ETV Bharat / state

ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ କାର୍ତ୍ତିକ ଦର୍ଶନ ! ଛତିଶା ନିଯୋଗ ବୈଠକରେ ଧାର୍ଯ୍ୟ ହେଲା ନୀତି ନିର୍ଘଣ୍ଟ

ଧର୍ମମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଛତିଶା ନିଯୋଗ ବୈଠକ । ଧାର୍ଯ୍ୟ ହେଲେ ନୀତି ନିର୍ଘଣ୍ଟ । ସମ୍ବେଦନଶୀଳ ବର୍ଗ ପାଇଁ ବିଶେଷ ବ୍ୟବସ୍ଥା

author img

By ETV Bharat Odisha Team

Published : 2 hours ago

ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ କାର୍ତ୍ତିକ ଦର୍ଶନ ! ଛତିଶା ନିଯୋଗ ବୈଠକରେ ଧାର୍ଯ୍ୟ ହେଲା ନୀତି ନିର୍ଘଣ୍ଟ
ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ କାର୍ତ୍ତିକ ଦର୍ଶନ ! ଛତିଶା ନିଯୋଗ ବୈଠକରେ ଧାର୍ଯ୍ୟ ହେଲା ନୀତି ନିର୍ଘଣ୍ଟ (ETV Bharat Odisha)

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ଅନ୍ୟାନ୍ୟ ଆନୁଷ୍ଠାନିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ଧର୍ମମାସ କାର୍ତ୍ତିକ ପାଇଁ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଲାଗୁ କରାଯିବ । ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ନାଟମଣ୍ଡପକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବ । ସେହିପରି ପୁରୁଷ, ମହିଳା, ଶିଶୁ, ବରିଷ୍ଠ ନାଗରିକ ତଥା ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଧାଡି ବ୍ୟବସ୍ଥା ହେବ ।

  • 6 ଟି ଲାଇନରେ ହେବ ଦର୍ଶନ ବ୍ୟବସ୍ଥା:-

ଭକ୍ତମାନେ ଧାଡ଼ି ଭିତରେ ଯାଇ ସାତପାହାଚ ଦେଇ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ କରିବେ । ସମୁଦାୟ ୬ଟି ଲାଇନରେ ଭକ୍ତମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା ହେବ । ଏଥିସହ କାଠ ବ୍ୟାରିକେଡ୍ ଦେଇ ଭକ୍ତମାନେ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିପାରିବେ । ଦର୍ଶନ ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେଭଳି କୌଣସି ବ୍ୟାଘାତ ନହେବ, ସେନେଇ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ବାରା ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଆଶା ରଖିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଦର୍ଶନ ବ୍ୟବସ୍ଥାରେ କୌଣସି ତ୍ରୁଟି ଦେଖାଗଲେ ଏହାର ନିରାକରଣ ପାଇଁ ଚେଷ୍ଟା କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

  • ଚଳିତ 14ରୁ ନଭେମ୍ବର 15 ଯାଏଁ ସ୍ବତନ୍ତ୍ର ବ୍ୟବସ୍ଥା

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି, ‘‘ଆଜି ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ଚଳିତମାସ 14ରୁ ନଭେମ୍ବର 15 ତାରିଖ ଯାଏଁ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ଆଲୋଚୋନା ହୋଇଛିି । ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଅନୁମୋଦନ କରିଥିଲେ । ମହାପ୍ରଭୁଙ୍କ ରାତ୍ର ପହୁଡ଼ କିଭଳି ସବୁଦିନ ହୋଇପାରିବ ସେନେଇ ବିଶେଷ ଆଲୋଚୋନା ହୋଇଥଲା । ଭୋର 4ଟାରୁ ସବୁଦିନ ଦ୍ୱାରଫିଟା ନୀତି ପାଇଁ ନିଷ୍ପତ୍ତି ହୋଇଛି । ଶୃଙ୍ଖଳିତ ଦର୍ଶନ କିଭଳି ହୋଇପାରିବ ଏବଂ ନାଟମଣ୍ଡପରେ ଆଗାମୀ ଦିନରେ ଏସି ଲାଗିବାକୁ ଥିବା ବେଳେ ଏହି କାର୍ଯ୍ୟକୁ ନେଇ ଯେଭଳି କୌଣସି ସେବା ପୂଜାରେ ବ୍ୟାଘାତ ସୃଷ୍ଟି ନହୁଏ ସେ ଦିଗରେ ମଧ୍ୟ ଆଲୋଚନା ହୋଇଥଲା ।’’

