ETV Bharat / state

ମିଲ୍‌ ଓ ଗୋଦାମରେ ଯୋଗାଣ ବିଭାଗର ଚଢାଉ, 1 ହଜାର ପ୍ଯାକେଟ୍‌ ଧାନ ଜବତ -Supplies Dept raid - SUPPLIES DEPARTMENT RAID

ବିଭିନ୍ନ ମିଲ୍‌ ଓ ଗୋଦାମରେ ଯୋଗାଣ ବିଭାଗ ଚଢାଉ, 4 ଶହ ବସ୍ତା ଧାନ ଜବତ
ବିଭିନ୍ନ ମିଲ୍‌ ଓ ଗୋଦାମରେ ଯୋଗାଣ ବିଭାଗ ଚଢାଉ, 4 ଶହ ବସ୍ତା ଧାନ ଜବତ (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ରାୟଗଡା: ବିଷମ କଟକ ବ୍ଳକରେ ଆସନ୍ତା ମଙ୍ଗଳବାର ଧାନ ମଣ୍ଡି ଖୋଲିବାକୁ ଯାଉଥିବା ବେଳେ ଏହାପୂର୍ବରୁ ଆକ୍ସନ ମୋଡରେ ଜିଲ୍ଲା ଯୋଗାଣ ବିଭାଗ । ସ୍ଥାନୀୟ ପ୍ରଶାସନ ଓ ବିଭାଗର ଏକ ଟିମ୍ ଦୁର୍ଗୀଠାରେ ରହିଥିବା ମିଲ୍‌ସ ଏବଂ ବିଭିନ୍ନ ଗୋଦାମ ଗୃହ ଉପରେ ଚଢାଉ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ଏନ୍‌ଫୋର୍ସମେଣ୍ଟ ଟିମ୍ କୌଣସି ସୂତ୍ରରୁ ଖବର ପାଇ ଗତକାଲି ସକାଳେ ଦୁର୍ଗୀ ସ୍ଥିତ ମାଣିକେଶ୍ୱରୀ ଧାନ ମିଲ ଉପରେ ଅତର୍କିତ ଚଢାଉ କରି ଖାନ୍‌ତଲାସ କରିଥିଲା । ଏଥି ସହିତ ଦୁଇଟି ଗୋଦାମ ଗୃହ ଉପରେ ମଧ୍ୟ ଚଢାଉ କରିଛନ୍ତି । ଏଥିରେ ଗୋଟିଏ ସ୍ଥାନରୁ 4ଶହ ପ୍ୟାକେଟ୍‌ ଓ ଅନ୍ୟ ଏକ ଗୋଦାମରୁ 6 ଶହ ପ୍ୟାକେଟକୁ ମିଶାଇ ମୋଟ 1 ହଜାର ପ୍ୟାକେଟ ଧାନ ଜବତ କରାଯାଇଛି । ଉଭୟ ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।

  • ଚାଷୀଙ୍କ 4ଶହ ପ୍ୟାକେଟ ଧାନ ଜବତ

ଚଢାଉ ସମୟରେ ଗୋଦାମ ଗୃହରେ ଦୁର୍ଗୀ ଗ୍ରାମର ଜଣେ ଚାଷୀ ୪ଶହ ପ୍ୟାକେଟ୍‌ ଧାନ ଗଛିତ ରଖିଥିବା ବିଭାଗୀୟ ଟିମ୍‌ ଜାଣିବାକୁ ପାଇଥିଲେ । ଚାଷୀ ଜଣକ ଧାନ ଅମଳ ହୋଇଥିବା ଜମିର ପଟା ବିଭାଗୀୟ ଅଧିକାରୀଙ୍କୁ ଦେଖାଇଥିବା ବେଳେ ଯେଉଁ ଘରେ ଧାନ ଗଛିତ ରହିଥିଲା ସେହି ଘରର ଭଡା ଚୁକ୍ତିନାମା ଦଲିଲ ପ୍ରଦାନ କରିପାରିନଥିବାରୁ ଉକ୍ତ ଧାନ ପ୍ୟାକେଟକୁ ଜବତ କରାଯାଇଛି । ଏହି ଧାନକୁ ଓଜନ କରି ଦୁର୍ଗୀ ସ୍ଥିତ ସତ୍ୟନାରାୟଣ ରାଇସ୍ ମିଲକୁ ହସ୍ତାନ୍ତର କରାଯାଇଛି । ଘରର ଚୁକ୍ତିନାମା ଦଲିଲ ଦାଖଲ କଲା ପରେ ସମ୍ପୃକ୍ତ ଚାଷୀଙ୍କୁ ଧାନ ହସ୍ତାନ୍ତର କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

