ବ୍ରହ୍ମପୁର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ଧନ୍ୟବାଦ ଯାତ୍ରାକୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରୁ ପୁଣିଥରେ ଶୁଭାରମ୍ଭ କରିଛନ୍ତି ଶ୍ରୀଜଗନ୍ନାଥ ସେନା । ପୂର୍ବରୁ ବ୍ରହ୍ମପୁର ସହରରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ରାଜ୍ୟ ସରକାର ତୁରନ୍ତ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ନେଇ ଅଭିଯାନ ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ସଫଳ ହୋଇଛି । ରାଜ୍ୟରେ ନୂତନ ସରକାର ଗଠନ କରିଥିବା ବିଜେପି ନେତୃତ୍ବାଧୀନ ସରକାର ଶ୍ରୀମନ୍ଦିର ଚାରି ଦୁଆର ଖୋଲି ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇବା ସହିତ ସମସ୍ତ ଶ୍ରେୟ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଯିବ ବୋଲି କୁହାଯାଇଛି ।
ବୋଲି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ବିଜେଡି ସରକାର ଚାରି ଦୁଆରକୁ ବନ୍ଦ ରଖି ଭକ୍ତମାନଙ୍କୁ ଯେଉଁଭଳି ଭାବେ କଲବଲ କରୁଥିଲେ ତାହାର ଜବାବ ଓଡ଼ିଶାବାସୀ ବିଜେଡି ସରକାରଙ୍କୁ ନିର୍ବାଚନରେ ଦେଇଛନ୍ତି । ମହାପ୍ରଭୁଙ୍କ ନିକଟରେ ଭକ୍ତ ହେଉଛି ମହାନ ଭକ୍ତ ଯେତେବେଳେ କଷ୍ଟ ପାଆନ୍ତି ସେତେବେଳେ ମହାପ୍ରଭୁ ଅସହ୍ୟ ହୁଅନ୍ତି । ତେଣୁ ମହାପ୍ରଭୁଙ୍କ କୋପରୁ ବିଜେଡି ସରକାରଙ୍କ ପତନ ଘଟିଲା ବୋଲି କୁହାଯାଇଛି । ଗଞ୍ଜାମ ମାଟିରୁ ଶ୍ରୀଜଗନ୍ନାଥ ସେନା ଗତ ସେପ୍ଟେମ୍ବର ୮ ତାରିଖରୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା, ରତ୍ନ ଭଣ୍ଡାର ଖୋଲିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଏଣୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେବା ସହ କାଞ୍ଚି ଲୁଟେରା ତାମିଲ ନନା ଗିରଫ ନହେବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ବ୍ରହ୍ମପୁରରେ ରହିଥିବ ।
ଏହା ମଧ୍ୟ ପଢନ୍ତୁ... 53ବର୍ଷ ପରେ; ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ରଥଯାତ୍ରା - Ratha Yatra 2024
ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଭକ୍ତ ଅଭିଯାନ ଜନ ସମ୍ପର୍କ ଯାତ୍ରା ଆରମ୍ଭ ହୋଇ ସମଗ୍ର ଓଡ଼ିଶା ଭ୍ରମଣ କରିଥିଲା । ଫଳରେ ଓଡ଼ିଶାବାସୀ ବିଜେଡି ସରକାରଙ୍କ ବାସ୍ତବତା ଜାଣି ଉଚିତ ଜବାବ ଦେଲେ । ସେଥିପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେବାକୁ ଏହି ଭକ୍ତ ଜନ ସମ୍ପର୍କ ଧନ୍ୟବାଦ ଯାତ୍ରା ଆରମ୍ଭ ହୋଇଛି । ବ୍ରହ୍ମପୁରରେ ଏହା ସମଗ୍ର ଜିଲ୍ଲାରେ ବୁଲିବ। ପରେ ଓଡ଼ିଶାର ପୁରପଲ୍ଲୀକୁ ଯାତ୍ରା କରିବ ବୋଲି ଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଆଇନଜୀବୀ ମନୋଜ ମହାପାତ୍ର, ଆଇନଜୀବୀ ସନ୍ତୋଷ ରାଉତ, ଶ୍ରୀଜଗନ୍ନାଥ ପୂଜାପଣ୍ଡା ସେବକ ନରସିଂହ ପୂଜାପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅବସରରେ ବ୍ରହ୍ମପୁର ସହରର ଗୋଷାଣୀନୂଆଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଳତି କରାଯାଇ ଏହି ଦାବିକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି କୁହାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର