ETV Bharat / state

ସ୍ମାର୍ଟସିଟିରେ ସିମ ବକ୍ସ ନେଟୱାର୍କ: ଭଡାଘରୁ ଠାବ, ଜାଣନ୍ତୁ ଏହା କଣ ? କେଉଁ କାମରେ ହୁଏ ବ୍ୟବହାର - SIM Box Racket Busted

author img

By ETV Bharat Odisha Team

Published : Aug 16, 2024, 3:40 PM IST

SIM Box Racket busted: ଲକ୍ଷ୍ମୀସାଗରରୁ ଠାବ ହେଲା ସିମ ବକ୍ସ । ଜଣେ ସନ୍ଦିଗ୍ଧଙ୍କ ଘରୁ 7ଟି ସିମ ବକ୍ସ ଠାବ କରିଛି କମିଶନରେଟ ପୋଲିସ । ପଢନ୍ତୁ ପୁରା ଖବର

SIM Box Racket busted
SIM Box Racket busted (ETV Bharat Odisha)

ଭୁବନେଶ୍ବର: ରାଜଧାନୀରୁ ଠାବ ହେଲା ସିମ ବକ୍ସ । ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଜଣେ ସନ୍ଦିଗ୍ଧ ଘରୁ 7ଟି ସିମ ବକ୍ସ ଠାବ କରିଛି କମିଶନରେଟ ପୋଲିସ । 7ଟି ସିମ ବକ୍ସ ସହ କିଛି ସନ୍ଦିଗ୍ଧ ସାମଗ୍ରୀ ମଧ୍ୟ ଠାବ ହୋଇଛି । ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

ରାଜଧାନୀରେ ସନ୍ଦିଗ୍ଧ ବ୍ୟକ୍ତି ଘରୁ ମିଳିଲା ସିମ ବକ୍ସ (ETV Bharat Odisha)

ଲକ୍ଷ୍ମୀ ସାଗର ଅଞ୍ଚଳରୁ ସିମ ବକ୍ସ ଠାବ:

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କେଶୁରା ମଙ୍ଗରାଜ ପଏଣ୍ଟ ନିକଟରେ ଏଭଳି ଘର ଠାବ ହୋଇଛି । ପାଖରେ ଥିବା ମହାଦେବ ନଗରର ପ୍ଲଟ ନମ୍ବର 2159/7010 ଘରେ ଚାଲିଥିଲା ଏହି କାରବାର । ଏପରିକି ଦୁଇଟି ବେଡ଼ରୁମ ଓ ଏକ ହଲ ଥିବା 2 ବିଏଚକେ ଘର ଭଡ଼ା ନେଇ ଭିତରେ ଚାଲିଥିଲା ଏଭଳି ସନ୍ଦିଗ୍ଧ କାର୍ଯ୍ୟକଳାପ । ପାଖରେ କେହି ପଡୋଶି ନଥିବା ବେଳେ ନିଛାଟିଆ ସ୍ଥାନ ଦେଖି ଏଭଳି ଘର ଭିତରେ ଚାଲିଥିଲା କାରବାର । ଏନେଇ ରେଡ ବେଳେ ପୋଲିସ ଏକ କାଠରେ ତିଆରି ଆଲମାରି ବା ରାକରେ ସାତୋଟି ସିମ ବକ୍ସକୁ ଗୋଟିଏ ପରେ ଗୋଟିଏ ଥାକରେ ରଖାଯାଇ ଅପରେଟ କରାଯାଉଥିବା ଦେଖିବାକୁ ପାଇଥିଲେ। ତେବେ ଏହି ସିମ ବକ୍ସରେ ମଧ୍ୟ କିଛି ସିମକାର୍ଡ ପଡିଥିଲା ପାଖାପାଖି 500ରୁ ଊର୍ଦ୍ଧ୍ବ ସିମକାର୍ଡ ଯାହାକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଏହି ସିମ ବକ୍ସ ଏଭଳି ଏକ ସ୍ଥାନରେ ଭଡ଼ା ନେଇ ସନ୍ଦିଗ୍ଧ ଯୁବକ ଜଣଙ୍କ କେଉଁ କାରବାର କରୁଥିଲେ ।

