ETV Bharat / state

ଜନତା ମଇଦାନରେ ସାମୟିକ ସଂଗ୍ରାହଳୟ; ସ୍ଥାନ ପାଇବ ଓଡ଼ିଆ ଅସ୍ମିତା ଓ ଗୌରବର ଗାଥା

1st World Odia Language Conference: ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ଅସ୍ଥାୟୀ ସଂଗ୍ରାହଳୟର ଆୟୋଜନ କରାଯିବ । ସ୍ଥାନ ପାଇବ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 25, 2024, 7:33 AM IST

World Odia Language Conference
ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ତିନି ଦିନ ଧରି ଅସ୍ଥାୟୀ ସଂଗ୍ରାହଳୟର ଆୟୋଜନ କରାଯିବ । ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଭାଷା ସମ୍ପର୍କିତ ବିଭିନ୍ନ କଳାକୃତି ଏଥିରେ ପ୍ରଦର୍ଶିତ ହେବ । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି । ଅସ୍ଥାୟୀ ସଂଗ୍ରାହଳୟରେ ରାଜ୍ୟ ସଂଗ୍ରାହଳୟ, ଆଦିବାସୀ ସଂଗ୍ରାହଳୟ, କଳାଭୂମି, ନୌବାଣିଜ୍ୟ ସଂଗ୍ରାହଳୟ, ରାଜ୍ୟ ଅଭିଲେଖାଗାରରେ ଉପଲବ୍ଧ କଳାକୃତିମାନ ତିନି ଦିନ ଧରି ପ୍ରଦର୍ଶିତ ହେବ । ଏହା ଓଡ଼ିଆ ଜାତିର ଅସ୍ମିତା, ବୀରତ୍ୱ ଓ ସ୍ୱାଭିମାନର କଥା କହିବ ।

ପ୍ରତ୍ୟେକ ଆଗନ୍ତୁକଙ୍କୁ ରାଜ୍ୟର ପ୍ରାଚୀନ ପରମ୍ପରା ସହ ନିକଟତର କରିବ । ଏହା ସତେ ଯେମିତି ଏକ ଜାତିର ଜୀବନ ଓ ଭବିଷ୍ୟତର କଥା ବଖାଣିବ । ଯାହା ଦର୍ଶକମାନଙ୍କ ମନରେ ଏକ ଅଭୁଲା ଅନୁଭୂତି ଆଣିଦେବ । ଏହି ଅବସରରେ ଜନତା ମଇଦାନକୁ ଅସ୍ଥାୟୀ ସଂଗ୍ରାହଳୟ ଭାବେ ଘୋଷଣା କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ପ୍ରତ୍ୟେକ ଦିନ ସକାଳ ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏଥିପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା କରାଯିବା ।

ଏହା ମଧ୍ୟ ପଢନ୍ତୁ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ; ଟ୍ୟାଗଲାଇନ ‘ଭାଷା ହିଁ ଭବିଷ୍ୟତ’

ଏହା ମଧ୍ୟ ପଢନ୍ତୁ: ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଲୋକାର୍ପିତ, ଓଡ଼ିଆ ଭାଷାର ଗାରିମା ବଖାଣିଲେ ନବୀନ

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଗୋଟିଏ ସ୍ଥାନରେ ସମସ୍ତ ସଂଗ୍ରାହଳୟର ଝଲକ ଓଡ଼ିଶାବାସୀ ଦେଖିବାକୁ ପାଇବେ । ପ୍ରତ୍ୟେକ ଆଗନ୍ତୁକ କଳାକୃତି ଦେଖିବା ବେଳେ ଓଡ଼ିଆ ଭାବେ ନିଜକୁ ଗର୍ବ ଅନୁଭବ କରିବେ ।

ଏନେଇ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ବିଜ୍ଞାନ ଓ ବୈଷୟିକ ସଚିବ ଚିତ୍ରା ଅରମୁଗମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ନିର୍ଦ୍ଦେଶକ ଦିଲୀପ ରାଉତରାଏ, ଇପିକଲ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.