ETV Bharat / state

କମ୍ପାନି ମାଲିକ ସିମ ବକ୍ସ ମାଷ୍ଟରମାଇଣ୍ଡ: ଭାରତର 2 ରାଜଧାନୀରେ ବିଛାଇଥିଲା ଜାଲ, ଢାକାରୁ ସ୍ମାର୍ଟ ସ୍ବିଚରେ କରୁଥିଲା ଅପରେଟ୍ - SIM Box Racket

author img

By ETV Bharat Odisha Team

Published : Aug 22, 2024, 10:53 PM IST

SIM Box Racket: ଧୀରେ ଧୀରେ ଫିଟୁଛି ସିମ ବକ୍ସର ଗୁମର । ଓଡ଼ିଶା ଓ ଝାଡଖଣ୍ଡରେ ସିମବକ୍ସ ଲଗାଇଥିଲା ଅଭିଯୁକ୍ତ । ବାଂଲାଦେଶୀ ସନ୍ଦିଗ୍ଧ ଆଶାଦୁର ଜମାନର ଫଟୋ ସାମ୍ନାକୁ ଆସିଥିବାବେଳେ ସେ ଏକ ସଫ୍ଟଓୟାର କମ୍ପାନି ମାଲିକ ହୋଇଥିବା ଜଣାପଡ଼ିଛି । କେମିତି ପୋଲିସକୁ ଚକମା ଦେଉଥିଲା ? ପଢନ୍ତୁ

SIM Box Racket
SIM Box Racket (ETV Bharat Odisha)

ଭୁବନେଶ୍ବର: ଭାରତରେ ସିମ୍ ବକ୍ସ ନେଟୱାର୍କ ଚଳାଉଥିଲା ବାଲାଂଦେଶୀ । ଏହି ଷଡ଼ଯନ୍ତ୍ରର ଗୁମର ଖୋଲିବା ପରେ ଧୀରେ ଧୀରେ ସିମବକ୍ସ ନେଟୱାର୍କ ଉପରୁ ପରଦା ଉଠୁଛି । ବାଂଲାଦେଶରେ ଥାଇ ଓଡ଼ିଶା ଓ ଝାଡଖଣ୍ଡରେ ସିମବକ୍ସ ଲଗାଇଥିଲା ଅଭିଯୁକ୍ତ । ଆଉ କିଛି ଖାସ୍ ସହଯୋଗୀଙ୍କ ଜରିଆରେ ଅପରେଟ କରୁଥିଲା ସିମ ବକ୍ସ ନେଟୱର୍କ । ବାଂଲାଦେଶୀ ସନ୍ଦିଗ୍ଧ ଆଶାଦୁର ଜମାନର ଫଟୋ ଏବେ ସାମ୍ନାକୁ ଆସିଛି । ସେ ଏକ ସଫ୍ଟଓୟାର କମ୍ପାନି ମାଲିକ ସହ ଉଚ୍ଚ ଶିକ୍ଷିତ ହୋଇଥିବା ଜଣାପଡ଼ିଛି ।

SIM Box Racket (ETV Bharat Odisha)

ତଦନ୍ତରେ ଟେଲିକମ ବିଭାଗର ଏଣ୍ଟ୍ରି:

SIM Box Racket
SIM Box Racket (ETV Bharat Odisha)