ସାଇଣ୍ଟିଫିକ ଖୋଜିଲା ଡିଜିଟାଲ ପ୍ରମାଣ:

ଏହି ଘଟଣା ପରେ ପୋଲିସର ସାଇବର ଫରେନ୍ସିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ଯାଞ୍ଚ କରିଛନ୍ତି । ଏନେଇ ବ୍ୟବାହର‌ କରୁଥିବା ଡିଭାଇସ୍ ବା ମେସିନକୁ ଜବତ କରିଛନ୍ତି । ବ୍ୟବହାର‌ ହୋଇଥିବା ବିଭିନ୍ନ ଅପରେଟର ସିମକାର୍ଡ ମଧ୍ୟ ଜବତ କରାଯାଇଛି । ଏପରିକି ଏହି ସବୁ ସିମକାର୍ଡର MSN ନମ୍ବର ସବୁ ସଂଗ୍ରହ କରଯାଇଛି (ସିମ ରେ ଲେଖାଯାଇଥିବା 11ଟି ନମ୍ବର )ଯାହାକୁ ଟେଲିକମ ଅପରେଟରକୁ ପଠାଇ ସେସବୁର ମୋବାଇଲ୍ ନମ୍ବରକୁ ଠାବ ସହ ସେସବୁ ସିମକାର୍ଡରୁ ଯାଇଥିବା କଲ ରେକର୍ଡ ଟ୍ରାକ ପାଇଁ ପ୍ରୟାସ ଜାରି ରଖିଛି । ଏଥିସହ ସବୁ ଡିଭାଇସ୍ ଗୁଡିକର ସିରିୟଲ ନମ୍ବର ଓ ଅନ୍ୟାନ୍ୟ ଆପତ୍ତି ଜନକ ଜିନିଷ ମଧ୍ୟ ରାଉଟର ସବୁ ସିଜ କରିଛି । ଏପରିକି ଯଦି ସଠିକ ଭାବେ ଟେଲିକମ ଏକ୍ସପର୍ଟ ଦ୍ବାରା ଏସବୁ ଜିନିଷ ଜବତ କରାନଯାଏ । ତାହାଲେ କୋର୍ଟରେ ପ୍ରମାଣ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପାରେ ପୋଲିସକୁ ।

STD କଲ ପାଇଁ ଠକୁଥିବା ସନ୍ଦେହ:

