ETV Bharat / state

ଶିକ୍ଷାର ମନ୍ଦିରରେ ଛୁରାମାଡ, ସହପାଠୀକୁ ଛୁରି ଭୁସିଲା ଛାତ୍ର - Student Stabbed His Classmate

author img

By ETV Bharat Odisha Team

Published : Jun 28, 2024, 3:43 PM IST

Updated : Jun 28, 2024, 4:21 PM IST

Student Attacked With Knife His Classmate: ବିଦ୍ୟାଳୟ ପରିସରରେ ସହପାଠୀକୁ ଛୁରୀ ଭୁସିଲା ଛାତ୍ର । ଗୁରୁତର ଅବସ୍ଥାରେ ସହପାଠୀ ଜଣକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ସହପାଠୀକୁ ଛୁରୀ ଭୁସିଲା ଛାତ୍ର, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେକେସିଜିରେ ଭର୍ତ୍ତି
ସହପାଠୀକୁ ଛୁରୀ ଭୁସିଲା ଛାତ୍ର, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେକେସିଜିରେ ଭର୍ତ୍ତି (ETV Bharat Odisha)

ବ୍ରହ୍ମପୁର: ଶିକ୍ଷାର ମନ୍ଦିର ବିଦ୍ୟାଳୟ ପରିସରରେ ଛାତ୍ରକୁ ଛୁରି ଭୁସିଲା ଛାତ୍ର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ରଘୁନାଥପୁର ହାଇସ୍କୁଲରେ । ଗୁରୁତର ଅବସ୍ଥାରେ ସହପାଠୀ ଜଣକୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ବ୍ରହ୍ମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ନବମ ଶ୍ରେଣୀରେ ଅଧ୍ୟୟନରତ ଦୁଇ ଛାତ୍ର ମଧ୍ୟରେ ହଠାତ୍ ପାଟିତୁଣ୍ଡ ହେବା ସହ ଏକପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପରେ ସେଥିରୁ ଜଣେ ଛାତ୍ର ଉତ୍ୟକ୍ତ ହୋଇ ଅନ୍ୟ ଜଣଙ୍କୁ ଛୁରୀରେ ଆକ୍ରମଣ କରିଥିବା ଜଣାପଡିଛି । ବିଦ୍ୟାଳୟ ପରିସରରେ ହିଁ ଏପରି ଘଟଣା ଘଟିଥିବା ବେଳେ ଆହତ ଛାତ୍ର ଜଣଙ୍କ ରାମଚନ୍ଦ୍ରପୁର ଗାଁର କଂସ ପ୍ରଧାନଙ୍କ ପୁତ୍ର ଶୁଭମ ପ୍ରଧାନ ହୋଇଥିବା ବେଳେ ଆକ୍ରମଣ କରିଥିବା ଛାତ୍ର ଜଣଙ୍କ ହେଲେ ଉକ୍ତ ଗାଁର ପ୍ରକାଶ ପ୍ରଧାନଙ୍କ ପୁତ୍ର ଭୋଳା ପ୍ରଧାନ ବୋଲି ଜଣାପଡିଛି ।

ଗୁରୁତର ଅବସ୍ଥାରେ ଶୁଭମ ପ୍ରଧାନଙ୍କୁ ପ୍ରଥମେ ଶେରଗଡ଼ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର ସୂଚନା ମିଳିଛି । ଉଭୟ ଆହତ ଏବଂ ଆକ୍ରମଣ କରିଥିବା ଦୁଇ ଛାତ୍ର ନବମ ଶ୍ରେଣୀର ହୋଇଥିବା ବେଳେ ଛାତ୍ର ମାନେ ସକାଳ ୯ଟା ପରେ ବିଦ୍ୟାଳୟରେ ପହଞ୍ଚି ଯାଉଥିବା ବେଳେ ଏହି ଘଟଣା ବିଦ୍ୟାଳୟ ପରିସରର ସକାଳ ୯.୧୫ ମିନିଟରେ ଘଟିଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି ଘଟଣା ଶୁଣିବା ପରେ ସିଧାସଳଖ ଶେରଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।

ଏହା ମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ଜଘନ୍ୟ ହତ୍ୟାକାଣ୍ଡ, ଛୁରୀ ଭୁସି ଯୁବକଙ୍କୁ ହତ୍ୟା

ପୂର୍ବରୁ ରହିଥିବା ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ଆହତ ଛାତ୍ରଙ୍କ ମାଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ଗତ ୨୬ ତାରିଖରେ ନିଜ ଶ୍ଵଶୁର ହତ୍ୟା ଘଟଣାରେ ବିଚାରଧିନ ରହିଥିବା ବେଳେ ପରିବାର ବର୍ଗ ଉକ୍ତ ଘଟଣା ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଏପରି ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣ କରିଥିବା ସହପାଠୀ ଛାତ୍ରକୁ ଅଟକ ରଖିଥିବା ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍କୁଲ ଭିତରକୁ ଏପରି ମାରଣାସ୍ତ୍ର କିପରି ନେଉଛନ୍ତି ପିଲାମାନେ ଏବଂ ଶିକ୍ଷାର ମନ୍ଦିର ସ୍ଥାନରେ ଏଭଳି ଆସାମାଜିକ କାଣ୍ଡ ଭିଆଇପାରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଶାନ୍ତ ଗଞ୍ଜାମ: ବ୍ରହ୍ମପୁର ହାଉସିଂ ବୋର୍ଡରେ ଯୁବକଙ୍କୁ ନିର୍ମମ ହତ୍ୟା, ତଦନ୍ତ ଜାରି

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 28, 2024, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.