ପୋଲିସ କମିଶନର କହିଛନ୍ତି, "ରାଞ୍ଚିରେ ରେଡ ପରେ‌ ଏଯାବତ କଟକ ଭୁବନେଶ୍ବର ଓ ରାଞ୍ଚି ଆଦି 3 ଟି ସ୍ଥାନରୁ ମୋଟ ୧୭ଟି ସିମବକ୍ସ ଓ ୬୭୮ଟି ଆକ୍ଟିଭ ସିମ ସହ 3 ଟି ମୋଡେମ ଜବତ କରଯାଇଛି । କିଛି ସିମର କଲ ରେକର୍ଡ ଆସିଛି । ଯାହା ଆଧାରରେ ପୋଲିସ ତର୍ଜମା କରୁଛି । କିନ୍ତୁ ରାଜୁ ମଣ୍ଡଳର ସହଯୋଗ ନେଇଥିବା ବାଂଲାଦେଶୀ ସନ୍ଦିଗ୍ଧ ଆଶାଦୁର ଜମାନର କିଛି ତଥ୍ୟ ପୋଲିସ ପାଇଛି । ସେ ସଫ୍ଟଓୟାର କମ୍ପାନି ହାଇଟେକ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା । ଏପରିକି ତା'ର ଫ୍ୟାସନ ଟେକ୍ନୋଲୋଜି ନାମକ ସଂସ୍ଥା ମଧ୍ୟ କରିଛି । ତେବେ ପୋଲିସ ହାତରେ ଅଭିଯୁକ୍ତର ଫଟୋ ଲାଗିଛି । ତଦନ୍ତରେ ଟେଲିକମ ବିଭାଗର ସାମିଲ ହୋଇଥିବାବେଳେ କେଉଁ ଉଦ୍ଦେଶ୍ୟରେ ସିମ ବକ୍ସ ଅପରେଟ ହେଉଥିଲା ସେନେଇ ଖୋଳତାଡ ଚାଲିଛି ।

ସଫ୍ଟଓୟାର କମ୍ପାନି ମାଲିକରୁ ସିମବକ୍ସ ସନ୍ଦିଗ୍ଧ:
ବାଂଲାଦେଶୀ ସନ୍ଦିଗ୍ଧ ଅଶାଦୁର ଜମାନର ସିମବକ୍ସ ନେଟୱର୍କ ସାମ୍ନାକୁ ଆସିବା ପରେ କେଉଁ ଉଦ୍ଦେଶ୍ୟରେ ସେ ଏହି କାରବାର କରୁଥିଲା ତାହାକୁ ନେଇ ଚାଲିଛି ଖୋଳତାଡ଼ । ଜଣେ ସଫ୍ଟଓୟାର କମ୍ପାନିରର ମାଲିକ ହୋଇ କାହିଁକି ସେ ଭାରତରେ ଏହି ବଡ଼ ଧରଣର ଷଡ଼ଯନ୍ତ୍ର ପ୍ଲାନ କରିଛି ? ଏହା ଭାରତର ପାଇଁ ବିପଦ ନୁହେଁ ତ ? ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।

SIM Box Racket
SIM Box Racket (ETV Bharat Odisha)

ସ୍ମାର୍ଟ୍ ସ୍ବିଚ୍ ଅପରେଟ୍:
ଭୁବନେଶ୍ୱର ଓ ଝାଡଖଣ୍ଡର ରାଞ୍ଚିରେ ବ୍ୟବହାର ହେଉଥିବା ସିମ ବକ୍ସକୁ ଏକ ସ୍ମାର୍ଟ ସ୍ବିଚ୍ ଜରିଆରେ ଲଗାଯାଇଥିଲା । ଯାହାକୁ ସିମ ଜରିଆରେ ସେ ସବୁ ସିମ ବକ୍ସକୁ ଅନ ଓ ଅଫ କରାଯାଉଥିଲା । ନିଜେ ଏଭଳି ସ୍ମାର୍ଟ ସ୍ବିଚ୍ ଜରିଆରେ ବାଂଲାଦେଶରୁ ଥାଇ ମଧ୍ୟ ଭାରତରେ ସିମବକ୍ସ ଅପରେଟ କରୁଥିଲା । ଟେକ୍ନୋଲୋଜି ଓ ବିଚକ୍ଷଣ ବିଦ୍ୟା ବ୍ୟବହାର କରି ସେ ଏଭଳି ଏକ ଉପାୟ ବାଛିଥିଲା । ଭୁବନେଶ୍ୱର ଓ ରାଞ୍ଚି ଦୁଇଟି ରାଜ୍ୟର ରାଜଧାନୀ ଥିବାରୁ ପୋଲିସ ସକ୍ରିୟ ଥିବ, ତେଣୁ ଧରା ପଡ଼ିଯିବା ଭୟରେ ସେ ସ୍ମାର୍ଟ ସ୍ବିଚ୍ ବ୍ୟବହାର କରୁଥିଲା ବୋଲି ପୋଲିସ ସନ୍ଦେହ କରୁଛି ।

ଟେଲିକମ ବିଭାଗ ଖୋଜୁଛି କଲ ରେକର୍ଡ:
ତଦନ୍ତରେ ଏଣ୍ଟ୍ରି ମାରିଛି ଡିଓଟି ବା ଡଟ୍ ଡିପାର୍ଟମେଣ୍ଟ ଅଫ ଟେଲିକମ ଅପରେଟର । ଜବତ ସିମ କାର୍ଡରୁ କଲ ଡିଟେଲ ଓ ମେସେଜ ହିଷ୍ଟ୍ରିରୁ ସେସବୁ କଲ କେଉଁଠୁ ଆସୁଥିଲା ଓ କଲ କାହା ପାଖକୁ ଯାଉଥିଲା ସେନେଇ ତଦନ୍ତ କରିଛି । ଏପରିକି ଇଣ୍ଟନେଟ୍ ଯୋଗାଇଥାବା ଟେଲିକମ ଅପରେଟରମାନଙ୍କଠାରୁ କିଭଳି ଭିଓଆଇପି କଲ ସବୁ ବାହାରୁ ଆସୁଥିଲା ଓ ଏଠାରେ‌ ଲୋକାଲ କଲ ଭାବେ ଜେନେରେଟର ହେଉଥିଲା ତାହାର ଖୋଳତାଡ ଚାଲିଛି । ଏସବୁ ସିମର କନେ୍କସନ ଓ ନେଟୱର୍କ ଅପରେଟର କିଭଳି ନିୟମ ଉଲ୍ଲଙ୍ଘନ କରୁଥିଲେ ସେନେଇ ମଧ୍ୟ ତଦନ୍ତ ଚାଲିଛି ।

ଏହା ବି ପଢନ୍ତୁ...ଖୋଜା ପଡ଼ିଛି ସିମ ବକ୍ସର ଆତଙ୍କୀ ଲିଙ୍କ; ଭୁବନେଶ୍ବରରେ NIA ଟିମର ଛାନଭିନ୍, ରାଜୁ ମଣ୍ଡଳକୁ ଚାଲିଛି ଜେରା - SIM Box racket

ଭିସା ନେଇ ଭୁବନେଶ୍ୱର ଆସିଥିଲା ଆଶାଦୁର:
ଆଶାଦୁର ଜମାନ ଭିସା ନେଇ ଭାରତୀୟ ସୀମାରେ ପ୍ରବେଶ କରି ଭାରତର ବିଭିନ ସ୍ଥାନ ବୁଲିଥିବା ନେଇ ଖୋଳତାଡରୁ ଜଣାପଡ଼ିଛି । ଗୌହ୍ୱାଟୀ, କୋଲକାତା ଦେଇ ସେ ଭୁବନେଶ୍ୱର ଓ କଟକ ମଧ୍ୟ ଆସିଥିବା ଜଣାପଡ଼ିଛି । ଏପରିକି ଭୁବନେଶ୍ୱରର ଯେଉଁ ହୋଟେଲରେ ରହିଥିଲା ସେଠାରେ ସେ ନିଜର ତଥ୍ୟ ଦେଇ ହୋଟେଲରେ ରହିଥିଲା । ତେଣୁ ସମ୍ପୃକ୍ତ ହୋଟେଲରେ ମଧ୍ୟ ତନାଘନା କରିଛି କମିଶନରେଟ୍ ପୋଲିସ । ଭିସାରେ ଆସି ବେଆଇନ କାର୍ଯ୍ୟ କରିବା ସତ୍ତ୍ବେ ମଧ୍ୟ କିଭଳି ସେ ପୋଲିସ ରାଡାରକୁ ଆସିନଥିଲା ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.