ରୋମିଂ ଚାର୍ଜରୁ ବର୍ତ୍ତିବା ପାଇଁ ଏଭଳି ବ୍ୟବସ୍ଥିତ ଢଙ୍ଗରେ ଏମାନେ ହୁଏତ ଚଲାଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଏହି ସିମବକ୍ସ ଅପରେଟ କରୁଥିବା ଲୋକ ସେମାନଙ୍କ ଜାଣତରେ କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ପାଇଁ ଏପରି ସିମ ବକ୍ସର ବ୍ୟବସାୟ କରୁଥାଇ ପାରନ୍ତି । ଅର୍ଥାତ୍ ଯେଉଁ ଲୋକମାନଙ୍କରର ନିକଟ ସମ୍ପର୍କୀୟ ମାନେ ଦେଶ ବାହାରେ ରହୁଥିବେ । ସେମାନଙ୍କର ବାରମ୍ବାର ଫୋନ କଲ ଭାରତ ବା ଓଡ଼ିଶାକୁ ଆସୁଥିବ । ସେମାନଙ୍କ ପାଇଁ ଏହା ଏକ ସହଜ ମାଧ୍ୟମ ଥିଲା । ଯାହାକୁ କଲ ରାଉଟିଂ କୁହାଯାଏ ଯାହା ଦ୍ବାରା ଉଭୟ ଲାଭରେ ରହିବେ। ଦେଶ ବାହାରୁ ଫୋନ କରୁଥିବା ଲୋକଟି ସେଠାକାର କମ ଖର୍ଚ୍ଚରେ କଥା ହେବ ଓ ଏଠି ଫୋନ ରିସିଭ କରୁଥିବା ଲୋକର ଏସଟିଡି କଲର ଖର୍ଚ୍ଚାନ୍ତ କମ ହେବ। ଅର୍ଥାତ୍ ବାହାର ଫୋନ କଲ ରିସିଭ କରିବ ପାଇଁ ଯେଉଁ ଖର୍ଚ୍ଚ ଦେବାକୁ ଟେଲିକମ ଅପରେଟରକୁ ତାହା ଆମର ସାଧାରଣ ତ କଲ ଠାରୁ ଢେର୍ ଗୁଣା ଅଧିକ ଥାଏ । ତେଣୁ ଏଭଳି କଲ ରେଟର ଖର୍ଚ୍ଚାନ୍ତରୁ ବର୍ତ୍ତିବାକୁ ଏଭଳି ଉପାୟରେ କିଛି ଲୋକ ଏହାର ଜରିଆରେ ବ୍ୟବହାର‌ କରୁଥାଇ ପାରନ୍ତି। ଅର୍ଥାତ୍ ସେମାନେ ତାଙ୍କ ଘରେ ତାଙ୍କ ମୋବାଇଲରେ କଥା ହେବେ କିନ୍ତୁ ଏମାନଙ୍କ ସିମ ବକ୍ସ ଜରିଆରେ। ଫଳରେ ଟେଲିକମ ଅପରେଟର ମାନଙ୍କ କଲ ରେଟ ଖର୍ଚ୍ଚାନ୍ତରୁ ବର୍ତ୍ତିବାକୁ ଏହା ଏକ ଚୋରା ‌ବାଟ । ଯାହାଦ୍ବାରା ସରକାରଙ୍କର ରାଜସ୍ବ କ୍ଷତି ହୁଏ ଓ ଟେଲିକମ ଅପରେଟର ମଧ୍ୟ ନିଜର ସଠିକ ରେଟ ର ମୂଲ୍ୟ ପାଏ ନାହିଁ। ଏହା ଏକ କଲ ଦରଦାମ୍ ଚୋରା ବାଟ ବୋଲି ପୋଲିସ ସନ୍ଦେହ କରୁଛି। ଅନେକ ବାହାର ଦେଶରେ ଏସଟିଡି କଲ ରେଟ ଢେର୍ ଗୁଣା ଅଧିକ ଥାଏ । ଏଠାରେ‌ଲୋକ କଲ ରିସିଭ କଲେ ମଧ୍ୟ ଖର୍ଚ୍ଚାନ୍ତ ପଡେ। ଏପରିକି ଏଥିରୁ ବର୍ତ୍ତିବାକୁ ହ୍ବାଟସପ ବା ଅନଲାଇନ କଲ ମାଧ୍ୟମ ଥିଲେ ମଧ୍ୟ ଦୁବାଇ ଓ ଆରବ ଭଳି ଦେଶରେ ଅନଲାଇନ କଲ ଉପରେ ପ୍ରତିବନ୍ଧକ ରହିଛି । ତେଣୁ ଟେଲିକମ କମ୍ପାନିର ରେଟରୁ ଖର୍ଚ୍ଚରୁ ମୁକ୍ତି ପାଇଁ ଏଭଳି ବାଟ ବାଛି ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ଟେରର ଲିଙ୍କ ଓ ସାଇବର ଠକାମି ମଧ୍ୟ ସନ୍ଦେହ:

