ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି: ଚିକିତ୍ସା ନାଁରେ ତାନ୍ତ୍ରିକର କାରନାମା, ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି - 70 needles recovered from Girl head

author img

By ETV Bharat Odisha Team

Published : Jul 19, 2024, 2:33 PM IST

Updated : Jul 19, 2024, 7:50 PM IST

70 needles recovered from Girl's head: ଯୁବତୀଙ୍କ ମୁଣ୍ଡରେ ଛୁଞ୍ଚି ଫୋଡିଥିଲା ଗୁଣିଆ । ଅସ୍ତ୍ରୋପଚାର କରି ମୁଣ୍ଡ ଭିତରୁ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର । ପଢନ୍ତୁ ପୁରା ଖବର

ଯୁବତୀଙ୍କ କପାଳରୁ ବାହାରିଲା ୭୦ ଛୁଞ୍ଚି, ଚିକିତ୍ସା ନାଁରେ ଛୁଞ୍ଚି ଫୋଡିଥିଲା ଗୁଣିଆ
ଯୁବତୀଙ୍କ କପାଳରୁ ବାହାରିଲା ୭୦ ଛୁଞ୍ଚି, ଚିକିତ୍ସା ନାଁରେ ଛୁଞ୍ଚି ଫୋଡିଥିଲା ଗୁଣିଆ (ETV Bharat Odisha)

ସମ୍ବଲପୁର/ବଲାଙ୍ଗୀର: ଆଶ୍ଚର୍ଯ୍ୟ ! ଯୁବତୀଙ୍କ ମୁଣ୍ଡ ଭିତରେ ଥିଲା ମେଞ୍ଚାଏ ଛୁଞ୍ଚି । ଅପରେସନ କରି ମୁଣ୍ଡରୁ ଏକାଥରକେ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର । ସମସ୍ତଙ୍କୁ ହତବାକ୍ କରିଦେବା ଭଳି ଏହି ଘଟଣା ବଲାଙ୍ଗୀରର । ଜଣେ ତାନ୍ତ୍ରିକ ସେହି ଯୁବତୀଙ୍କୁ ସୁସ୍ଥ କରିଦେବାକୁ କହି ତାଙ୍କ ମୁଣ୍ଡରେ ଛୁଞ୍ଚି ଫୋଡିଥିଲା । ଆଜି ବୁର୍ଲା ଭୀମସାରରେ ଝିଅଟିର ସଫଳ ଅପରେସନ କରାଯାଇ ଛୁଞ୍ଚିଗୁଡିକୁ ବାହାର କରାଯାଇଛି । ମୁଣ୍ଡ ଭିତରେ ୭୦ଟି ଛୁଞ୍ଚି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଅନ୍ଧବିଶ୍ବାସର ଅନ୍ଧଗଳି: ଚିକିତ୍ସା ନାଁରେ ତାନ୍ତ୍ରିକର କାରନାମା, ମୁଣ୍ଡରୁ ବାହାରିଲା ୭୦ ଛୁଞ୍ଚି (ETV Bharat Odisha)

ଅନ୍ଧବିଶ୍ବାସର କରୁଣ ପରିଣତି:

ପୁଟା ଘଟଣାଟି ହେଲା, ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଯୁବତୀ ଅନେକ ଦିନରୁ ଅସ୍ବାଭାବିକ ଆଚରଣ କରୁଥିଲେ । ନିଜେ ନିଜର ହାତଗୋଡକୁ କାଟି ପକାଉଥିଲେ । ବାପାମାଆ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ରୋଗ ଜଣାପଡିବାରୁ ଭୂତ ପ୍ରେତ ସବାର ହୋଇଛି ଭାବି ଝିଅକୁ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ । ଏହାପରେ ଗୁଣିଆ ଜଣକ ଝିଅଟିକୁ ଭଲ କରିଦେବାକୁ କହି ତା' ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡି ଦେଇଥିଲା । ଏମିତି ଅନେକ ଦିନ ଧରି ଗୁଣିଆ ଚିକିତ୍ସା ନାଁରେ ମୁଣ୍ଡ ଭିତରେ ଛୁଞ୍ଚି ଫୋଡୁଥିଲେ ହେଁ ଝିଅଟିର ଘର ଲୋକେ କେହି ଏକଥା ଜାଣିପାରି ନଥିଲେ ।

