ETV Bharat / state

ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରୀ, 6 ଜଣଙ୍କୁ ଗିରଫ କଲା ପୋଲିସ - Supari to kill pharmacist

author img

By ETV Bharat Odisha Team

Published : Jun 23, 2024, 2:18 PM IST

Supari to kill pharmacist: ଷ୍ଟେଣ୍ଟ ଓ ବେଲୁନ ଯୋଗାଣକୁ ନେଇ ଫାର୍ମାସିଷ୍ଟଙ୍କୁ ସୁପାରି ଦେଇ ମରଣାନ୍ତଙ୍କ ଆକ୍ରମଣ । 6 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

SUPARI TO KILL PHARMACIST
SUPARI TO KILL PHARMACIST (ETV BHARAT ODISHA)

କଟକ: ଏସସିବି ସେଣ୍ଟ୍ରାଲ ଷ୍ଟୋରରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ମରଣାନ୍ତଙ୍କ ଆକ୍ରମଣ । ଜୀବନରୁ ମାରିଦେବାକୁ ଦିଆୟାଇଥିଲା ସୁପାରୀ । ଅଳ୍ପକେ ବର୍ତ୍ତିଗଲା ଫାର୍ମାସିଷ୍ଟଙ୍କ ଜୀବନ । ଏହି ଘଟଣାରେ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ ମୁଖ୍ୟ ଅଭିଯୁକ୍ତ ଓ଼ ତାଙ୍କ ସହଯୋଗୀ ସହିତ ୪ଜଣ ସୁପାରୀ କିଲରଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ସବୁଠାରୁ ବଡ଼ କଥା ହେଉଛି କି ଏହି ଘଟଣା ଘଟାଇବା ପାଇଁ କିଲରଙ୍କୁ ମୁଖ୍ୟ ଅଭିଯୁକ୍ତ ୪୦ ହଜାର ଟଙ୍କା ଦେଇଥିଲା । ଏନେଇ ପୋଲିସ ସୂଚନା ଦେବା ସହ ଅଧିକ ତଦନ୍ତ ଜାରି ରଖିଛି । ଭୟରେ ପରିବାର ସହ ପୀଡିତ ଜଣଙ୍କ ବ୍ରହ୍ମପୁର ଚାଲିଯାଇଥିବା ଜଣାପଡିଛି । ଏସସିବି ମେଡିକାଲ ସେଣ୍ଟ୍ରାଲ ଷ୍ଟୋରରେ କାର୍ଯ୍ୟରତ କର୍ମଚାରୀ ହେଉଛନ୍ତି ବିଶ୍ଵମ୍ବର ଭୋଳ ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦବ୍ୟ ରଙ୍କନ ମହାନ୍ତି ଓ ତାଙ୍କ ଶଳା ଦିନେଶ ମହାନ୍ତି । ଉଭୟ ମିଶି ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ୪ ଜଣ ସୁପାରୀ କିଲରଙ୍କୁ ଦେଇଥିଲେ ୪୦ ହଜାର ଟଙ୍କା । ଗତ ୧୨ ତାରିଖରେ ଡିଲ ଫାଇନାଲ ହୋଇଥିଲା । ସୁପାରି କିଲର ଦିବ୍ୟଙ୍କ ସୂଚନା ମୁତାବକ, ଏସସିବି ନିକଟରେ ପହଞ୍ଚି ବିଶ୍ୱମ୍ଭରଙ୍କୁ କରିଥିଲେ ମରଣାନ୍ତକ ଆକ୍ରମଣ । ଏଥିରେ ତାଙ୍କର ଗୋଡ଼ ୩ ଖଣ୍ଡ ହୋଇଯାଇଥିବା ବେଳେ ଦୁଇ ହାତରେ ଲାଗିଥିଲା ଶକ୍ତ ଆଘାତ । ଏନେଇ ଫାର୍ମସିଷ୍ଟଙ୍କ ପରିବାର ଲୋକେ ଗତ 12 ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ଏବଂ ତାର ସହଯୋଗୀ ସମେତ ୪ ଜଣ ସୁପାରୀ କିଲରକୁ ଗିରଫ କରିବା ସହିତ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ସଇତାନ ସାଜିଲା ପୁଅ, ବାପାକୁ ହତ୍ୟା ନେଇ ସନ୍ଦେହ, ମଆ ଏବେବି ନିଖୋଜ - Son Killed his Father and Mother

କାହିଁକି ଫାର୍ମାସିଷ୍ଟକୁ ହତ୍ୟା ପାଇଁ ଦିଆଯାଇଥିଲା ସୁପାରୀ ?

ଏସସିବି ବଡ଼ ମେଡିକାଲ ସେଣ୍ଟ୍ରାଲ ଷ୍ଟୋରକୁ ହୃଦ ରୋଗ ପାଇଁ ବ୍ୟବହୃତ ଷ୍ଟେଣ୍ଟ ଓ ବେଲୁନ ଯୋଗାଣକୁ ନେଇ ଫାର୍ମାସିଷ୍ଟଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କର ଶତ୍ରୁତାର ସୂତ୍ରପାତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମେଡିକାଲ କାଠଗୋଲା ରୋଡ଼ରେ ଥିବା ଦିବ୍ୟତେଜ ଫାର୍ମା ଏସସିବିକୁ ମେଟ୍ରୋନିକ୍ସ କମ୍ପାନୀ ସମେତ ୩ଟି କମ୍ପାନୀର ଷ୍ଟେଣ୍ଟ ବେଲୁନ ଆଦି ଯୋଗାଣ ପାଇଁ ଟେଣ୍ଡର ପାଇଥିଲା । ତେବେ ଗତ କିଛି ମାସ ହେବ ମେଟ୍ରୋନିକ୍ସର ସରଞ୍ଜାମ ଯୋଗାଣ ଅର୍ଡର ଅପେକ୍ଷାକୃତ କମ ଆସୁଥିଲା । ଏଥିପାଇଁ କେଉଁଠିନା କେଉଁଠି ଷ୍ଟୋର ଫାର୍ମାସିଷ୍ଟ ବିଶ୍ୱମ୍ଭର ଭୋଲକୁ ଦୋଷୀ ଭାବିବା ସହିତ ପ୍ରତିଶୋଷ ପରାୟଣ ହୋଇ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଥିଲା ମୁଖ୍ୟ ଅଭିଯୁକ୍ତ ଦବ୍ୟ ରଙ୍କନ । ଶାଳକକୁ ସାଥି କରି ସୁପାରୀ କିଲର ରଞ୍ଜନ ବେହେରା, ମୁନା ମାଇକେଲ ଓରଫ ଅବିନାଶ ମହାରଣା, ଚନ୍ଦନ ସେନାପତି, ବି ସାମଲକୁ ୪୦ ହଜାର ଦେଇ ହତ୍ୟାକାଣ୍ଡ ପାଇଁ ଯୋଜନା କରିଥିଲେ । ଯାହା ପଣ୍ଡ ହୋଇଛି । ତେବେ ପୀଡିତ ବିଶ୍ୱମ୍ଭର ଆହତ ଅବସ୍ଥାରେ ଭୟଭୀତ ହୋଇ ବ୍ରହ୍ମପୁର ଚାଲିଯାଇଥିବା ସୂଚନା ମିଳିଛି।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.