ETV Bharat / state

ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବ ‘ଟେଲି ମାନସ'

Tele Manas: ଚାପରେ ଛାତ୍ରଛାତ୍ରୀ ଜୀବନ ହାରୁଥିବାରୁ ଏହାକୁ ରୋକିବା ଲାଗି ଅଭିନବ ପ୍ରୟାସ । ଏଣିକି ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବ ‘ଟେଲି ମାନସ' । ଅଧିକ ପଢନ୍ତୁ

Tele Manas
Tele Manas
author img

By ETV Bharat Odisha Team

Published : Feb 24, 2024, 8:41 PM IST

ଭୁବନେଶ୍ବର: ରାଜ୍ୟରେ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିଛି । ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବ ‘ଟେଲି ମାନସ ସେବା । ଚାପ ମୁକ୍ତ କରିବା ପାଇଁ ୧୪୪୧୬ ନମ୍ବରରେ କଲ୍‌ କରି ସହାୟତା ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ଭାବରେ ପ୍ରୟାସ ଆରମ୍ଭ କରିଛନ୍ତି । ପରୀକ୍ଷା ପାଇଁ ଚାପ ଏବଂ ଫଳାଫଳ ଛାତ୍ରଛାତ୍ରୀଙ୍କ ଜୀବନ ନେଉଥିବାରୁ ଏଭଳି ଅଭିନବ ପ୍ରୟାସ କରାଯାଇଛି ।

ଆଗାମୀ ଦିନମାନଙ୍କରେ ମଧ୍ୟ ଅନ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିତ ପଦକ୍ଷେପ ଗ୍ରହଣ କରାଯାଇଛି । ଚାପ ଗସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଛି ‘ଟେଲି ମାନସ’ ସେବା । ବିଭାଗ ପକ୍ଷରୁ ଏକ ଟୋଲ ଫ୍ରି ନମ୍ବର ୧୪୪୧୬ ଜାରି କରାଯାଇଛି । ପରୀକ୍ଷା ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଚାପ ଗ୍ରସ୍ତ ଥିଲେ ଏହି ଟୋଲ ଫ୍ରି ନମ୍ବରରେ ଫୋନ୍‌ କରି ଛାତ୍ରଛାତ୍ରୀ ଏବଂ ଅଭିଭାବକ ବିଶେଷଜ୍ଞଙ୍କ ମତାମତ ନେଇ ସେମାନଙ୍କ ଦ୍ବନ୍ଦ୍ବ ଦୂର କରିପାରିବେ ।

ଏହା ବି ପଢନ୍ତୁ- ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବେ ଛାତ୍ରଛାତ୍ରୀ, ଆରମ୍ଭ ହେବ କାଉନସେଲିଂ

ସୂଚନା ଅନୁଯାୟୀ, ପରୀକ୍ଷା ପାଇଁ ଚାପ ଏବଂ ଫଳାଫଳ ଛାତ୍ରଛାତ୍ରୀଙ୍କ ନେଉଛି ଜୀବନ । ପରୀକ୍ଷାରେ ବିଫଳ ହେଲେ ପରିବାର ଲୋକ କଣ କହିବେ, ସାଙ୍ଗସାଥୀ କଣ କହିବେ ଏକଥା ଭାବି ଅନେକ ଛାତ୍ରଛାତ୍ରୀ ଚାପରେ ରହିଥାନ୍ତି । ତେବେ ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏପରି ଅଘଟଣ ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ୩ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ସୂଚନା ରହିଛି । ବ୍ରହ୍ମପୁରର ଯୁକ୍ତ ଦୁଇର ଜଣେ ଛାତ୍ର କପି କରି ଧରା ପଡ଼ିବାରୁ ଆତ୍ମହତ୍ୟା କରିଛନ୍ତି । ସେ ପରୀକ୍ଷାରେ କପି କରି ଧରା ପଡ଼ିବା ପରେ ତାଙ୍କୁ ଏମପି କରାଯାଇଥିଲା ।

ଏହାପରେ ସେ ମାନସିକ ଚାପଗ୍ରସ୍ତ ହୋଇ ରହିଥିଲେ । ପରବର୍ତ୍ତୀ ସମୟରେ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିଲେ । ସେହିପରି ଇଂରାଜୀ ପରୀକ୍ଷା ଦେବା ପୂର୍ବରୁ ଭଦ୍ରକର ଧାମନଗର ଅଞ୍ଚଳର ଜଣେ ଛାତ୍ର ଜୀବନ ହାରିଛନ୍ତି । ଅନ୍ୟପଟେ କିଛି ଦିନ ତଳେ ମୟୂରଭଞ୍ଜ ଜିଲ୍ଲାରେ ଦଶମ ପରୀକ୍ଷା ଦେଉଥିବା ଜଣେ ଛାତ୍ର ମଧ୍ୟ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ପରୀକ୍ଷାରେ ଫେଲ ହୋଇଯିବା ଭୟରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହୁଥିବା ବେଳେ ଏଭଳି ଘଟଣା ଅଭିଭାବକଙ୍କ ମହଲରେ ଚିନ୍ତା ବଢ଼ାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.