ଏହା ମଧ୍ୟ ପଢନ୍ତୁ: ଯୁବତୀ କରୁଥିଲେ ଅସ୍ବାଭାବିକ ଆଚରଣ: ମୁଣ୍ଡରେ ଛୁଞ୍ଚି ପୁରାଇ ଦେଲେ ତାନ୍ତ୍ରିକ, ଆଉ ତା' ପରେ... - Black Magic In Balangir

ପରେ ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ତାଙ୍କୁ କାଲି (ଗୁରୁବାର) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ । ସେଠାରେ ସିଟି ସ୍କାନରୁ ଯୁବତୀଙ୍କ ମୁଣ୍ଡ ଭିତରେ ଏକାଧିକ ଛୁଞ୍ଚି ରହିଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କାଲି ରାତିରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୧୦ ଜଣିଆ ଡାକ୍ତରୀ ଟିମ୍ ଅସ୍ତ୍ରୋପଚରା କରି ଯୁବତୀଙ୍କ ମୁଣ୍ଡ ଭିତରୁ ୭୦ଟି ଛୁଞ୍ଚି ବାହାର କରିଛନ୍ତି । ଏମିତି ଘଟଣା ଆଗରୁ କେହି କେବେ ନା ଦେଖିଥିବେ ନା ଶୁଣିଥିବେ । ଅନ୍ଧବିଶ୍ବାସର ପରିଣତି କେତେ ଯେ ଭୟଙ୍କର ହୋଇପାରେ ବଲାଙ୍ଗୀର ଯୁବତୀଙ୍କ ଘଟଣାରୁ ଅନୁମେୟ, ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି ।

ଏନେଇ ବୁର୍ଲା ଭୀମସାରର ଡାକ୍ତର କହିଛନ୍ତି, ୪ ବର୍ଷ ପୂର୍ବରୁ ଯୁବତୀଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ବିଭିନ୍ନ ହସ୍ପିଟାଲରେ ଝିଅକୁ ଦେଖାଇ ନିରାଶ ହେବା ପରେ ତାନ୍ତ୍ରିକ ପାଖକୁ ଯାଇଥିଲେ । ତାନ୍ତ୍ରିକ ଝିଅଟିର ମୁଣ୍ଡରେ ଗୋଟିଏ ଗୋଟିଏ କରି ଛୁଞ୍ଚି ଫୋଡିଥିଲା । ୪ ବର୍ଷ ହେଲାଣି ଏମିତି ଚାଲିଥିଲା । ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ଭୀମଭୋଇ ମେଡିକାଲକୁ ନେଇଥିଲେ । ସିଟି ସ୍କାନରୁ ମୁଣ୍ଡରେ ଛୁଞ୍ଚିଥିବା ଜଣାପଡିଥିଲା । ଅସ୍ତ୍ରୋପଚାର କରାଯାଇ ୭୦ଟି ଛୁଞ୍ଚି ବାହାର କରାଯାଇଛି । ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା ।

ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଥିବା ତାନ୍ତ୍ରିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ କଣ୍ଟାବାଞ୍ଜି ଏସଡିପିଓ ଗୌରାଙ୍ଗ ସାହୁ କହିଛନ୍ତି, ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ତ୍ବରିତ ପଦକ୍ଷେପ ନିଆଯାଇ ସମ୍ପୃକ୍ତ ତାନ୍ତ୍ରିକ ତେଜ ରଣାକୁ ଗିରଫ କରାଯାଇଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 19, 2024, 7:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.