ETV Bharat / state

ଜଟଣୀରେ ପ୍ରଚାର ଆରମ୍ଭ କଲେ ସିଦ୍ଧାର୍ଥ ରାଉତରାୟ - sidharth routray Campaign

Election Campaign: ଟିକେଟ ମିଳିବା ଆଶା ନେଇ ଜଟଣୀରେ କଂଗ୍ରେସ ପାଇଁ ପ୍ରଚାର ଆରମ୍ଭ କଲେ ସିଦ୍ଧାର୍ଥ ରାଉତରାୟ । କହିଲେ ହଟିବେ ବାଲି ମାଫିଆ । ବିଜୟ ନିଶ୍ଚୟ ହେବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 3, 2024, 1:06 PM IST

sidharth routray
sidharth routray
sidharth routray

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ନେତା । ଏହି କ୍ରମରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ନିର୍ବାଚନ ଆରମ୍ଭ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ନିଜ ଗାଁ କୁଶମାଟି ଛଣଘର ଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । କଂଗ୍ରେସରୁ ବର୍ତ୍ତମାନ ସୁଦ୍ଧା ଟିକେଟ ମିଳିନଥିଲେ ହେଁ ପ୍ରଚାର ଆରମ୍ଭ କରିଛନ୍ତି । ତାଙ୍କ ବାପା ଅର୍ଥାତ ସୁର ରାଉତରାୟ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିବା ପରେ ପୁଅ ବର୍ତ୍ତମାନ ପ୍ରଚାର ଆରମ୍ଭ କରିଛନ୍ତି । କିନ୍ତୁ ଦଳ ତାଙ୍କୁ ଟିକେଟ ଦେବ କି ନାହିଁ ତାହା ଆଶା ଆଶଙ୍କାରେ ରହିଯାଇଛି ।

ସିଦ୍ଧାର୍ଥ ରାଉତରାୟ ତାଙ୍କ ସମର୍ଥକଙ୍କ ଗହଣରେ ଗାଁ ସାରା ବୁଲି ସାଧାରଣ ଲୋକଙ୍କୁ ପ୍ରଚାର ପତ୍ର ବାଣ୍ଟିଛନ୍ତି । ଏଥର ସେ ଜଟଣୀ ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବେ ଓ ତାଙ୍କୁ ଭୋଟ ଦେବା ଲାଗି ସେ ଗ୍ରାମବାସୀଙ୍କୁ ନିବେଦନ କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କୁ ସିଦ୍ଧାର୍ଥ କହିଛନ୍ତି, ଜଟଣୀ ନିର୍ବାଚନ ମଣ୍ଡଳୀ ତାଙ୍କ ପିତା ସୁରେଶ ରାଉତରାୟଙ୍କ ପାରମ୍ପରିକ ଆସନ ଓ ଏହା କଂଗ୍ରେସର ଗଡ଼ । ଗତ ନିର୍ବାଚନରେ ସାରା ରାଜ୍ୟରେ ବିଜେଡିର ହାୱା ସତ୍ତ୍ଵେ ତାଙ୍କ ପିତା ଏଠାରୁ ନିର୍ବାଚିତ ହୋଇଥିଲେ । ତାଙ୍କ ପିତା ତଥା କଂଗ୍ରେସର ପାରମ୍ପରିକ ଆସନକୁ ବଜାୟ ରଖିବା ଲାଗି ମୁଁ ଉଦ୍ୟମ କରୁଛି । ଦଳୀୟ ଟିକଟ ପାଇବା ଲାଗି ମୁଁ ପିସିସି(ପ୍ରଦେଶ କଂଗ୍ରେସ କମିଟି)କୁ ଆବେଦନ କରିଛି ।"

ଏହା ମଧ୍ୟ ପଢନ୍ତୁ: ପ୍ରଚାର ମଇଦାନରେ ମନ୍ମଥ, ଲୋକଙ୍କୁ ଆହ୍ୱାନ 'ସମୀକରଣ ବଦଳିଛି ବିଜେଡିର ବିଜୟ ସୁନିଶ୍ଚିତ' - Manmath Routray Campaign

ଦେଖିବାକୁ ଗଲେ ସିଦ୍ଧାର୍ଥ ପୂର୍ବରୁ ନିମାପଡାରୁ ଲଢ଼ିବେ ବୋଲି ଦାବି କରୁଥିଲେ । ହେଲେ ବିଜେଡି ତାଙ୍କ ସାନଭାଇଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବା ପରେ ସେ ତାଙ୍କ ମତ ବଦଳାଇଥିଲା । ଗତ ନିର୍ବାଚନରେ ଯେଭଳି କଡା ଟକ୍କର ଦେଇ ମୋ ବାପାଙ୍କୁ ବିଜୟ କରିଥିଲୁ ସେହିପରି ଜଟଣୀବାସୀ ପୁଣି ଥରେ ସେ ଆସ୍ଥା ବିଶ୍ୱାସ କଂଗ୍ରେସ ଉପରେ ରଖିବେ ବୋଲି କହିଛନ୍ତି । ସେହିପରି ଦୁଇଦିନ ଧରି ଜଟଣୀର ବିଭିନ୍ନ ଅଞ୍ଚଳରେ ବୁଲି କଂଗ୍ରେସ ପାଇଁ ପ୍ରଚାର କରିବା ସହ ବିଜେଡି ପାର୍ଥୀ ବିଭୂତି ବଳବନ୍ତରାୟଙ୍କୁ ଶାଣିତ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।

ତେବେ ସୁର ରାଉତରାୟ ନିଜ ସାନ ପୁଅ ତଥା ବିଜେଡି ସାଂସଦ ପାର୍ଥୀ ମନ୍ମଥଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବଡ ପୁଅ ସିଦ୍ଧାର୍ଥ ହଠାତ ଜଟଣୀରୁ ଲଢ଼ିବା ପାଇଁ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଗୋଟିଏ ଘରୁ ଦୁଇ ପୁଅ ଅଲଗା ଅଲଗା ଦଳ ସପକ୍ଷରେ ରହିଛନ୍ତି । ଏନେଇ ସୁରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ସିଦ୍ଧାର୍ଥ ଜଟଣୀ କଂଗ୍ରେସରୁ ପ୍ରାର୍ଥୀ ହେଲେ ଜଟଣୀ ରାଜନୈତିକ ସମୀକରଣ କେଉଁ ଆଡକୁ ଯିବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.