ETV Bharat / state

ଅଳିଆ ପାଇଁ ତୁତୁ ମେଁମେଁ, ୟୁନିଟ-4 ମାର୍କେଟରେ ଉତ୍ତେଜନା

ସ୍ମାର୍ଟ ସିଟି ଭୁବନେଶ୍ବରରେ ସ୍ମାର୍ଟ ଲଢେଇ । ଅଳିଆ ପକାଇବାକୁ ନେଇ ୨ ବ୍ୟବସାୟୀ ଗୋଷ୍ଠୀ ମୁହାଁମୁହିଁ । ଚାରି ନମ୍ବର ମାର୍କେଟରେ ଉତ୍ତେଜନା ।

author img

By ETV Bharat Odisha Team

Published : 5 hours ago

UNIT 4 MARKET TENSION
UNIT 4 MARKET TENSION (ETV Bharat Odisha)

ଭୁବନେଶ୍ବର: ସ୍ମାର୍ଟ ସିଟିରେ ସ୍ମାର୍ଟ ଲଢେଇ । ଚାରି ନମ୍ବର ମାର୍କେଟରେ ଥିବା ବିଏମସି କମ୍ଲେକ୍ସ କଡ଼ରେ ଅଳିଆ ପକାଇବାକୁ ନେଇ ଦେଖାଦେଇଛି ଉତ୍ତେଜନା । ଦୀର୍ଘ ତିନିଦିନ ହେବ ଅଳିଆ ଉଠିପାରୁନି । ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଦୁଇ ବ୍ୟବସାୟୀ ସଙ୍ଘ ମଧ୍ୟରେ ବିବାଦ ଯୋଗୁଁ ଉପୁଜିଛି ଏଭଳି ସ୍ଥିତି । ୟୁନିଟ ୪ ମାର୍କେଟରେ ଦୁଇ ବ୍ୟବସାୟୀ ଗୋଷ୍ଠୀ ସାମ୍ନାକୁ ଆସି ଉଭୟ ଉଭୟଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି । ଫଳରେ ମାର୍କେଟରେ ଏକ ପ୍ରକାର ଉତେଜନା ସୃଷ୍ଟି ହେବାରୁ ପରିସ୍ଥିତି ନିୟନ୍ତ୍ରଣ କରିଛନ୍ତି ବିଏମସି ଅଧିକାରୀ ଓ ଏସଆଇ ।

କାହିଁକି ବିରୋଧ:

ୟୁନିଟ-4 ମାର୍କେଟରେ ଉତ୍ତେଜନା (ETV Bharat Odisha)

କେଉଁଠି ଅଳିଆ ପଡିବ କେମିତି ଅଳିଆ ଉଠାଯିବ‌ । ବିଏମସି ଓ୍ବାର୍ଡ ଅଫିସର ଓ ସାନିଟାଇଜ ଅଫିସର ଓ ସୁପରଭାଇଜରଙ୍କ ସହ ଜାଗା ଚିହ୍ନଟ କରାଯାଇଛି । ଗୋଟେ ପଟେ ଚାଉଳ ବ୍ୟବସାୟୀ ସଙ୍ଘ ତାଙ୍କ ସାମ୍ନାରେ ଅର୍ଥାତ୍ ଗେଟ୍ ପାଖରେ ଅଳିଆ ନ ପକାଇବାକୁ ଦାବି କରିବା ସହ ପରିବା ବ୍ୟବସାୟୀଙ୍କ ପାଖରେ ପକାଇବାକୁ କହିଛନ୍ତି । ହେଲେ ଏହାକୁ ବିରୋଧ କରିଛନ୍ତି ପରିବା ବ୍ୟବସାୟୀ ସଂଘ । ପରିବା ବ୍ୟବସାୟୀ ସଂଘ କହିଛି ତାଙ୍କ ପଟେ ଅଳିଆ ନପକାଇ ପୂର୍ବରୁ ଯେଉଁଠି ଅଳିଆ ପକାଯାଉଥିଲା ସେଠାରେ ପକାଯାଉ । ଦୁଇ ସଂଘର ବିବାଦ ଯୋଗୁଁ ଏପରି ପରିସ୍ଥିତି ଉପଜିଛି । ସେପଟେ ଏହାର ସମାଧାନ ପାଇଁ କଡ଼ା ଚେତାବନି ଦେଇଛନ୍ତି ସ୍ଥାନୀୟ କର୍ପୋରେଟର ।

କଣ କହିଲେ କର୍ପୋରେଟର ?

ୟୁନିଟ-4 ମାର୍କେଟ
ୟୁନିଟ-4 ମାର୍କେଟ (ETV Bharat Odisha)

