ETV Bharat / state

ବିଦ୍ୟାଳୟକୁ ନୁହେଁ ଯମପୁରୀକୁ ରାସ୍ତା ! ପିଲାଙ୍କ ଭବିଷ୍ୟତ ସହ ଖେଳ, ବର୍ଷା ହେଲେ ରାସ୍ତାରେ ସ୍କୁଲ ଯିବା ବନ୍ଦ - Nuapada Road Problem

author img

By ETV Bharat Odisha Team

Published : Aug 9, 2024, 12:41 PM IST

Nuapada Road Problem: ରାସ୍ତା ପାଲଟିଛି ମରଣଯନ୍ତା । ନୂଆପଡା ଜିଲ୍ଲା ଐତିହାସିକ ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତିକରୁଛି । ବିଦ୍ୟାଳୟକୁ ଯିବାକୁ ରାସ୍ତା ଖାଲ ଖମାରେ ଭର୍ତ୍ତିରେ ହୋଇଥିବା ବେଳେ ବିଦ୍ୟାଳୟ ଖେଳ ପଡିଆର ଦର୍ଶକ ଗ୍ୟାଲେରି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଅଧିକ ପଢନ୍ତୁ

Nuapada Road Problem
Nuapada Road Problem (ETV Bharat Odisha)

ନୂଆପଡା: ଖାଲ ଖମାରେ ଭର୍ତ୍ତି ରାସ୍ତା । ଠାକୁ ଠା ଲାଗି ଜମାହୋଇଛି ପାଣି । ଏ ବାଟ ଦେଇ ସ୍କୁଲରେ ପହଞ୍ଚିବା ତ ଦୂରର କଥା ସିଧା ଯମପୁରରେ ପହଞ୍ଚିଯିବ ! ନୂଆପଡା ଜିଲ୍ଲା ଐତିହାସିକ ଖଡ଼ିଆଳ ଠାରେ 1943 ମସିହାରେ ପ୍ରତିଷ୍ଠା ହୋଇଥିବା ଶତାୟୁ ବର୍ଷର ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତିକରୁଛି । ବିଦ୍ୟାଳୟ ଖେଳ ପଡିଆ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ବିଦ୍ୟାଳୟ ଖେଳ ପଡିଆର ଦର୍ଶକ ଗ୍ୟାଲେରି ଅସାଧୁ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାକୁ ନେଇ କୋମଳମତି ଶିଶୁମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି ।

ମରଣଯନ୍ତା ପାଲଟିଛି ସ୍କୁଲ ରାସ୍ତା:

'ସଭିଏଁ ପଢିବା ସଭିଏଁ ବଢିବା । ଆମ ପରିବେଶ ସୁସ୍ଥ ରଖିବା । ସ୍ୱଚ୍ଛତା ଆମ ସମସ୍ତଙ୍କ ମୂଳମନ୍ତ୍ର ।' ସରକାରଙ୍କ ଏହି ସ୍ଲୋଗାଗୁଡିକ ଅନେକ ସ୍କୁଲ କାନ୍ଥବାଡରେ ଶୋଭାପାଉଛି କିନ୍ତୁ ଏହାର ବାସ୍ତବ ସ୍ଥିତି କଣ ତାହା ରାଜା ରାଜୁଡା ଶାସନ କାଳରୁ ପ୍ରତିଷ୍ଠା ହୋଇଥିବା ନୂଆପଡା ଜିଲ୍ଲା ଆର୍ତ୍ତତ୍ରାଣ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳୁଛି । ରାସ୍ତାର ଅବସ୍ଥା ଦେଖିଲେ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠୁଛି । ଏଭଳି ରାସ୍ତାରେ ପିଲାମାନେ କିଭଳି ସ୍କୁଲ ଆସି ପାଠ ପଢିବେ ତାହା ମଧ୍ୟ ପ୍ରଶ୍ନବାଚୀ । ଖାଲଖମାରେ ଭର୍ତ୍ତି ଆର୍ତ୍ତତ୍ରାଣ ବିଦ୍ୟାଳୟ ରାସ୍ତା । ଅସରାଏ ବର୍ଷା ହେଲେ ଖାଲରେ ପାଣି ଭର୍ତ୍ତି ହୋଇଯାଉଛି । ମାଟି କାଦୁଅ ରାସ୍ତାରେ ବିପଦପୂର୍ଣ୍ଣ ଭାବେ ପିଲାମାନଙ୍କୁ ସ୍କୁଲ ଆସିବାକୁ ପଡୁଛି ।

ଏହାମଧ୍ୟ ପଢନ୍ତୁ... ତୁହାକୁ ତୁହା ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା, ଯାତାୟତ ବାଧାପ୍ରାପ୍ତ - Temporary Road Washed Away

