ETV Bharat / state

ସାପକୁ ଅସ୍ତ୍ର କରି ଅପରାଧ, ରୋକିବାକୁ ସରକାରୀ ଉଦ୍ୟମ ଲୋଡ଼ା; ଭିସେରା ସାମ୍ପୁଲ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଚିଠି

author img

By ETV Bharat Odisha Team

Published : Mar 6, 2024, 10:55 PM IST

Snake become a weapon of crime: ସାପକୁ ଅସ୍ତ୍ର ଭାବରେ ବ୍ୟବହାର କରି ଘଟୁଛି ଅପରାଧ । ଏହାକୁ ବନ୍ଦ କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଆବଶ୍ୟକ । ସାପ କାମୁଡା ମୃତ୍ୟୁରେ ଭିସେରା ସାମ୍ପୁଲ ରଖିବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଅଧିକ ପଢ଼ନ୍ତୁ

Snake become a weapon of crime
Snake become a weapon of crime
Snake become a weapon of crime

ଭୁବନେଶ୍ବର: ଅପରାଧିକ କାର୍ଯ୍ୟରେ ସାପକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ଏହାକୁ ବନ୍ଦ କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଆବଶ୍ୟକ । ସେଥିପାଇଁ ମୃତଦେହ ବ୍ୟବଚ୍ଛେଦ ସମୟରେ ଭିସେରା ସାମ୍ପୁଲ ସଂଗ୍ରହ କରିବାର ଆବଶ୍ୟକତା ରହିଛି । ସାପ କାମୁଡା ମୃତ୍ୟୁରେ ଭିସେରା ସାମ୍ପୁଲ ରଖିବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

ଗତ ୨୦୨୩ ଅକ୍ଟୋବର ମାସରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରେ ଡବଲ ମର୍ଡର ଘଟଣା ସମ୍ନାକୁ ଆସିଥିଲା । ଘଟଣାରେ ୨୨ ବର୍ଷୀୟ ମାଆ ଏବଂ ୨ ବର୍ଷର ଝିଅଙ୍କର ହତ୍ୟା ଘଟଣାରେ ନାଗ ସାପ ବ୍ୟବହାର ହୋଇଥିଲା । ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଚହଳ ପକାଇଥିଲା । ଅଭିଯୁକ୍ତ ଜଣଙ୍କ ସାପ ଧରାଳିଙ୍କ ଠାରୁ ନାଗ ସାପ କିଣି ସ୍ତ୍ରୀ ଏବଂ ଝିଅକୁ ସାପ କାମୁଡେଇ ହତ୍ୟା କରିଥିଲା । ଏହି ଘଟଣାକୁ ଏକ ସାଧାରଣ ସାପ କାମୁଡା ଘଟଣା ଭାବି ପୋଷ୍ଟ ମର୍ଟମ କରିଥିବା ଡାକ୍ତର କାହାରି ବି ଭିସେରା ସାମ୍ପୁଲ ସଂଗ୍ରହ କରିନଥିଲେ । ପୋଲିସ ମଧ୍ୟ ଏକ ସାଧାରଣ ସାପ କାମୁଡା ଦୁର୍ଘଟଣା ବୋଲି ଭାବି ନେଇଥିଲେ । ତେବେ ଦୁଇ ଦିନ ପରେ ମୃତ ମହିଳାଙ୍କ ବାପା ଜ୍ବାଇଁଙ୍କ ବିରୋଧରେ ଝିଅ ଏବଂ ନାତୁଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଥିଲେ । କବିସୂର୍ଯ୍ୟନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା ସତ, କିନ୍ତୁ ଭିସେରା ସାମ୍ପୁଲ ଅଭାବରୁ ଅଧିକ କିଛି କରିପାରିନଥିଲା । ପ୍ରାୟ ଦେଢ ମାସ ଅନ୍ଧାରରେ ବାଡି ବୁଲେଇବା ପରେ କୌଣସି ଅଗ୍ରଗତି ହୋଇ ନପାରିବାରୁ କବିସୂର୍ଯ୍ୟନଗର ଥାନା ଅଧିକାରୀ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସେଇ ମାମଲାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ସ୍ନେକ ହେଲ୍ପଲାଇନର ଏକ ୬ ଜଣିଆ ଟିମ ଅଭିଯୁକ୍ତଙ୍କ ଘରକୁ ଯାଇ ଅନୁସନ୍ଧାନ କରିଥିଲା । ପରେ ପୋଲିସକୁ ଉପାଦେୟ ତଥ୍ୟ ପ୍ରମାଣ ଯୋଗେଇ ଦେଇଥିଲେ । ଏହାପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଅପରାଧ ଟ୍ରେଣ୍ଡରେ ସର୍ପ ଷଡଯନ୍ତ୍ର