ଏନେଇ 36 ନମ୍ବର ୱାର୍ଡର କର୍ପୋରେଟର ଅଲିଅଳି ମଲ୍ଲିକ କହିଛନ୍ତି,‘ବିକାଶ ସଂସ୍ଥାକୁ ଏବେ ଅଳିଆ ଉଠାଇବାକୁ ଦାୟିତ୍ବ ଦିଆଯାଇଛି। ସେମାନେ ଘର ସାମ୍ନାରୁ ଅଳିଆ ଉଠାଇବେ । ଏନେଇ ନିୟମ ଅନୁସାରେ ଏକ ଟ୍ରାକ୍ଟର ରଖାଯିବ ମାର୍କେଟ ପାଖରେ । ସେଠାରେ ସୁଇପର ମାନେ ଏନେଇ ଅଳିଆ ନେଇ ଟ୍ରଲିରେ ଟ୍ରାକ୍ଟରରେ ପକାଇବେ। ହେଲେ ଟ୍ରାକ୍ଟରକୁ ମାର୍କେଟ ପାଖରେ ନକରିବାକୁ ଅନୁମତି ଦେଉନାହାନ୍ତି । ସକାଳ ତିନି ଘଣ୍ଟା ସନ୍ଧ୍ୟାରେ ତିନି ଘଣ୍ଟା ଟ୍ରାକ୍ଟର ରହିଲେ ସୁବିଧା ହେବ ବ୍ୟବସାୟିଙ୍କର ସହଜ ହେବ ଅଳିଆ ପକାଇବାକୁ ଫଳରେ ସେଠାରେ ଅଳିଆ ଭଲରେ ସଫା ହୋଇପାରିବ । ହେଲେ କିଛି ବ୍ୟବସାୟୀ ଅଳିଆ ଗନ୍ଧ ହେଉଛି କହି ଟ୍ରାକ୍ଟରକୁ ଭିତରକୁ ପୁରାଇ ଦେଉନାହାନ୍ତି । ସେମାନେ କହୁଛନ୍ତି ଟ୍ରାକ୍ଟରକୁ ଦୂରରେ ରଖିବାକୁ । ଏହା ସମ୍ଭବ ନୁହେଁ ସୁଇପରଙ୍କୁ ଅନେକ ବାଟ ବୋହି କି ନେଇ ଅଳିଆ ପକାଇବା। ତେଣୁ ଯଦି ଅଳିଆ ଉଠାଇବା ଗାଡି ବା ଟ୍ରାକ୍ଟରକୁ ପୂର୍ବ ଭଳି ମଦ ଦୋକାନ ସାମ୍ନା ଗେଟ୍ ପାଖକୁ ଅନୁମତି ନ ଦେବେ କେମିତି ସମ୍ଭବ ହେବ ଅଳିଆ ଉଠାଇବା। ତେଣୁ ଏନେଇ ତୁରନ୍ତ ଫାଇନାଲ ନ କଲେ ଅଳିଆ ନ ଉଠାଇବାକୁ ସୁଇପରଙ୍କୁ, ସୁପରଭାଇଜରଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଅଳିଆ ଠିକରେ ତିନି ଦିନ ହେବ ନ ଉଠିବାରୁ ସମସ୍ୟା ଉପୁଜିଛି ।’

ଏହା ମଧ୍ୟ ପଢନ୍ତୁ:

ରୋଗକୁ ନିମନ୍ତ୍ରଣ ଦେଉଛି ବରଗଡ ମୁଖ୍ୟ ଚିକିତ୍ସାଳୟ, ଚେଇଁ ଶୋଇଛି ସ୍ୱାସ୍ଥ୍ୟ ବିଭାଗ ! - garbage problem in barghar HOSPITAL

ଅସରାଏ ବର୍ଷାରେ ବେହାଲ ରାଜଧାନୀ, ଭାଙ୍ଗିଲା କେନାଲ ସନ୍ତୋଷୀ ବିହାରରେ ପଶିଲା ପାଣି - Heavy rainfall in Bhubaneswar

ଅଳିଆ ଆର୍ବଜନାରେ ଅଣନିଶ୍ବାସୀ କବି ଜୟଦେବଙ୍କ ପୀଠ, ପ୍ରଶାସନର ନିଘା ନାହିଁ ! - Jaydev Pitha

ଏନେଇ ସାନିଟାଇଜ ଅଫିସର ଭାଗ୍ୟଶ୍ରୀ ନାୟକ କହିଛନ୍ତି, କିଛି ସମସ୍ୟା ଥିଲା ସମାଧାନ‌ହୋଇଛି । ସକାଳୁ ଅଳିଆ କିଛି ଉଠିଥିଲା ଏବେ ଆଉ କିଛି ଅସୁବିଧା ହେବନି । ଯେହେତୁ ଟିକେ ପାଟିତୁଣ୍ଡ କରି କଥା ହେଉଥିଲେ । ତେଣୁ ପରେ ସମାଧାନ ହୋଇଛି । ପୂର୍ବ ପରି ସେଠାରେ ମଦ ଦୋକାନ ସାମ୍ନା କମ୍ପ୍ଲେକ୍ସ ଗେଟ୍ ପାଖରେ ଦୁଇଟି ଟ୍ରାକ୍ଟର ରହିବ । ସକାଳ ସମୟରେ ତିନି ଘଣ୍ଟ ରହିବ । ସକାଳେ ୪ଜଣ ସୁଇପର ଦୁଇ ଜଣ ଟ୍ରଲି ସହ କର୍ମଚାରୀ ଓ ଦୁଇ ଜଣ ଟ୍ରାକ୍ଟର ଡ୍ରାଇଭର ସହ ଗାଡି ସକାଳେ ସନ୍ଧ୍ୟାରେ ସେମାନେ ନିତିଦିନ ଆସି ଅଳିଆ ଉଠାଇବେ ।

ୟୁନିଟ-4 ମାର୍କେଟ
ୟୁନିଟ-4 ମାର୍କେଟ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.