୁବନେଶ୍ବର କମିଶନରେଟଚ ପୋଲିସ ଅଧିନ ସବୁ ଥାନାରେ ପୋଲିସ ପିନ୍ଧିଲେ ବଡି କ୍ୟାମେରା ।

ବଡ଼ି କ୍ୟାମେରା ପିନ୍ଧିଲେ ପୋଲିସ
ବଡ଼ି କ୍ୟାମେରା ପିନ୍ଧିଲେ ପୋଲିସ (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଭରତପୁର ଥାନା କାଣ୍ଡ ପରେ ପଶିଲା ଚେତା । ଅମାନିଆଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ନୂଆ ଉପାୟ । ଥାନାର ଅଭ୍ୟର୍ଥନା କକ୍ଷ ବା ରିସେପସନ ଦାୟିତ୍ବରେ ଥିବା ପୋଲିସ ଅଧିକାରୀ ପିନ୍ଧିଲେ ବଡି କ୍ୟାମେରା । ଥାନାରେ ସିସିଟିଭି( CCTV)ଠୁ ଅଧିକ ଭରସା ହେବ ବଡି କ୍ୟାମେରା । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଉପରେ ନଜର ରଖିବ ଏହି କ୍ୟାମେରା । ସବୁ ଥାନାରେ ହେଲ୍ପ ଡେସ୍କରେ ବସୁଥିବା ସବୁ ପୋଲିସ କର୍ମଚାରୀଙ୍କୁ ବଡ଼ି କ୍ୟାମେରା ବ୍ୟବହାର ପାଇଁ ବାଧ୍ୟତା ମୂଳକ କରାଯାଇଛି ।

ପୋଲିସ ପିନ୍ଧିଲେ ବଡି କ୍ୟାମେରା:

ଏନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଏନେଇ ସବୁ ଥାନାରେ ହେଲ୍ପ ଡେକ୍ସରେ ବସୁଥିବା ପୋଲିସ କର୍ମଚାରୀ ମାନେ ବଡ଼ି କ୍ୟାମେରା ପିନ୍ଧିଛନ୍ତି । ପୋଲିସ କର୍ମଚାରୀ ସର୍ବଦା ଅବଗତ ରହିବେ ଯେ ସେମାନେ ସୌହାଦ୍ଦ୍ୟପୂର୍ଣ୍ଣ ସେବା ସମ୍ପର୍ଣ୍ଣ ବାତାବରଣରେ ଅଭିଯୋଗକାରୀକୁ ଆଇନଗତ ସହଯୋଗ କରିବେ ବୋଲି ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।ଏହା ଦ୍ବାରା ସ୍ବଚ୍ଛତା ବଜାୟ ରହିବ । ଯାହା ଦ୍ବାରା ପୋଲିସ ଥାନାକୁ ଆସୁଥିବା ଅଭିଯୋଗକାରୀର ଆଚାର ବ୍ୟବହାରକୁ ରେକର୍ଡ କରିପାରିବ । କାରଣ ଅନେକ ସମୟରେ ପୋଲିସ ପ୍ରତି ଅଭିଯୋଗକାରୀଙ୍କର ବ୍ୟବହାର ସହନଯୋଗ୍ୟ ନୁହେଁ । ବଡି କ୍ୟାମେରା ଦ୍ବାରା ପୋଲିସ ସର୍ବଦା ସଚେତନ ରହିବ କଣ୍ଟ୍ରୋଲ ରୁମକୁ ସଠିକ ସୂଚନା ରହିପାରିବ । ପୋଲିସର କାର୍ଯ୍ୟ ଶୈଳୀ ମାର୍ଜିତ ହେବ । ପ୍ରୟାସ ଏକ ମାସ ପର୍ଯନ୍ତ ଏହି ସବୁ କ୍ୟାମେରାର ଫୁଟେଜ ବ୍ୟାକଅପ ରହିପାରିବ ।

ବଡ଼ି କ୍ୟାମେରା ପିନ୍ଧିଲେ ପୋଲିସ (ETV Bharat Odisha)

ଏମିତି ହୁଏ ବଡି କ୍ୟାମେରା ବ୍ୟବହାର :

ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ‘କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗତକାଲି(ରବିବାର) ଠାରୁ ସମସ୍ତ ଥାନାର ରିସେପସନ ରେ ବା ଯେଉଁଠି ଅଭିଯୋଗକାରୀ ପ୍ରଥମେ ପହଞ୍ଚି ଅଭିଯୋଗ କରିବାକୁ ଆସିଥାନ୍ତି । ସେଠାରେ ସମସ୍ତ ପୋଲିସ କର୍ମଚାରୀଙ୍କୁ ବଡି କ୍ୟାମେରା ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବଡି କ୍ୟାମେରା ହେଉଛି ଏଭଳି ଏକ ଛୋଟ କ୍ୟାମେରା‌ ଯାହାକୁ ପୋଲିସ କର୍ମଚାରୀ ଡ୍ରେସରେ ବ୍ୟବହାର କରନ୍ତି । ଯେତେବେଳେ ପୋଲିସ କର୍ମଚାରୀ କାହା ସାଙ୍ଗରେ ଯୋଗାଯୋଗରେ ଆସେ ବା କାହା ସାଙ୍ଗରେ କଥାବାର୍ତ୍ତା କରନ୍ତୁ ବା କାହା ସାମ୍ନାରେ ଥାଆନ୍ତୁ ସେହି ସମୟରେ ଆମର ଗତିବିଧି ଏବଂ ଆମ ସାମ୍ନା ବାଲାର ଗତିବିଧି ଥାଏ ତାହା ରେକର୍ଡ ହୋଇଥାଏ ।’

ବଡ଼ି କ୍ୟାମେରା ପିନ୍ଧି ବସିବେ ପୋଲିସ
ବଡ଼ି କ୍ୟାମେରା ପିନ୍ଧି ବସିବେ ପୋଲିସ (ETV Bharat Odisha)

କାହିଁକି ଆବଶ୍ୟକ ପଡିଲା ବଡି କ୍ୟାମେରା ?

ସେ ଆହୁରି କହିଛନ୍ତି, ଏହାର ମୁଖ୍ୟ କାରଣ ହେଉଛି ଆପଣ ଜାଣନ୍ତି ବହୁ ସମୟରେ ଅଭିଯୋଗ ଆସେ ଆପଣମାନଙ୍କ ଜରିଆରେ ମଧ୍ୟ ଅଭିଯୋଗ ପାଉ ଅଭିଯୋଗକାରୀ ନିଜେ ମଧ୍ୟ ଅଭିଯୋଗ କରେ ଥାନାରେ ତାଙ୍କ କଥା ଠିକରେ ଶୁଣାଗଲା ନାହିଁ, ତାଙ୍କୁ ସଠିକ ବ୍ୟବହାର କରାଗଲା ନାହିଁ । ଏଭଳି ଅଭିଯୋଗ ଓ ପ୍ରତି ଅଭିଯୋଗ ମଧ୍ୟ ଆସିଥାଏ । କିଛି କିଛି ଅଭିଯୋଗକାରୀ ଥାନାକୁ ଆସନ୍ତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରନ୍ତି । ସେମାନଙ୍କ ଅଭିଯୋଗ ଶୁଣି ସରିଲା ପରେ ମଧ୍ୟ ପୋଲିସ ସହ ଯୁକ୍ତିତର୍କ କରନ୍ତି । ତେବେ ପୋଲିସ ଓ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତିର‌ ବ୍ୟବହାର ପୋଲିସ କେମିତି ରହିବା କଥା । ସେମାନଙ୍କ ପ୍ରତି ପୋଲିସର‌ ବ୍ୟବହାର କେମିତି ରହିବା କଥା ଏସବୁର ତଦାରଖ ପାଇଁ ସମସ୍ତଙ୍କୁ ବଡ଼ି କ୍ୟାମେରା ଇସ୍ୟୁ କରାଯାଇଛି ।’

ରେକର୍ଡ ହେବ ସବୁ ତଥ୍ୟ:

