ETV Bharat / state

Subhadra Yojana: ମହିଳାଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁଭଦ୍ରା ଯୋଜନା ଫର୍ମ ଦାଖଲ, ଜାଣନ୍ତୁ କେମିତି ଓ କେଉଁଠି ? - Subhadra Yojana Form Submission

author img

By ETV Bharat Odisha Team

Published : Sep 4, 2024, 8:29 AM IST

Subhadra Yojana Form submission starts from Today: ସୁଭଦ୍ରା ଯୋଜନା ପାଇଁ ଆଜିଠୁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ଣରୁ ଫର୍ମ ଦାଖଲ ଆରମ୍ଭ ହେବ । ଜାଣନ୍ତୁ କେଉଁଠି ଓ କେମିତି କରିବେ ଫର୍ମ ଦାଖଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Subhadra Yojana
Subhadra Yojana (ETV Bharat Odisha)

ଭୁବନେଶ୍ବର: ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଆରମ୍ଭ ହେବ ଫର୍ମ ଦାଖଲ ପ୍ରକ୍ରିୟା । ଅପରାହ୍ଣରୁ ଫର୍ମ ଦାଖଲ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା, ଜନସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିପାରିବେ । ଏହା ସମ୍ପୂର୍ଣ୍ଣ ମାଗଣା ବା ନିଶୁକ୍ଳ ରହିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ଆଜିଠୁ ସୁଭଦ୍ରା ଯୋଜନା ପାଇଁ ଫର୍ମ ଦାଖଲ (ETV Bharat Odisha)

କେମିତି କରିବେ ଫର୍ମ ଦାଖଲ ?

  • ମୋ ସେବା, ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ ହିତାଧିକାରୀ
  • ଜିଲ୍ଲାପାଳଙ୍କ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନରେ କରିପାରିବେ
  • ଫର୍ମ ଦାଖଲ ସମ୍ପୂର୍ଣ୍ଣ ମାଗଣା
  • ସୁଭଦ୍ରା ପାଇଁ www.subhadra.odisha.gov.in ପୋର୍ଟାଲ ରହିଛି
  • କୌଣସି ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର 14678ରେ ଯୋଗଯୋଗ କରିପାରିବେ
  • ଏହା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ

ସୁଭଦ୍ରା ଯୋଜନା ପାଇଁ କଣ ଆବଶ୍ୟକ ?

  • ଆଧାର କାର୍ଡ
  • ମୋବାଇଲ ନମ୍ବର
  • ବ୍ୟାଙ୍କ ଆକାଉଣ୍ଟ
  • ରାସନ କାର୍ଡ

କେଉଁମାନେ କରିପାରିବେ ଆବେଦନ:

  • ଆବେଦନକାରୀ ଓଡ଼ିଶା ବାସିନ୍ଦା ହୋଇଥିବା ଆବଶ୍ୟକ
  • ଆବେଦନକାରୀଙ୍କ ବୟସ 21 ବର୍ଷରୁ ଅଧିକ 60 ବର୍ଷରୁ କମ ହୋଇଥିବ
  • ଆବେଦନକାରୀଙ୍କ ପରିବାର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ
  • ପରିବାରର କୌଣସି ସଦସ୍ୟ ସାଂସଦ କିମ୍ବା ବିଧାୟକ ହୋଇନଥିବେ
Subhadra Yojana
Subhadra Yojana (ETV Bharat Odisha)

କଣ କହିଲେ ଉପମୁଖ୍ୟମନ୍ତ୍ରୀ:

ଗତକାଲି ସୁଭଦ୍ରା ଯୋଜନାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ କହିଛନ୍ତି , ‘ଆଜି ( ୪ ତାରିଖ) ସନ୍ଧ୍ୟା ପର ଠାରୁ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଯେ ପର୍ଯ୍ୟନ୍ତ ଶେଷ ହିତାଧିକାରୀ ପଇସା ପାଇ ନାହାନ୍ତି ସେ ପର୍ଯ୍ୟନ୍ତ ଏ ପ୍ରକ୍ରିୟା ଚାଲୁ ରହିବ।

ପୋର୍ଟାଲ ଜାମଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା:

