ETV Bharat / state

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର; କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବା ନେଇ ବାଢ଼ିଲେ ଦୃଢୋକ୍ତି - Dharmendra Pradhan at Puri

author img

By ETV Bharat Odisha Team

Published : Jun 1, 2024, 10:52 PM IST

Dharmendra Pradhan at Puri: ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଢ଼ିବ ବିଜେପି । ଅଧିକ ପଢ଼ନ୍ତୁ

Dharmendra Pradhan at Puri
Dharmendra Pradhan at Puri (ETV Bharat Odisha)

ପୁରୀ: ଦେଶରେ ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହୋଇଛି । ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ଭୋଟ ପଡ଼ିଥିଲା । ଏହାପରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ସନ୍ଧ୍ୟାରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସହ ଆଶିଷ ଲାଭ କରିଥିଲେ । ପରେ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଓ ବ୍ରହ୍ମଗିରି ବିଧାୟକଙ୍କ ସହ ବରିଷ୍ଠ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ । ତେବେ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ମଧ୍ୟ ପଢ଼ନ୍ତୁ...‘ଓଡିଶାର ଫଳାଫଳ ସମସ୍ତଙ୍କୁ ଚକିତ କରିବ, ଲୋକସଭା ଆସନ ସଂଖ୍ୟା 15ରୁ 20 ପର୍ଯ୍ୟନ୍ତ ଯିବ’- Dharmendra On Exit Polls

ଧର୍ମେନ୍ଦ୍ର କହିଛନ୍ତି, "ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଥିଲି । ଆଜି ନିର୍ବାଚନର ଶେଷ ଦିନରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବାର ସୌଭାଗ୍ୟ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଏଥର ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ । ଜନସାଧାରଣଙ୍କ ଭଲ ପାଇବା ଓ ଆଶୀର୍ବାଦରୁ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।" ତେବେ ଭଉଁରୀ ଉତ୍ସବ ଦିନ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କ ଆତ୍ମାର ସଦଗତି କାମନା ସହ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଧର୍ମେନ୍ଦ୍ର । ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ସିଧାସଳଖ ନରେନ୍ଦ୍ର ପୁଷ୍କରିଣୀର ହୋଇଥିବା ବାଣ ବିସ୍ଫୋରଣସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହ ଗଭୀର ସମବେଦନା ମଧ୍ୟ ଜଣାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.