ETV Bharat / state

ସନ୍ଦେଶଖାଲି ହିଂସା ଘଟଣା, ରାଉରକେଲାରୁ ଶାହାଜାହାନର ସହଯୋଗୀ ଅମୀର ଅଲ୍ଲି ଗିରଫ

Amir Ali Arrested From Rourkela: ସନ୍ଦେଶଖାଲି ହିଂସା ଘଟଣା । ଶାହଜହାନଙ୍କ ସହଯୋଗୀ ଅମୀର ଅଲ୍ଲୀ ରାଉରକେଲାରେ ଧରାପଡ଼ିଛି। ଅଧିକ ପଢନ୍ତୁ

ସନ୍ଦେଶଖାଲି ହିଂସା ଘଟଣା
ସନ୍ଦେଶଖାଲି ହିଂସା ଘଟଣା
author img

By ETV Bharat Odisha Team

Published : Feb 29, 2024, 10:43 PM IST

ସନ୍ଦେଶଖାଲି ହିଂସା ଘଟଣା

ରାଉରକେଲା: ସନ୍ଦେଶଖାଲି ହିଂସା ଘଟଣା । ଗିରଫ ହୋଇଛନ୍ତି ଟିଏମସି ନେତା ଶାହାଜାହାନ ଶେଖ । ସେପଟେ ଶାହଜହାନଙ୍କ ସହଯୋଗୀ ଅମୀର ଅଲ୍ଲୀ ରାଉରକେଲାରେ ଧରାପଡ଼ିଛି। ଆମୀରର ପୁଅ ରାଉରକେଲାର ଏକ କଲେଜରେ ପଢୁଥିବା ଜଣାପଡ଼ିଛି । ତେବେ ପୁଅକୁ ଭେଟିବାକୁ ଆସିଥିବାବେଳେ ପଶ୍ଚିମବଙ୍ଗ ପୋଲିସ ଅମୀରକୁ ଗିରଫ କରିଛି। ରାଉରକେଲା ପୋଲିସ ସହାୟତାରେ ପଶ୍ଚିମବଙ୍ଗ ପୋଲିସ ସେକ୍ଟର 3 ରେ ଅମୀରକୁ ପିଛା କରିବା ପରେ ଗିରଫ କରିଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ରାଉରକେଲା ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଅମୀରକୁ କାବୁ କରିଥିଲା ପଶ୍ଚିମବଙ୍ଗ ପୋଲିସ। ବର୍ତ୍ତମାନ ହେପାଜତରେ ଥିବା ଶାହାଜାହାନ ଶେଖର ସହଯୋଗୀମାନେ ଅପରାଧିକ କାର୍ୟ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ତଦନ୍ତ ଚାଲିଛି । ଅମୀର ଅଲ୍ଲୀ ମଧ୍ୟ ହିଂସା ଓ ଜମି ହଡ଼ପ ମାମଲାରେ ଶାହାଜାହାନ ଶେଖର ସହଯୋଗୀ ଥିଲା । ତା ନାଁରେ ଅନେକ ଅଭିଯୋଗ ରହିଥିବାବେଳେ ସେ ଫେରାର ରହିଥିଲା । ପଶ୍ଚିମବଙ୍ଗର ସନ୍ଦେଶଖାଲି ଗାଁରେ ହିଂସା ଓ ଜମି ହଡ଼ପ ଅଭିୟୋଗରେ ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଖୋଜୁଥିଲା ପୋଲିସ । ହେଲେ ସେ ଦୀର୍ଘ ଦିନ ଧରି ଫେରାର ଥିବାବେଳେ ଶେଷରେ ଗୁରୁବାର ସକାଳେ ଗିରଫ ହୋଇଛି।

ଏହା ମଧ୍ୟ ପଢନ୍ତୁ...ସରିଲା ଲୁଚକାଳି ଖେଳ, ସନ୍ଦେଶଖାଲି ହିଂସା ମାଷ୍ଟରମାଇଣ୍ଡ ଶାହାଜାହାନ ଶେଖ ଗିରଫ

ଏହା ମଧ୍ୟ ପଢନ୍ତୁ...ଶେଖ ଶାହଜାହନ 6 ବର୍ଷ ପାଇଁ TMCରୁ ନିଲମ୍ବିତ

ଏହା ମଧ୍ୟ ପଢନ୍ତୁ...ସନ୍ଦେଶଖାଲି ଭିଲେନ ଶାହାଜାହନ; ଦୀର୍ଘ ବର୍ଷ ଧରି ଚଳାଇଥିଲା ଗୁଣ୍ଡାରାଜ, ଡରୁଥିଲା ପୋଲିସ !

ଆଜି(ଗୁରୁବାର) ସକାଳେ ତାକୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବ । ଗତ ଜାନୁଆରୀ ୫ରୁ ଫେରାର ଥିଲା ଶାହାଜାହାନ । ଏହି ଟିଏମସି ନେତାଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ରହିଛି । ଶାହାଜାହାନ ଓ ତା'ର କିଛି ସହଯୋଗୀ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏବଂ ସେମାନଙ୍କ ଜମି ହଡ଼ପ କରିବା ଅଭିଯୋଗ ହୋଇଥିଲା । ତେବେ ରାଉରକେଲା ଏସପିଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେକ୍ଟର ୩ ଥାନା ଅଞ୍ଚଳରୁ ଅମୀରଙ୍କୁ ରାଉରକେଲା ପୋଲସ ସହାୟତାରେ ଗିରଫ କରାଯାଇଛି । ଆମୀର ଅଲ୍ଲୀ ମଧ୍ୟ ସନ୍ଦେଶଖାଲି ଗାଁରେ ହୋଇଥିବା ହିଂସା ଓ ଜମି ହଡ଼ପ ମାମଲାରେ ସମ୍ପୃକ୍ତ ଥିବାବେଳେ ଫେରାର ରହିଥିଲା।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.