ସୁଭଦ୍ରା ଯୋଜନାର ୱେବସାଇଟ ଜାମ ହେବାକୁ ନେଇ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ‘ଏହି ଯୋଜନା ଏତେ ହାଇଲାଇଟ ହୋଇଛି ଯେଉଁଥିପାଇଁ ଜାମ ହେବ । ବିଶେଷ ଭାବେ ଗାଁ ଗହଳିରେ ଅନେକ ମହିଳା ଯୁବତୀ ଏହାକୁ ଗ୍ରହଣ କରିଛନ୍ତି ଅନେକ ଭଲ ପାଇବା ଦେଇଛନ୍ତି । ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ଗ୍ରହଣୀୟ ହୋଇଛି ।

ସୁଭଦ୍ରା ଯୋଜନାରେ ସାମିଲ ହୋଇପାରନ୍ତି ରାଜଧାନୀର ଦେଢ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ:

ସୁଭଦ୍ରା ଯୋଜନାକୁ ହିତାଧିକାରୀଙ୍କ ଆବେଦନକୁ ନେଇ ବିଏମ୍ସି କମିଶନର ରାଜେଶ ପାଟିଲ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ‘ଏହି ଯୋଜନାକୁ ଅଧିକରୁ ଅଧିକ ତ୍ଵରାନ୍ବିତ କରିବା ପାଇଁ ଭୁବନେଶ୍ବରରେ ପ୍ରସ୍ତୁତି ଚାଲିଛି । ଆନୁମାନିକ ଭୁବନେଶ୍ବରରେ ୧.୫ ଲକ୍ଷ ରୁ ୧.୭ ଲକ୍ଷ ହିତାଧିକାରୀ ହେବେ। ସେହି ଅନୁସାରେ ୧ ଲକ୍ଷ ଫର୍ମ ପ୍ରିଣ୍ଟ ସରିଛି। ଏଯାବତ ୫୦ ହଜାର ହିତାଧିକାରୀ ଫର୍ମ ନେଇସାରିଲେଣି । ଫର୍ମ ବା ଆବେଦନ ପତ୍ର ବାଣ୍ଟିବାକୁ ଜାଗା ଚି଼ହ୍ନଟ ହୋଇଛି। ସହରର ସବୁ ଅଙ୍ଗନୱାଡି ସେଣ୍ଟର ରେ ବଣ୍ଟାଯିବ ଫର୍ମ । ଏହାସହ କମନ ସେଣ୍ଟର, ମୋ ସେବା କେନ୍ଦ୍ରରେ ମଧ୍ୟ ବଣ୍ଟା ଯିବ । ଏନେଇ ବିଏମ୍ସି ମୁଖ୍ୟ କାର୍ଯ୍ୟାଳୟରେ ବି ବ୍ୟବସ୍ଥା ହୋଇଛି । ଅଭିଯୋଗ ପାଇଁ 1929 ହେଲ୍ପ ଲାଇନ ନମ୍ବର ରଖାଯାଇଛି ।

Subhadra Yojana
Subhadra Yojana (ETV Bharat Odisha)

ଫର୍ମ ଦେବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା:

ସେହିପରି 67 ୱାର୍ଡରେ କଲୋନୀ ବସ୍ତିକୁ ଟ୍ୟାଗ କରିଛୁ। ଫର୍ମ ନେବା ପାଇଁ ପ୍ରତି ୱାର୍ଡର ଦୁଇଟି ଜାଗାରେ ବ୍ୟବସ୍ଥା ହୋଇଛି । ଲୋକଙ୍କ ବସିବା, ପିଇବା ପାଣିର ବ୍ୟବସ୍ଥା ହୋଇଛି । ଯଥେଷ୍ଟ ପରିମାଣ ରେ ଫର୍ମ ଅଛି । ଦୁଇ ତିନ ଦିନ ହୋଇଛି । ଏଇଟା ଫ୍ରି ଫର୍ମ ଦିଆଯାଉଥିବା ବେଳେ ଲୋକଙ୍କ ସଚେତନ ପାଇଁ ସବୁ ଜାଗାରେ ହୋଡିଂ ଲଗାଯାଇଛି । ତେଣୁ ଏଥିପାଇଁ କାହାକୁ ପଇସା ଦେବେନାହିଁ ପ୍ରଲୋଭନରେ ପଡିବେ ନାହିଁ ବୋଲି ଫର୍ମ ନେବାକୁ ଆସୁଥିବା ଲୋକଙ୍କୁ କହୁଛୁ। ନିଜର ଆଧାର କାର୍ଡ ନେଇ ଆସିବେ । ଯାହାର ଲିଙ୍କ ହୋଇଯାଇଛି, ଫେସ ସ୍କାନିଂ ହେଉଛି। ଯାହାର ଆଧାର କାର୍ଡ ନାହିଁ କିମ୍ବା ବ୍ୟାଙ୍କ ସହ ଲିଙ୍କ ହୋଇନାହିଁ, ବ୍ୟାଙ୍କ ରେ ଆଧାର ଲିଙ୍କ କରିବାକୁ କୁହାଯାଉଛି । ଗୋଟେ ଗୋଟେ ସେଣ୍ଟରକୁ କିଛି ବସ୍ତି, ଅଞ୍ଚଳ ସହ ଟ୍ୟାଗ କରାଯାଇଛି ।

