ETV Bharat / state

ରେଳ ସଂଯୋଗୀକରଣ ଓ ଲକ୍ଷ୍ମୀ ବସକୁ ଟ୍ରକ-ବସ ମାଲିକ ସଂଘର ତୀବ୍ର ବିରୋଧ, 24 ଘଣ୍ଟିଆ କେନ୍ଦୁଝର ବନ୍ଦ - Kendujhar Bandh

Kendujhar Bandh: କେନ୍ଦୁଝରରେ ରେଳ ସଂଯୋଗୀକରଣକୁ ବିରୋଧ । ଆଜି 24 ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ଟ୍ରକ ମାଲିକ ସଂଘ । ସେପଟେ ଲକ୍ଷ୍ମୀ ବସ ଚଳାଚଳକୁ ନେଇ ବସ ମାଲିକ ସଂଘ ମଧ୍ୟ ବନ୍ଦ ଡାକରା ଦେଇଛି । ଅଧିକ ପଢନ୍ତୁ

Kendujhar Bandh
Kendujhar Bandh
author img

By ETV Bharat Odisha Team

Published : Mar 18, 2024, 11:02 AM IST

Updated : Mar 18, 2024, 12:47 PM IST

Kendujhar Bandh

କେନ୍ଦୁଝର: ଆଜି 24 ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା । ରେଳ ସଂଯୋଗୀକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ ମାଲିକ ସଂଘ । ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା, ରେଳ ଯୋଗାଯୋଗ ଆଦି ବନ୍ଦ ରହିଛି । ସହରର ସମସ୍ତ ଦାକାନ ବଜାର ବନ୍ଦ ରହିଥିବା ବେଳେ ଯାତାୟତ ମଧ୍ୟ ଠପ ହୋଇଛି । ସ୍ଥାନେ ସ୍ଥାନେ ପିକେଟିଂ କରୁଛନ୍ତି ଟ୍ରକ ମାଲିକ ସଂଘର ସଦସ୍ୟ । ଅନ୍ୟପଟେ ଲକ୍ଷ୍ନୀ ବସ ଚଳାଚଳକୁ ପ୍ରତିବାଦ କରି ବନ୍ଦ ପାଳନ କରୁଛି ବସ ମାଲିକ ସଂଘ ।

OMC ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ହେଲେ କେନ୍ଦୁଝର ଜିଲ୍ଲାରେ ଟ୍ରକ ଉପରେ ନିର୍ଭର କରି ଚଳୁଥ‌ିବା ପାଖାପାଖ‌ି ୩୦୦୦୦ ଅଧିକ ଟ୍ରକ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ । ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡି଼ତ ପାଖାପାଖ‌ି ୩ ଲକ୍ଷ ଲୋକ ଏହାଦ୍ଵାରା ପ୍ରଭାବିତ ହେବେ । ବିଗତ ଦିନରେ ଦେଖା ଯାଇଥିଲା ୩ ବର୍ଷ ଗାଡି ବନ୍ଦ ହେବା ଫଳରେ କେନ୍ଦୁଝରର ଅର୍ଥନୀତି ପୁରା ପୁରୀ ଭୁଶୁଡି ଯାଇଥିଲା, ତେଣୁ ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ ସେନେଇ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ଟ୍ରକ ମାଲିକ ସଂଘ ।

ଏହା ମଧ୍ୟ ପଢନ୍ତୁ-୧୨ ଘଣ୍ଟା ଝାରସୁଗୁଡ଼ା ବନ୍ଦ, ସରକାରୀ କଲେଜ ପ୍ରତିଷ୍ଠା ଦାବି

OMC ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ଯ୍ୟନ୍ତ ରେଳ ସଂଯୋଗୀ କରଣକୁ ବିରୋଧ କରି ଆଜି ୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦେଇଛି ସଂଘ । ଆଜିର ବନ୍ଦ ପରେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ, ପରୀକ୍ଷା କେନ୍ଦ୍ର ଖୋଲା ରଖିବା ଛଡା ସମସ୍ତ ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟ ବନ୍ଦ ରହିଛି । ବନ୍ଦ ଡାକରାକୁ କେନ୍ଦୁଝର ଜିଲ୍ଲାର ସମସ୍ତ ଅଗ୍ରଣୀ ଅନୁଷ୍ଠାନ ଯଥା ବଣିକ ସଂଘ, ବସ ମାଲିକ ସଂଘ, ଅଟୋ ସଂଘ, ମେକାନିକ ସଂଘ, ମିନି ବସ ମାଲିକ ସଂଘ, ଶୁଆକାଠି ଆଞ୍ଚଳିକ ଟ୍ରକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ, ଯୋଡ଼ା ଟ୍ରକ ମାଲିକ ସଂଘ ସମର୍ଥନ ଜଣାଇଛି । ସକାଳୁ ଶତାଧିକ ଟ୍ରକ ମାଲିକ ବିଭିନ୍ନ ସ୍ଥାନରେ ରାସ୍ତାରେ ଟ୍ରକ ଅଟକାଇ ବନ୍ଦ କରିବା ସହ ପିକେଟିଂ ଜାରି ରଖିଛନ୍ତି । ଏହାକୁ ଜନସାଧାରଣ ମଧ୍ୟ ସମର୍ଥନ ଜଣାଇଛନ୍ତି । ଆଜିର ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ ମଧ୍ୟ ସମର୍ଥନ ଜଣାଇବା ସହ ବନ୍ଦରେ ସାମିଲ ହୋଇଛନ୍ତି ।