  • ମହିଳା ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ବ୍ୟବସ୍ଥା:-

ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ କାଠରେ ନିର୍ମିତ ବାରିକେଡ ବ୍ୟବସ୍ଥା ହେବ । ଗୋଟିଏ ଲାଇନରେ ପୁରୁଷ ବ୍ୟକ୍ତି ଓ ଅନ୍ୟ ଲାଇନରେ ମହିଳା, ଛୋଟ ପିଲା, ବୃଦ୍ଧ ଓ ଦିବ୍ୟାଙ୍ଗ ବ୍ୟକ୍ତି ଯାଇ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିବା ନେଇ ବ୍ୟବସ୍ଥା କରାଯିବ । ଏଥିରେ ସେବାୟତମାନେ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ତେବେ ଏହା କାର୍ଯ୍ୟକାରୀ ହେବା ପରେ କ’ଣ ଅସୁବିଧା ରହୁଛି, ତାହାକୁ ତର୍ଜମା କରାଯାଇ ପୁଣି ଏହାର ସମାଧାନ ନେଇ ପଦକ୍ଷେପ ନିଆଯିବ । ତେବେ କାର୍ତ୍ତିକ ମାସରୁ ଏହି ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ ଆରମ୍ଭ କରାଯିବ । ତେବେ କାର୍ତ୍ତିକ ମାସରେ ଶ୍ରୀମନ୍ଦିର ବହୁ ଭକ୍ତଙ୍କ ଭିଡ ସମ୍ଭାବନା ଥିବାରୁ ପୁରୀ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ:ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ଏହା ମଧ୍ୟ ପଢ଼ନ୍ତୁ:ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja

ଏହା ମଧ୍ୟ ପଢ଼ନ୍ତୁ:ଚାଉଳିଆଗଞ୍ଜରେ ମାଆ ଦୁର୍ଗାଙ୍କ ମହକ,ଏଲଇଡି ଲାଇଟରେ ଝଲସୁଛି ଚାନ୍ଦିମେଢ଼

  • ସୁବ୍ୟବସ୍ଥା ପାଇଁ ପ୍ରସ୍ତୁତ ପ୍ରଶାସନ ଓ ପୋଲିସ:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ‘‘ଶ୍ରୀମନ୍ଦିର ରେ ପଲିଥିନ ବ୍ୟବହାର ନିଷିଦ୍ଧ ରହିଚି। ତେବେ କଟକଣା କୁ ଉଲଘଂନ କରାଯାଉଥିବା ଅଭିଯୋଗ ଆସିଛି । ଏ ନେଇ ଶୀଘ୍ର ପଦକ୍ଷେପ ନିଆଯିବ। ପଲିଥିନ ର ଅନେକ ବିକଳ୍ପ ଆସିଥିବା ବେଳେ ଏହାର ବ୍ୟବହାର ଉପରେ ଭକ୍ତଙ୍କୁ ଅଧିକ ସଚେତନ କରାଯିବ । ହବିଶ୍ୟାଳୀ ମା’ମାନଙ୍କୁ ନିୟମ ଅନୁଯାୟୀ ଶିବିରରେ ରହିବା ପାଈଁ ସବୁ ବ୍ୟବସ୍ଥା ହୋଇଛି । ଆଗାମୀ 14 ତାରିଖରେ ଏନେଇ ସେମାନଙ୍କ ଇଣ୍ଟିମେଶନ ଦିଆଯିବ । ଶ୍ରୀମନ୍ଦିରରେ ହବିଶ୍ୟାଳି ମା’ମାନେ ଶୃଙ୍ଖଳିତ ଦର୍ଶନ ପାଇଁ ଏକ ସ୍ବତନ୍ତ୍ର ଲାଇନ କରାଯିବ ।’’ ପୁରୀ ଏସପି ବିନୀତ ଅଗ୍ରୱାଲ କହିଚନ୍ତି, ‘‘କାର୍ତ୍ତିକ ମାସରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡକୁ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ୍ ମୁତୟନ କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.