ETV Bharat / state

ସମ୍ବଲପୁରରେ ଆରମ୍ଭ ହେଲା ଶୀତଳ ଷଷ୍ଠୀ ଯାତ୍ରା, ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ନିର୍ବନ୍ଧ - Sitala Sasthi - SITALA SASTHI

Sitala Sasthi yatra rituals: ଦେବ ଦମ୍ପତିଙ୍କ ବିବାହ ପାଇଁ ସମ୍ବଲପୁରରେ ଆରମ୍ଭ ହୋଇଛି ଶୀତଳ ଷଷ୍ଠୀ ଯାତ୍ରା । ପ୍ରଥମ ଦିନରେ ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ନିର୍ବନ୍ଧ । ଅଧିକ ପଢନ୍ତୁ

SITALA SASTHI
SITALA SASTHI (ETV BHARAT ODISHA)
author img

By ETV Bharat Odisha Team

Published : Jun 7, 2024, 2:13 PM IST

ସମ୍ବଲପୁର: ସମ୍ବଲପୁରରେ ଆରମ୍ଭ ହୋଇଯାଇଛି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦମ୍ପତିଙ୍କ ବିବାହ ପାଇଁ ପତର ପେଣ୍ଡି ପରମ୍ପରା ଅନୁଯାୟୀ ନିର୍ବନ୍ଧ ଚୂଡାନ୍ତ ହୋଇଛି । ଗୁରୁବାର ରାତି ସାଢେ 8 ଟା ସମୟରେ ନନ୍ଦପଡାର ବମ ବରାଡ଼ ବାଲୁଙ୍କେଶ୍ୱର ମହାଦେବ ମନ୍ଦିରରେ ମହାଦେବଙ୍କ ଵିଧି ପୂର୍ବକ ପୂଜାର୍ଚ୍ଚନା ହୋଇଥିଲା । ପରେ ସପ୍ତ ଋଷି ଓ ମହାଦେବଙ୍କ ପିତା କନ୍ୟା ଅନ୍ବେଷଣରେ ବାହାରି ଥିଲେ l ବରପିତା ଓ ସପ୍ତଋଷି ଦିବ୍ୟ ବିମାନରେ ଅରୁଢ଼ ହୋଇ ଚାରଭାଟିର କନ୍ୟାପିତା ମାତା ଦମ୍ପତି ସୁମନ୍ତ ପଣ୍ଡା ଓ ନିତିପ୍ରିୟା ଦେବୀଙ୍କ ଘରେ ପହଞ୍ଚିଥିଲେ ।

SITALA SASTHI (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବଲାଙ୍ଗୀରରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - Shitla Sashti 2024

ସେଠାରେ କନ୍ୟା ପକ୍ଷ ବର ପକ୍ଷଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଘର ମଧ୍ୟକୁ ପାଛେଟି ନେଇଥିଲେ । ପରେ ବର ପିତା ଓ ସପ୍ତ ଋଷି କନ୍ୟା ପକ୍ଷଙ୍କୁ ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣରେ ଆସିଥିବା କଥା କହିଥିଲେ । ଏହା ପରେ ବର ପକ୍ଷ ଓ କନ୍ୟା ପକ୍ଷ ଏକାଠି ବସି ଆଲୋଚନା କରିଥିଲେ । ବରପକ୍ଷଙ୍କ ଆସିବାର ଅଭିପ୍ରାୟ ଜାଣିବା ପରେ କନ୍ୟା ପକ୍ଷ ବରପକ୍ଷ ଙ୍କୁ ବର କଣ କରନ୍ତି ବୋଲି ପଚାରି ଥିଲେ । ବରପକ୍ଷ ମହାଦେବଙ୍କ ବିଷୟରେ କହିବା ପରେ ପ୍ରଥମେ ଏହି ବିବାହ ପ୍ରସ୍ତାବ ରେ ଅରାଜି ହୋଇଥିଲେ କନ୍ୟାପକ୍ଷ । ପରେ ସପ୍ତଋଷି ମହାଦେବଙ୍କ ସ୍ତୋତ୍ର ଗାନ କରି ତାଙ୍କ ମହିମା ବଖାଣିବା ପରେ କନ୍ୟା ପକ୍ଷ ଏହି ବିବାହ ପ୍ରସ୍ତାବରେ ସହମତି ଦେଇଥିଲେ ।

ବରପକ୍ଷ 72 ଟି ସରଗି ପତ୍ର ବା ଶାଳ ପତ୍ରର ବିଡା କନ୍ୟା ପକ୍ଷ ଙ୍କୁ ଦେଇ ଦେବ ଦମ୍ପତ ଙ୍କ ବିବାହ ପାଇଁ ନିର୍ବନ୍ଧ ଚୂଡାନ୍ତ କରିଥିଲେ । ଏହି ପରମ୍ପରାକୁ ପତର ପେଣ୍ଡି କୁହାଯାଏ l ନନ୍ଦପଡା ଶୀତଳ ଷଷ୍ଠୀ ଯାତ୍ରା କମିଟିର ଏହି ପତରପେଣ୍ଡି ନୀତି ବା ପରମ୍ପରା ସମ୍ପନ୍ନ ହୋଇଛି । ଆସନ୍ତା 10 ତାରିଖରେ ବଲାଙ୍ଗୀରରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ । ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସବୁ ଯାତ୍ରା କମିଟିର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.