ଅନ୍ୟପଟେ ଲକ୍ଷ୍ମୀ ବସ ଚଲାଚଳକୁ ନେଇ ଜିଲ୍ଲାରେ 24 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଘରୋଇ ବସ ମାଲିକ ସଂଘ । ଅପହଞ୍ଚ ଅଞ୍ଚଳକୁ ଯୋଗାଯୋଗ ସୁଗମ କରିବା ପାଇଁ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ବିଶେଷ କରି ଗ୍ରାମୀଣ ମହିଳାଙ୍କୁ ସୁବିଧା ଗମନାଗମନ ବ୍ୟବସ୍ଥା କରାଯାଇଛି । ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ୫ ଟଙ୍କାରେ ବସ ଯୋଗାଯୋଗ କରାଯାଇଛି । ଏହାକୁ ଧିରେ ଧିରେ ସରକାର ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଇବାକୁ ଯୋଜନା କରିଛନ୍ତି । ଏହାକୁ ତୀବ୍ର ବିରୋଧ କରିଛି ଘରୋଇ ବସ ମାଲିକ ସଂଘ । ଏନେଇ ବହୁ ବାଦବିବାଦ ପରେ ସରକାର ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ବସ ଚଳାଚଳ ନେଇ ସ୍ଥଗିତ କରିଥିଲେ । କିନ୍ତୁ ଏହାକୁ ଆଉ ଥରେ କେନ୍ଦୁଝର ଜିଲ୍ଲାରେ ଆରମ୍ଭ କରିଥିବା ଜଣାପଡିଛି ।

ଏହା ଦ୍ବାରା ବହୁ ଘରୋଇ ବସ ମାଲିକ ଆର୍ଥିକ ଅନଟନ ଭୋଗିବା ସମ୍ଭାବନା ରହିଛି । ଏହାକୁ ପ୍ରତିବାଦ କରି ଆଜି ୨୪ ଘଣ୍ଟିଆ ଜିଲ୍ଲାରେ ବସ ବନ୍ଦ ଡାକରା ଦେଇଛି ଜିଲ୍ଲା ଘରୋଇ ବସ ମାଲିକ ସଂଘ । ଆଜିର ବନ୍ଦ ଡାକରା ଯୋଗୁଁ ୩୦୦ରୁ ଊର୍ଦ୍ଧ୍ବ ବସ ବନ୍ଦ ହୋଇଛି । ଟ୍ରକ ମାଲିକ ସଂଘ ଜିଲ୍ଲା ବନ୍ଦ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ବସ ବନ୍ଦ ଯାତ୍ରୀଙ୍କୁ ଆହୁରି ହନ୍ତସନ୍ତ କରିଛି । ବସ ବନ୍ଦ ନେଇ କୌଣସି ଘୋଷଣା ହୋଇ ନଥିବା ବେଳେ ଯାତ୍ରୀ ଘରୁ ବାହାର ଆସି ବହୁ ହାଇରଣ ହେଉଛନ୍ତି । ଆଜିର ବନ୍ଦ ଡାକରା ଯୋଗୁଁ ସରକାରୀ ବସ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ବହୁ ସ୍ଥାନରେ ସରକାରୀ ବସ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ଷ୍ଟାଣ୍ଡରେ ମଧ୍ୟ ବସ ଠିଆ ହୋଇଛି ।ସ ରକାର ଘରୋଇ ବସ ମାଲିକ ସଂଘର ଦାବି ନମାନିଲେ ଆଗାମୀ ଦିନରେ ଏହି ବନ୍ଦକୁ ଆହୁରି ତୀବ୍ରତର କରାଯିବ ବୋଲି କେନ୍ଦୁଝର ଘରୋଇ ବସ ମାଲିକ ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : Mar 18, 2024, 12:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.