ETV Bharat / state

ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର, ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ - ଢେଙ୍କାନାଳ ସଡ଼କ ଦୁର୍ଘଟଣା

Road Accident In Dhenkanal: ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର ଭାବରେ ଆହତ । ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ । ଅଧିକ ପଢ଼ନ୍ତୁ

ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର
ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର
author img

By ETV Bharat Odisha Team

Published : Feb 13, 2024, 10:28 PM IST

ସଡ଼କ ଦୁର୍ଘଟଣାରେ ୩ ସ୍କୁଲ ଛାତ୍ର ଗୁରୁତର

ଢେଙ୍କାନାଳ: ରାଜ୍ୟରେ ପିଛା ଛାଡ଼ୁନି ସଡ଼କ ଦୁର୍ଘଟଣା । ପ୍ରତିଦିନ ବଡ଼ ବଡ଼ ଦୁର୍ଘଟଣା ଘଟଣା ସାମ୍ନାକୁ ଆସୁଛି । ଏବେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଜରଡ଼ା ଗାଁ ଘାଟି ନିକଟରେ । ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ସ୍କୁଲ ଚାଲିଥିବା ସମୟରେ ଛାତ୍ରମାନେ କିପରି ବାହାରକୁ ଆସିଲେ ଓ କିପରି ଦୁର୍ଘଟଣା ଘଟିଲା ବୋଲି ପ୍ରଶ୍ନ ଉଠିଥିବା ବେଳେ ଛାତ୍ରମାନେ ସ୍କୁଲରୁ ଲୁଚି ପଳାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅଧିନସ୍ଥ ବାମ ଗ୍ରାମ ସ୍ଥିତ ବନଦୁର୍ଗା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ତିନି ଜଣ ଛାତ୍ର ହିମାଂଶୁ ମାହାନ୍ତ, ଲକ୍ଷ୍ମଣ ମାହାନ୍ତ ଏବଂ ଓମ ପ୍ରକାଶ ଦଳେଇ ଏକ ବାଇକରେ ଯାଉଥିଲେ । ଏହି ସମୟରେ ମହାବିରୋଡ଼ ଥାନା କଙ୍କଡାହାଡ଼-ଗଡ଼ପଳାଶୁଣି ପୂର୍ତ୍ତ ବିଭାଗ ରାସ୍ତାର ଜରଡ଼ା ଗାଁ ଘାଟି ନିକଟରେ ଭାରସମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୩ଜଣ ସ୍କୁଲ ଛାତ୍ର ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ରହିଛି ।

ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଛାତ୍ରମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ଅବସ୍ଥା ସଙ୍କଟ ପନ୍ନ ଥିବାରୁ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍କୁଲ ଅବଧୀ ସମୟରେ ଛାତ୍ରମାନେ କାହିଁକି ଏବଂ କିପରି ଭାବେ ବାଇକ ଚଳାଇ ଗଡ଼ପଳାଶୁଣି ଗାଁକୁ ଯାଉଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.....ପାରାଦ୍ବୀପରୁ ଆହତ ହରିଣ ଉଦ୍ଧାର, କୁକୁରପଲ କରିଥିଲେ ଆକ୍ରମଣ

ତେବେ ନବମ ଶ୍ରେଣୀର ଏହି ୩ ଜଣ ଛାତ୍ର ସ୍କୁଲରେ କାହାକୁ କିଛି ନକହି କାହା ଠାରୁ ବାଇଜ ନେଇ ଗଡ଼ପାଳାଶୁଣି ଯାଉଥିଲେ ବୋଲି ପ୍ରଶ୍ନ ଉଠିଛି । ସେପଟେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଖବର ପାଇ ଘଟନସ୍ଥଳରେ ପହଂଚିଥିଲେ । ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି ଯେ, ଆସନ୍ତାକାଲି ସରସ୍ବତୀ ପୂଜା ଥିବାରୁ ବିଦ୍ୟାଳୟରେ ସାଜସଜ୍ଜା ଚାଲିଥଲେ । ଏହି ସମୟରେ ଏହି 3 ଜଣ ଛାତ୍ର କାହାକୁ କିଛି ନଜଣାଇ ବିଦ୍ୟାଳୟରୁ ଲୁଚିକି ପଳାଇଛନ୍ତି । ଏହାସହ ବାଇକ କାହାଠାରୁ ଆଣିଲେ ତାହା ଜଣାନାହିଁ । ବର୍ତ୍ତମାନ ଛାତ୍ରମାନଙ୍କ ଅବସ୍ଥା ସ୍ଥିର ଅଛି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇଜ ଜବତ କରିଛି l

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.