ETV Bharat / state

ପୁରୀରେ କଡ଼ାକଡି ହାଜିରା ବ୍ୟବସ୍ଥା, ପ୍ରତ୍ୟେକ ରବିବାର ଥାନାକୁ ଆସିବେ ଅପରାଧୀ - Attendance System in Police Station

Attendance System in Puri: ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏହି ହାଜିରା ବ୍ୟବସ୍ଥାକୁ ପାଳନ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଏହି ସମ୍ପର୍କରେ ପୁରୀ ଏସପି ପିନାକ ମିଶ୍ର ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ପୁରୀରେ କଡ଼ାକଡି ହେଲା ହାଜିରା ବ୍ୟବସ୍ଥା
ପୁରୀରେ କଡ଼ାକଡି ହେଲା ହାଜିରା ବ୍ୟବସ୍ଥା
author img

By ETV Bharat Odisha Team

Published : Mar 10, 2024, 8:10 PM IST

ପୁରୀରେ କଡ଼ାକଡି ହେଲା ହାଜିରା ବ୍ୟବସ୍ଥା

ପୁରୀ: ଜିଲ୍ଲାରେ କଡ଼ାକଡି ହେଲା ହାଜିରା ବ୍ୟବସ୍ଥା । ପୁରୀ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ ପୁରୀ ପୋଲିସ ପକ୍ଷରୁ ଏହି ହାଜିରା ବ୍ୟବସ୍ଥାକୁ ପାଳନ କରାଯିବ । ଏହା ସହିତ ଅପରାଧରେ ସଂଶ୍ଳିଷ୍ଟ ନହେବାକୁ ଅପରାଧିଙ୍କୁ ପୋଲିସ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି । ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ଏହି ହାଜିରା ବ୍ୟବସ୍ଥା କରାଯାଉଥିବା ପୁରୀ ଏସପି କହିଛନ୍ତି । ତେବେ ପ୍ରତ୍ୟେକ ରବିବାର ଦିନ ଅପରାଧୀ ପୋଲିସ ଷ୍ଟେସନରେ ଯାଇ ହାଜିରା ହେବା ପାଇଁ ନିଶ୍ଚିତ କରାଯାଇଥିବା ସୂଚନା ମିଳିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଏହି ହାଜିରା ବ୍ୟବସ୍ଥା ସମ୍ପର୍କରେ ପୁରୀ ଏସପି ପିନାକ ମିଶ୍ର ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଏସପିଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ସମସ୍ତ ଥାନା ଅଞ୍ଚଳର ଥାନା ଅଧିକାରୀମାନେ ଅପରାଧୀଙ୍କୁ ଥାନାକୁ ଡକାଇ ତାଙ୍କର ଅପରାଧିକ ଇତିହାସକୁ ଯାଞ୍ଚ କରୁଛନ୍ତି । ସେହିପରି ଅପରାଧୀମାନଙ୍କର ବର୍ତ୍ତମାନ କିଭଳି ସାମାଜିକ ଚଳଣି ରହିଛି, କେଉଁ ସଂସ୍ଥା ଜରିଆରେ ଆୟ କରୁଛନ୍ତି ତାହା ମଧ୍ୟ ଟିକିନିଖି ଯାଞ୍ଚ କରୁଛି ପୋଲିସ । ଆଗାମୀ ଦିନରେ କୌଣସି ଅପରାଧରେ ଯେଭଳି ଅପରାଧିମାନେ ଜଡ଼ିତ ନରୁହନ୍ତି ସେନେଇ ମଧ୍ୟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ସେପଟେ ପୋଲିସର ଏହି ଅଭିନବ କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ । ଅନ୍ୟପଟେ ନିଶା କାରବାର ଉପରେ ମଧ୍ୟ କଡ଼ା ନଜର ରଖିବା ସହ ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ଟିଟିଲାଗଡ଼ ଉପକାରାଗାରରୁ 2 କଏଦୀ ଚମ୍ପଟ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଅଭିଯୋଗ

ତେବେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହିଭଳି ହାଜିରା ବ୍ୟବସ୍ଥା ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହାୟକ ହେବ ବୋଲି ଅନେକ ମତ ଦେଇଛନ୍ତି । ତେବେ ପୁରୀ ହେଉଛି ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳ । ଏଠାରେ ଶ୍ରୀମନ୍ଦିର, କୋଣାର୍କ ମନ୍ଦିର ସହ ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ରହିଛି । ଏଣୁ ଦେଶ ବିଦେଶରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିଦିନ ପୁରୀ ବୁଲିବାକୁ ଆସୁଛନ୍ତି । ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ପୁରୀ ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ବଜାୟ ରଖିବା ପାଇଁ ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କୁ ନେଇ ଏହି ସ୍ବତନ୍ତ୍ର ହାଜିରା କାର୍ଯ୍ୟକ୍ରମ ଜାରି ରହିଛି । ଅପରାଧୀଙ୍କ ପ୍ରତି ପୁରୀ ପୋଲିସର ଶୂନ୍ୟ ସହନଶୀଳତା ନୀତି ରହିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.