  • ଗୋଦାମରୁ 6 ଶହ ପ୍ୟାକେଟ ଜବତ:-

ଏହା ପରେ ଦୁର୍ଗୀ ପଞ୍ଚାୟତ ଭାଲେରି ଗ୍ରାମ ସ୍ଥିତ ଟି.ଡି.ସି.ସି. ଗୋଦାମରେ ପ୍ରାୟ ୬୦୦ ପକେଟ ଧାନ ଠାବ କରିଛି ଏନ୍‌ଫୋର୍ସମେଂଟ ଟିମ୍ । ହେଲେ ଏହି ଧାନ ସବୁ ସେହି ଗ୍ରାମର କେ.କୁମା ରାଓ, ଟୁନା କୁଣ୍ଡିକା,ଏଙ୍କେନା କୁମୁରୁକା, ବିଦୁ ବାତ୍ରା,ଶିବ ଶଙ୍କର ସାହୁ, ଜି.ଚନ୍ଦ୍ରଶେଖର ଏବଂ ପଞ୍ଚାନନ ସାହୁ, ଲଘୁଚାପଜନିତ ବର୍ଷା ସମୟରେ ଧାନ ଓଦା ହୋଇଯିବା ଭୟରେ ଏହି ଗୋଦାମରେ ଧାନ ସବୁ ରଖିଥିବା ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଏହି ଗୋଦମଟି ସରକାରୀ ଗୋଦାମ ହୋଇଥିବା ସହ ବିଷମ କଟକ ଲ୍ୟାମ୍ପ ଅଧୀନରେ ରହିଛି । କେଉଁ ପରିସ୍ଥିତିରେ ସରକାରୀ ଗୋଦାମରେ ଚାଷୀଙ୍କୁ ଧାନ ରଖିବା ପାଇଁ ଅନୁମତି ପ୍ରଦାନ କରାଗଲା ଏବଂ ତାହା ଦାବି କରୁଥିବା ଚାଷୀଙ୍କୁ ଧାନ କି ନାହିଁ ତାର ତଦନ୍ତ କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ସମ୍ବଲପୁର ଧାନ ମିଲରେ ପଶ୍ଚିମବଙ୍ଗ ଟ୍ରକ, ଚାଲିଛି ଖୋଳତାଡ - SUSPICIOUS PADDY TRUCK

  • ଅମଳ ପରେ ଗଚ୍ଛିତ ରଖିବା ପାଇଁ ନାହିଁ ପର୍ଯ୍ୟାପ୍ତ ସୁବିଧା:-

ଜବତ ଧାନକୁ ବିଷମ କଟକ ଲ୍ୟାମ୍ପ ଏମ.ଡିଙ୍କୁ ଜିମାରେ ଦିଆଯାଇଛି । ଏନ୍‌ଫୋର୍ସମେଣ୍ଟ ଟିମରେ ବିଷମ କଟକ ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଯୋଗାଣ ଅଧିକାରୀ ଦେବଦତ ଲେଙ୍କା ପ୍ରମୁଖ ସାମିଲ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ମିଲ ଏବଂ ଗୋଦାମରେ ଚଢାଉ କରାଯାଇ ଗଚ୍ଛିତ ଥିବା ଧାନ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଧାନ ମଣ୍ଡି ଖୋଲି ନଥିବା ସହ ଅଞ୍ଚଳରେ ଚାଷୀଙ୍କ ପାଖରେ ଧାନ ଗଚ୍ଛିତ ରଖିବା ପାଇଁ ସୁରକ୍ଷିତ ସ୍ଥାନ ଅଭାବ ରହିଥିବା କଥା ସାମ୍ନାକୁ ଆସିଛି । ଏହା ସହ ଗ୍ରାମାଞ୍ଚଳରେ ସରକାରୀ ସ୍ଥରରେ ଧାନ ଗଚ୍ଛିତ ରଖିବା ପାଇଁ କୌଣସି ସୁବିଧା ନଥିବାରୁ ଚାଷୀ ବର୍ଷା ଏବଂ ଖଳାରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଅମଳ ହୋଇଥିବା ଧାନକୁ ବିଭିନ୍ନ ଗୋଦାମ୍ ଏବଂ ସୁବିଧା ଥିବା ସ୍ଥାନରେ ଧାନ ଗଛିତ କରି ରଖି ଆସୁଥିଲେ । ବର୍ତ୍ତମାନ ଆରମ୍ଭ ହୋଇଥିବା ଧାନ ଜବତ ପକ୍ରିୟା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.