ଗୋଟିଏ ଜାଗାରେ ଭିଡ ନ କରିବାକୁ ଅପିଲ୍‌:

ସେ ଆହୁରି କହିଛନ୍ତି, ଏହି ଆବେଦନ ଲମ୍ବା ସମୟ ଯାଏ ଚାଲିବ ତେଣୁ ଲୋକମାନଙ୍କୁ ପ୍ରକ୍ରିୟା ଅନୁସାରେ ଯିବା ସହ ଗୋଟିଏ ଜାଗାରେ ଭିଡ ନ କରି ଶୃଙ୍ଖଳାର ସହ ଆସି ଆବେଦନ କରନ୍ତୁ । ଯେଉଁ ସେଣ୍ଟରରେ ଯେଉଁ ଅଞ୍ଚଳ ନିଯୁକ୍ତ ହୋଇଛି ସେହି ଜାଗାକୁ ଯାଆନ୍ତୁ । ଜଏଣ୍ଟ ଆକାଉଣ୍ଟ ଥିଲେ ଓ ଆଦୌ ଆକାଉଣ୍ଟ ନଥିଲେ, ନୂଆ ଆକାଉଣ୍ଟ କରନ୍ତୁ । ଅନ୍ୟପଟେ କେବଳ ଭୁବନେଶ୍ବର ବାସିନ୍ଦା ନୁହନ୍ତି ଏଠାରେ ରହୁଥିବା ସମସ୍ତ ବାସିନ୍ଦା ଫର୍ମ ନେଇପାରିବେ।

ସୁଭଦ୍ରା ଯୋଜନା ସମ୍ପର୍କିତ ଖବର ପଢନ୍ତୁ ତଳେ ଦିଆଯାଇଥିବା ଲିଙ୍କରେ:

Subhadra Portal: ଶୁଭାରମ୍ଭ ହେଲା ସୁଭଦ୍ରା ପୋର୍ଟାଲ, 17ରେ ମିଳିବ ପ୍ରଥମ କିସ୍ତି, ଏହି ଦିନଠୁ ଦାଖଲ କରିବେ ଫର୍ମ

Subhadra Scheme: ଆଜିଠୁ ଆରମ୍ଭ ହେଲା ସୁଭଦ୍ରା ଯୋଜନା ପଞ୍ଜୀକରଣ, ଜାଣନ୍ତୁ କିପରି ଓ କେଉଁଠି କରିବେ ଆବେଦନ ?

Toll-Free Number Issue: ସୁଭଦ୍ରା ଯୋଜନା: ବଡ଼ ଘୋଷଣା କଲେ ରାଜ୍ୟ ସରକାର, ଏମାନଙ୍କୁ ବି ମିଳିବ ଲାଭ, ଜାରି ହେଲା ଟୋଲ ଫ୍ରି ନମ୍ବର

ଆସିଲା ସୁଭଦ୍ରା ଗାଇଡଲାଇନ: ଏମାନଙ୍କୁ ମିଳିବନି ଯୋଜନାର ଲାଭ, ଏମିତି କରନ୍ତୁ ଆବେଦନ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.