ତେବେ ଏଭଳି ଅପରାଧ ଓଡ଼ିଶାରେ ଆଗରୁ ମଧ୍ୟ ଘଟିଛି । ୨୦୧୨ ମସିହାରେ ବ୍ରହ୍ମପୁରରେ ଜଣେ ମହିଳାଙ୍କୁ ନାଗ ସାପ ବିଷ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । କିନ୍ତୁ ପରେ ସେମାନେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ଏଭଳି ଅପରାଧ ଦେଶରେ ଏବଂ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଅପରାଧରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ସଠିକ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ସାମ୍ପୁଲ ସଂଗ୍ରହ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ କେରଳରେ ଏକ ମାମଲାରେ ଭିସେରା ସାମ୍ପୁଲ ପରୀକ୍ଷାରୁ ଅଭିଯୁକ୍ତ ସ୍ବାମୀ ନିଜ ସ୍ତ୍ରୀକୁ ନାଗ ସାପ କାମୁଡେଇବା ପୂର୍ବରୁ ନିଶା ଔଷଧ ଖାଇବାକୁ ଦେଇଥିବା ଜଣାପଡିଥିଲା । କେରଳ ମାମଲାରେ ଅଭିଯୁକ୍ତ ସ୍ଵାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କିନ୍ତୁ କବିସୂର୍ଯ୍ୟନଗରରେ ମାଆ ଓ ଝିଅଙ୍କର ହତ୍ୟା ଘଟଣାରେ ନାଗ ସାପ କାମୁଡାରେ ମୃତ୍ୟୁ ପୂର୍ବରୁ ନିଦ ନଭାଙ୍ଗିବା ପାଇଁ ସେହିପରି କିଛି ନିଶା ଔଷଧ ବ୍ୟବହାର ସନ୍ଦେହ କରାଯାଉଛି । ପୋଷ୍ଟମର୍ଟମ କରିଥିବା ଡାକ୍ତର ଭିସେରା ସାମ୍ପୁଲ ରଖିନଥିବାରୁ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ବୋଲି ଶୁଭେନ୍ଦୁ କହିଛନ୍ତି ।

ସେ ଆହୁରି କହିଛନ୍ତି, "କେନ୍ଦ୍ର ସରକାରଙ୍କ ମେଡିକୋ-ଲିଗାଲ ଗାଇଡଲାଇନ୍‌ରେ ପୋଷ୍ଟମର୍ଟମ କରୁଥିବା ମେଡିକାଲ ଅଫିସରଙ୍କ ପାଇଁ ସାପ କାମୁଡା ମାମଲାରେ ଭିସେରା ସାମ୍ପୁଲ ସଂଗ୍ରହ କରିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ କବିସୂର୍ଯ୍ୟନଗର ମାମଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଭିସେରା ସାମ୍ପୁଲ ସଂଗ୍ରହ କରିବାରେ ବିଫଳ ହୋଇଥିଲେ ଆଇପିସିର ଧାରା ୨୦୧ ଅନୁଯାୟୀ ମେଡିକାଲ ଅଫିସରଙ୍କୁ ୭ ବର୍ଷ ଯାଏଁ ଜେଲ ଦଣ୍ଡର ପ୍ରାବଧାନ ରହିଛି । ସାପ କାମୁଡେଇ ଯଦି କାହାକୁ ହତ୍ୟା କରାଯାଇଥିବ ଏବଂ ମାମଲାଟି କେହି ଜାଣିପାରିନଥିବେ ତେବେ ଓସଡମା ତରଫରୁ ତାଙ୍କର ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯାଇଥିବ । ତେଣୁ ଓସଡମାର ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ ଏବଂ ରାଜ୍ୟର ସ୍ନେକ ବାଇଟ ନୋଡାଲ ଅଫିସର ଡାକ୍ତର ସୁରଜିତ ଗରାବଡୁଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ସାପ ଛାଡ଼ି ସ୍ତ୍ରୀ-ଝିଅଙ୍କୁ ହତ୍ୟା ଘଟଣା, ଗଞ୍ଜାମ DFOଙ୍କୁ ତଦନ୍ତ ନିର୍ଦ୍ଦେଶ

ତେଣୁ ଏ ଭଳି ସାପ ବା ବିଷ ପ୍ରୟୋଗ କରି ଅପରାଧ ରୋକିବା ପାଇଁ ପୋଷ୍ଟ ମର୍ଟମ କରିବା ବେଳେ ରାଜ୍ୟର ମେଡିକାଲ ଅଫିସର ମାନେ ଭିସେରା ସାମ୍ପୁଲ ସଂଗ୍ରହ କରିବା ବାଧ୍ୟତାମୂଳକ ଓ କରିବା ଆବଶ୍ୟକ । ଏଥିପାଇଁ ରାଜ୍ୟର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ରଙ୍କୁ ଇମେଲ ଜରିଆରେ ପତ୍ର ଲେଖିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଶୁଭେନ୍ଦୁ କହିଛନ୍ତି, "କବିସୂର୍ଯ୍ୟନଗରରେ ସ୍ନେକ ହେଲ୍ପଲାଇନ ଯଦି ପୋଲିସକୁ ସହାୟତା କରିନଥାନ୍ତା, ତଦନ୍ତ ବିଫଳ ହୋଇଥାନ୍ତା । ଅଭିଯୁକ୍ତ ସ୍ଵାମୀ ନିଜ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରି ଓସଡମା ଠାରୁ ୮ ଲକ୍ଷ ମଧ୍ୟ ହାତେଇବାରେ ସଫଳ ହୋଇଥାଆନ୍ତା । ତେବେ ପୋଷ୍ଟମର୍ଟମ ବେଳେ ଭିସେରା ସାମ୍ପୁଲ ରଖିବାରେ ଡାକ୍ତର ବିଫଳ ହେଲେ କୋର୍ଟରେ ମାମଲା ଦୁର୍ବଳ ହେଇଯିବାର ଯଥେଷ୍ଟ ସମ୍ଭାବନା ଥାଏ ।" ରାଜ୍ୟ ଫରେନସିକ୍‌ ଲାବୋରେଟୋରିରେ ସାପ କାମୁଡା ମୃତ୍ୟୁ ମାମଲାର ଭିସେରା ସାମ୍ପୁଲର ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସୁନିଶ୍ଚିତ କରିବା ପାଇଁ ମଧ୍ୟ ଶୁଭେନ୍ଦୁ ଚିଠିରେ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.