ହାୱଲା କାରବାର ପାଇଁ ଏଭଳି ବାଟ ବାଛନ୍ତି ଠକ । ଅନ୍ୟପଟେ ପୂର୍ବରୁ ଅନେକ ଥର ଏଭଳି ସିମ ବକ୍ସ ଜବତର ନଜିର ରହିଛି । ତେଣୁ ପୁର୍ବରୁ ସିମ ବକ୍ସ ଘଟଣାରେ ଟେରର ଲିଙ୍କ ମଧ୍ୟ ସାମ୍ନାକୁ ଆସଥିଲା ତେବେ ସେନେଇ ପୋଲିସ ସ୍ପଷ୍ଟ କରିନଥିଲେ ସୁଦ୍ଧା ଯଦି ସେପରି ଥାଏ ତେବେ କିଏ ଓ କାହିଁକି କେଉଁ ସଂଗଠନ ପାଇଁ କେଉଁ ଆତଙ୍କି କାର୍ଯ୍ୟକଳାପ କରୁଥିଲା ତାହା ଏବେ ପ୍ରଶ୍ନବାଚୀ। ସେହିପରି ଏସବୁ ଉପାୟରେ ସାଇବର‌ ଠକମାନେ ମଧ୍ୟ ଠକେଇ କଲ ପାଇ ବ୍ୟବହାର‌ କରିଥାନ୍ତି । ଅର୍ଥାତ୍ ଅନେକ ସମୟରେ ଠକାମି କଲ ଗୁଡିକ ବାହାର ନମ୍ବର ଯୋଗୁଁ ଲୋକେ ସନ୍ଦେହ କରୁଥିବାରୁ ଏଭଳି ଉପାୟରେ କଲ ଆସିଲେ ଲୋକାଲ ନମ୍ବର ଭାବରେ ଲୋକଟିଏ ସନ୍ଦେହ କରିବ ନାହିଁ ବିଶ୍ବାସ କରିନେବ। ଫଳରେ ଠକଟିଏ ଦେଶ ବାହାରୁ ଥାଇ ଏଭଳି ଠକାମି କଲ କରିଥାଇପାରନ୍ତି । ଏଭଳି ସିମ ବକ୍ସ ଜରିଆରେ ସହଜରେ ଏକ ନମ୍ବର ଠାବ କରିବା ମଧ୍ୟ କଷ୍ଟକର ଥାଏ। ତେଣୁ ଏନେଇ ପୋଲିସ ତନାଘନ ଜାରି ରଖିଛି । ଯେଉଁ ସବୁ ସିମକାର୍ଡରୁ କଲ ଯାଇଥିଲା ଆସିଥିଲା ତାର ତଥ୍ୟ ଆଧାରରେ କେଉଁସ୍ଥାନକୁ କଲ ଯାଉଥିଲା ଏମାନଙ୍କ ଜରିଆରେ ସେନେଇ ପୋଲିସ ଯାଞ୍ଚ ଜାରି ରଖିଛି ।

ଭଡାଟିଆ ତଥ୍ୟ ପୋଲିସ ପାଖେ ପହଞ୍ଚୁନି:

ତେବେ ଘରର ମାଲିକ ମଧ୍ୟ କହିଛନ୍ତି, ଯେଉଁ ପିଲା ଘର ନେଇଥିଲା ସେ ତାଙ୍କୁ ତାର‌ ପରିବାର ଲୋକ ରହିବେ କହି ଘର ନେଇଥିଲା। ପରିଚୟ ପତ୍ର ମଧ୍ୟ ଦେଇଥିଲା ମାସକୁ ୮ ହଜାରରେ ନେଇଥିଲା। ଅନ୍ୟପଟେ ଏଭଳି କେଉଁ ଲୋକ କେଉଁଠି ରହୁଛନ୍ତି ତାହା ଜଣାପଡୁନାହି। ତେଣୁ ସ୍ଥାନୀୟ ଥାନା ମଧ୍ୟ ଏନେଇ ଏସବୁ ନିୟମ ମଧ୍ୟ ଥିଲେ ସୁଧା ଏହାକୁ ଲାଗୁ କରୁନାହାନ୍ତି ବା ଘର ମାଲିକଙ୍କୁ ଏନେଇ ନିୟମ ସମ୍ପର୍କରେ କଡା ତାଗିଦ କରୁନାହାନ୍ତି ।

ସିମ ବକ୍ସ କଣ ?