ଡିସିପି ଆହୁରି କହିଛନ୍ତି, ‘ଆମେ ବିଶେଷ କରି ଆମର ଥାନାରେ ପୋଲିସ ମାନେ ଆସୁଥିବା ଅଭିଯୋଗକାରୀକୁ କେମିତି ଡିଲ୍‌ କରୁଛନ୍ତି, କେମିତି ତାଙ୍କ ଅଭିଯୋଗ ଶୁଣୁଛନ୍ତି ସେସବୁକୁ ତିକ୍ଷ୍ଣ ନଜର ରଖିବା ପାଇଁଁ ଆମେ ଏପରି ବିସ୍ତୃତ ନଜର ରଖିବୁ । ଏନେଇ ଯଦି ଆମର ତ୍ରୁଟି ବିଚ୍ୟୁତି ଥାଏ ସେନେଇ ସଂଶୋଧନ କରିବୁ ଯଦି ଆଉ କିଛି କାମ କରାଯାଇପାରିବ ଯେପରିକି ତାଲିମ ବା କାଉନସେଲିଂ ସେନେଇ ପଦକ୍ଷେପ ନେବୁ । ଏଥିପାଇଁ ଆମେ ଗୋଟେ ଏସଓପି ସବୁ ଥାନାକୁ ଦେବୁ । ଆମର ସିସିଟିଭି ଜରିଆରେ ମଧ୍ୟ ନଜର ରଖିବୁ କିଏ ବଡ଼ି କ୍ୟାମେରା ପିନ୍ଧିଛନ୍ତି କି ନାହିଁ । ମୁଖ୍ୟ ଭିଡିଓ ଓ ଅଡିଓ ଦୁଇଟି ଯାକ ରେକର୍ଡିଂ ହେବ । ଯେତେ ସବୁ ବାର୍ତ୍ତାଳାପ ହେବ ଅଭିଯୋଗକାରୀ ସହ ସେସବୁ ରେକର୍ଡ ରହିବ ।

ଏହା ମଧ୍ୟ ପଢନ୍ତୁ:

ପୋଲିସକୁ ଆପାର୍ଟମେଣ୍ଟ ଚୋରି ଚିନ୍ତା, IP ଏନାବଲ କ୍ୟାମେରା ଲଗାଇବାକୁ ନିବେଦନ

ବାତ୍ୟା ସମୟରେ ଭରସା VHF, ସଜାଡି ରଖିବାକୁ ପୋଲିସ କମିଶନରଙ୍କ ନିର୍ଦ୍ଦେଶ

'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

ପୁଅର ଜୀବନ ନେବାକୁ ପଛାଇଲାନି ନୃଶଂସ ବାପା, ଦେବଦୂତ ସାଜିଲା ପୋଲିସ

ଖଣ୍ଡଗିରି ଥାନା ଓ ରାସ୍ତା ଉପରେ ୨ଟି ଘଟଣା ଘଟିଥିଲା:

ବିଗତ କିଛି ଦିନ ହେବ ନିଶାସକ୍ତ ମହିଳା ପୋଲିସର ଚିନ୍ତାକୁ ବଢାଇ ଦେଇଛନ୍ତି । ଭରତପୁର ଘଟଣା ପରଠୁ ପୋଲିସ ନିଜ ଛବି ସୁଧାରିବାକୁ କମିଶନରେଟ ପୋଲିସ ଚେଷ୍ଟା ଜାରି ରଖିଛି । ନିକଟରେ ଗୋଟିଏ‌ ପରେ ଗୋଟିଏ ମାତାଲ୍ ମହିଳାଙ୍କ ଉତ୍ପାତ ସାମ୍ନାକୁ ଆସିଥିଲା । ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ପୋଲିସ ସମ୍ବେଦନଶୀଳ ଭାବେ ଗ୍ରହଣ କରି ସଠିକ ସେବା ଦେଇଥିଲା‌ । ବଡି କ୍ୟାମେରା ବ୍ୟବହାର କରିବା ଫଳରେ ପୋଲିସ ଅଭିଯୋଗକାରୀର ବ୍ୟବହାର ଓ ଆଚାର କ୍ୟାମେରାରେ ରେକର୍ଡ ରହିବ । ଫଳରେ ପୋଲିସ ଆଇନଗତ ଭାବେ କାର୍ଯାନୁଷ୍ଠାନ ନେଇପାରିବ ‌।

ଭରତପୁର ଥାନା ଘଟଣା:

ଗତ ସେପ୍ଟେମ୍ବର ୧୫ରେ ଭରତପୁର ଥାନାରେ ଏଭଳି ଏକ ପରିସ୍ଥିତି ଉପୁଜିଥିଲା । ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ପହଞ୍ଚିବା ପରେ ସେଠାରେ ପୋଲିସ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ଦେଶରେ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଏହାର ତଦନ୍ତ ଏବେବି ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.