ଆର୍ତ୍ତତ୍ରାଣ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, "ରାସ୍ତା ଖରାପ ଯୋଗୁ ସ୍କୁଲ ଯିବା ବେଳେ ଡ୍ରେସ, ଜୋତା ଖରାପ ହୋଇଯାଉଛି । କାଦୁଅରେ ଗୋଡ ଖସିଗଲେ ବ୍ୟାଗ ବହି ଖାତା ଖରାପ ହୋଇଯାଉଛି । ବର୍ଷା ହେଲେ ଏହି ରାସ୍ତାରେ ସ୍କୁଲ ଯାଇ ହେଉନାହିଁ ।"

ରାଜତନ୍ତ୍ର ସମୟରେ ପ୍ରତିଷ୍ଠା ହୋଇଥିଲା ଆର୍ତ୍ତତ୍ରାଣ ସ୍କୁଲ:

ସ୍ବାଧୀନତା ପୂର୍ବରୁ ଅର୍ଥାତ୍ 1943 ମସିହାରେ ଖଡ଼ିଆଳର ଚୌହାନ ବଂଶୀୟ ରାଜା ଆର୍ତ୍ତତ୍ରାଣ ସିଂଦେଓଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା ରାଜା ଆର୍ତ୍ତତ୍ର।ଣ ହାଇସ୍କୁଲ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ହାତକୁ ନେଇ ଏହି ବିଦ୍ୟାଳୟର ନାମ ରଖିଥିଲେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ । ଏହି ଶିକ୍ଷାନୁଷ୍ଠାନ ଖଡ଼ିଆଳ, ବୋଡେନ, ସିନାପାଲି ,ଖଡ଼ିଆଳ ବ୍ଲକ ଅଞ୍ଚଳରେ ସର୍ବ ପୁରାତନ ।

ଅସାଧୁଙ୍କ ଆଡ୍ଡା ପାଲଟିଛି ସ୍କୁଲ ! :

ଆର୍ତ୍ତତ୍ରାଣ ବିଦ୍ୟାଳୟର ଅବସ୍ଥା ଶୋଚନୀୟ । ବିଦ୍ୟାଳୟର ଦୁଇଗୋଟି ଗେଟ ମୁକୁଳା ରହିଥିବା ବେଳେ, ଖେଳ ପଡିଆ ଗାଈଗୋରୁଙ୍କ ଚରାଭୂଇଁ ପାଲଟିଛି । ବିଦ୍ୟାଳୟ ଖେଳପଡ଼ିଆ ଦର୍ଶକ ଗ୍ୟାଲେରୀ ଅସାଧୁଙ୍କ ଆଡ୍ଡା ପାଲଟିଛି । ସେହିଭଳି ପଡିଆର ଚତୁଃପାର୍ଶ୍ୱର ବସିବା ପାଇଁ ହୋଇଥିବା ସିମେଣ୍ଟ ଆସନ ଗୁଡିକ ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କୁଢ଼ କୁଢ଼ ଅଳିଆ ପଡିଛି । ଅପରପକ୍ଷେ ସରକାରଙ୍କ ଲକ୍ଷ୍ମୀ ବସ ସ୍କୁଲ ପରିସରରେ ଷ୍ଟପେଜ କରିଛି । ଫଳରେ ଭାରିଯାନ ଗାଡି ମୋଟର ଯାତାୟତ ବିଦ୍ୟାଳୟ ପରିବେଶକୁ ସମ୍ପୂର୍ଣ୍ଣ ବିଗାଡି ଦେଉଥିବା ଅଭିଯୋଗ ହୋଇଛି ।

ସ୍କୁଲର ସହକାରୀ ଶିକ୍ଷକ ଗୌରୀଶଙ୍କର ଦୁବେଙ୍କ କହିବାନୁଯାୟୀ,"ସ୍କୁଲର ପଡିଆରେ ସବୁ ପ୍ରକାର କାର୍ଯ୍ୟକ୍ରମ ହେଉଛି । ପଡ଼ିଆର ଅବସ୍ଥା ସାଂଘାତିକ । ପିଲାମାନେ ସ୍କୁଲ ଆସିବା ବେଳେ ଏହି ରାସ୍ତାରେ ଖସି କାଦୁଅରେ ପଡିଯାଉଛନ୍ତି । ପିଲାମାନଙ୍କ ଡ୍ରେସ, ଜୋତା କାଦୁଅ ହୋଇଯାଉଛି । ମୋ ବସ ଯାତାୟାତ ପାଇଁ ଏଭଳି ହେଉଛି । ପିଲାମାନେ ବହୁ କଠିନ ପରିସ୍ଥିତିରେ ସ୍କୁଲ ଆସୁଛନ୍ତି । ସେପଟେ ଏନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.