ETV Bharat / state

Subhadra Portal: ଶୁଭାରମ୍ଭ ହେଲା ସୁଭଦ୍ରା ପୋର୍ଟାଲ, 17ରେ ମିଳିବ ପ୍ରଥମ କିସ୍ତି, ଏହି ଦିନଠୁ ଦାଖଲ କରିବେ ଫର୍ମ - Subhadra Yojana Portal Inauguration

author img

By ETV Bharat Odisha Team

Published : Sep 2, 2024, 7:18 PM IST

Subhadra Yojana Portal Inauguration: ସୁଭଦ୍ରା ଯୋଜନାର ପୋର୍ଟାଲ ଲଞ୍ଚ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପୋର୍ଟାଲର ଲଞ୍ଚ କରିଛନ୍ତି । କେମିତି ପାଇବେ ଆପଣଙ୍କ ପ୍ରଶ୍ନର ଉତ୍ତର କହିଲେ ଉପମୁଖ୍ୟମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Subhadra Yojana Portal
Subhadra Yojana Portal (ETV Bharat Odisha)

ଭୁବନେଶ୍ବର: ସୁଭଦ୍ରା ଯୋଜନା ପାଇଁ ଭ୍ରମିତ ହେବେନି ମହିଳା । ଏଥିପାଇଁ ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ପୋର୍ଟାଲ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହାର ଶୁଭାରମ୍ଭ କରିଛନ୍ତି । ଅନ୍ୟପଟେ ଆସନ୍ତା 17ରେ ଭୁବନେଶ୍ବର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ମହିଳାଙ୍କୁ ମଳିବ ପ୍ରଥମ କିସ୍ତି ।

ଭ୍ରମିତ ହୁଏ ନାହିଁ ପୋର୍ଟାଲରେ ପାଇବେ ସମସ୍ତ ତଥ୍ୟ:

ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ‘ଏହି ପୋର୍ଟାଲଟି www.subhadra.odisha.gov.in ଏହି ପୋର୍ଟାଲ୍ ଛଡା ଆଉ କୌଣସି ଫେକ ୱେବସାଇଟ ଦ୍ବାରା ଭ୍ରମିତ ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦ୍ବାରା ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ । ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଅଛି । ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ’

Subhadra Yojana Portal
Subhadra Yojana Portal (Odisha Govt)

ସବୁ ପ୍ରଶ୍ନର ଉତ୍ତର ଦେବ ସୁଭଦ୍ରା ପୋର୍ଟାଲ:

ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ସୁଭଦ୍ରା ସମ୍ବନ୍ଧୀୟ ମନରେ ଆସୁଥିବା ଯେ କୌଣସି ପ୍ରଶ୍ନର ଉତ୍ତର ଏହି ୱେବ ପୋର୍ଟାଲରେ ପାଇପାରିବେ । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ଏହି ୱେବ ପୋର୍ଟାଲରେ ପାଇପାରିବେ । ଆଉ କିଛି ଜାଣିବାକୁ ହେଲେ ଟୋଲ ଫ୍ରି ନମ୍ବର -୧୪୬୭୮ ରେ କଲ କରି ପାରିବେ। ଏହି ଟୋଲ ଫ୍ରି ନମ୍ବର ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ଫର୍ମ ସମ୍ପୂର୍ଣ ମାଗଣାରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ରହିବ । ପୂରଣ ହୋଇଥିବା ଫର୍ମ ସହିତ ଅବେଦନ‌କାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାର ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ୪ ସେପ୍ଟେମ୍ବର ଅପରାହ୍ନରୁ ଫର୍ମ ଦାଖଲ ଆରମ୍ଭ କରାଯିବ । ଏହି ଫର୍ମ ଦାଖଲ ସମ୍ପୂର୍ଣ ମାଗଣା ହେବ। ସରକାରଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା କିସ୍ତି ସେପ୍ଟେମ୍ବର ୧୭ ତାରିଖରେ ଦେବା ଆରମ୍ଭ କରାଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ।

Subhadra Yojana Portal
Subhadra Yojana Portal (Odisha Govt)

ସୁଭଦ୍ରା ଶୁଭାରମ୍ଭ ପାଇଁ ଆସିବେ ମୋଦି:

ସେପଟେ ସୁଭଦ୍ରା ଯୋଜନାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘ଆସନ୍ତା 17ରେ ଭୁବନେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଜନତା ମଇଦାନରେ ହେବ ସୁଭଦ୍ରା ଯୋଜନାର ଶୁଭାରମ୍ଭ। ସେହିଦିନ ପ୍ରଥମ କିସ୍ତି ଯୋଗ୍ୟ ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଯିବ । ସବୁ ମହିଳାଙ୍କୁ ମିଳିବନି। କିଛି ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି।’

ସୁଭଦ୍ରା ଯୋଜନା ସମ୍ପର୍କିତ ଖବର ପଢନ୍ତୁ ଏହି ଲିଙ୍କ୍‌ରେ:

Subhadra Scheme: ଆଜିଠୁ ଆରମ୍ଭ ହେଲା ସୁଭଦ୍ରା ଯୋଜନା ପଞ୍ଜୀକରଣ, ଜାଣନ୍ତୁ କିପରି ଓ କେଉଁଠି କରିବେ ଆବେଦନ ?

Toll-Free Number Issue: ସୁଭଦ୍ରା ଯୋଜନା: ବଡ଼ ଘୋଷଣା କଲେ ରାଜ୍ୟ ସରକାର, ଏମାନଙ୍କୁ ବି ମିଳିବ ଲାଭ, ଜାରି ହେଲା ଟୋଲ ଫ୍ରି ନମ୍ବର - Subhadra Yojana

ଆସିଲା ସୁଭଦ୍ରା ଗାଇଡଲାଇନ: ଏମାନଙ୍କୁ ମିଳିବନି ଯୋଜନାର ଲାଭ, ଏମିତି କରନ୍ତୁ ଆବେଦନ

ସୁଭଦ୍ରା ଯୋଜନା ପାଇଁ ଜନମତ ଲୋଡିଲେ ସରକାର; ଖୁବଶୀଘ୍ର ଆସିବ SOP, ଫିଡବ୍ୟାକ ସଂଗ୍ରହକୁ ପ୍ରହସନ କହିଲେ ବିରୋଧୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.