ଏହା ଏପରି ଏକ ମେସିନ ଯେଉଁଥିରେ ଏକାଧିକସିମ ସ୍ଲଟ ଥାଏ ବା ସିମ ପକାଇବା ଭଳି ସିଷ୍ଟମ୍ ଥାଏ। ଯାହାକୁ ବ୍ୟବହାର କରି ଗୋଟିଏ ସମୟରେ ଏକାଧିକ କଲ ଯିବ ଆସିବା ହୋଇପାରେ। ଏକାଧିକ ସିମକାର୍ଡ ପକାଇ ଏକ ସମୟରେ ଅନେକ କଲ କରିହୁଏ । ଇଣ୍ଟରନାସନାଲ କଲକୁ କନଭର୍ଟ କରି ଲୋକାଲ କଲ ଭାବେ କଲକୁ ଉଠାଇଥାନ୍ତି ବା କଲ କରିଥାନ୍ତି।

ସିମ ବକ୍ସ କଣ ଏହାକୁ କିପରି ବ୍ୟବହାର କରାଯାଏ ?

ଶହ ଶହ ସିମକୁ ନେଇ ଏକ ଡିଭାଇସ ପ୍ରସ୍ତୁତ କରାଯାଏ । ଯାହା ଦ୍ବାରା କମ ସମୟରେ ଜଣେ ଏକାଧିକ ଲୋକଙ୍କୁ ମେସେଜ ପଠାଇ ପାରିବ । ଏହି ସିମ ବକ୍ସକୁ ବ୍ୟବହାର କରି ଜଣେ ହଜାର ହଜାର ଲୋକଙ୍କୁ ମେସେଜ ପଠାଇ ପାରିବ । ଏପରିକି ଗୋଟିଏ ଘଣ୍ଟାରେ 50 ହଜାରରୁ ଊର୍ଦ୍ଧ୍ବ ମେସେଜ ପଠା ଯାଇପାରିବ ।

ପୂର୍ବରୁ ମଧ୍ୟ ଓଡିଶାରେ ଠାବ ହୋଇଥିଲା ସିମ ବକ୍ସ ରାକେଟ:

ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ରାଜ୍ୟରେ ସାଇବର ଠକ ଧରାପଡିଥିଲେ । ଯେଉଁମାନେ ଏଇ ସିମ ବକ୍ସ ବ୍ୟବହାର କରି ସାଇବର ଠକେଇ କରୁଥିଲେ । ଗତ 2022 ମସିହାରେ ମୟୂରଭଞ୍ଜର ବେତନଟୀରେ କ୍ରାଇମବ୍ରାଞ୍ଚ ଏହି ରାକେଟର ପର୍ଦ୍ଦାଫାସ କରିଥିଲା । ଏହି ରାକେଟ KYC ଅପଟେଡ ଆଳରେ ଦେଶର ବିଭିନ୍ନ ପ୍ରାନ୍ତକୁ ମେସେଜ କରି ଲୋକଙ୍କୁ ଠକେଇ କରୁଥିଲେ । ସେ ସମୟରେ ଏକାଧିକ ପ୍ରି ଆକ୍ଟିଭ ସିମ ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

ଏହା ମଧ୍ୟ ପଢନ୍ତୁ: ସାଇବର ଠକଙ୍କ ଆଡ୍ଡାରେ କ୍ରାଇମବ୍ରାଞ୍ଚ, ବନ୍ଧା ହେଲେ 6 ଠକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.