ETV Bharat / state

ପାଠପଢ଼ା ବେଳେ ସ୍କୁଲରେ ବଜ୍ରପାତ: 7 ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି - Lightning strike

author img

By ETV Bharat Odisha Team

Published : Aug 6, 2024, 11:29 AM IST

Updated : Aug 6, 2024, 3:25 PM IST

Lightning strikes in high school: ରାଜଧାନୀର ଏକ ହାଇସ୍କୁଲରେ ପଡିଲା ବଜ୍ରପାତ । 7 ଛାତ୍ରଛାତ୍ରୀ ଆହତ । ସ୍କୁଲରେ ଲାଇଟିଂ ଆରେଷ୍ଟର ଥାଇ ବି ପଡିଲା ବଜ୍ରପାତ । ଅଧିକ ପଢନ୍ତୁ

LIGHTNING STRIKE
LIGHTNING STRIKE (ETV BHARAT ODISHA)

ଭୁବନେଶ୍ୱର: ସ୍କୁଲରେ ପାଠପଢା ଚାଲିଥିବା ସମୟରେ ପଡିଲା ବଜ୍ରପାତ । ଅଳ୍ପକେ ବର୍ତ୍ତିଗଲେ 146 ଜଣ ଛାତ୍ରଛାତ୍ରୀ । 7 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ରାଜଧାନୀର ବରମୁଣ୍ଡା ସ୍ଥିତ ରେଣ୍ଟାଲ କଲୋନୀ ହାଇସ୍କୁଲରେ । ସୋମବାର ଅପରାହ୍ନ 2ଟା30ରୁ 3ଟା ମଧ୍ୟରେ ଏଭଳି ଘଟଣା ଘଟିଥିଲା । ବଜ୍ରପାତରେ ଗୁରୁତର ଛାତ୍ରଛାତ୍ରୀ ସପ୍ତମ ଶ୍ରେଣୀର ହୋଇଥିବାବେଳେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପାଠପଢ଼ା ବେଳେ ସ୍କୁଲରେ ବଜ୍ରପାତ: 7 ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି (ETV BHARAT ODISHA)

ସେମାନଙ୍କ ମଧ୍ୟରୁ 4 ଜଣ ଛାତ୍ରୀ ରହିଥିବାବେଳେ 3 ଜଣ ଛାତ୍ର ରହିଛନ୍ତି । 6 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଘରକୁ ପଠାଇ ଦିଆଯାଇଛି । ଏବେ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କ ପିଠି ଓ ପେଟରେ ଗୁରୁତର ଆଘାତ ଲାଗିଛି । ଏନେଇ ଖବର ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀ ଛାତ୍ରୀଛାତ୍ରଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିବା କହିଛନ୍ତି ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିହାରୀକା ପଣ୍ଡା ।

ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ନିହାରୀକା ପଣ୍ଡା କହିଛନ୍ତି, "ଅପରାହ୍ନରେ ଏହି ଘଟଣା ଘଟିବା ପରେ ଆମେ ଆମ୍ବୁଲାନ୍ସ ଡାକିଥିଲୁ । କିନ୍ତୁ ବିଳମ୍ବ ହେବାରୁ ଆମେ ନିଜେ ଗାଡ଼ି କରି ୭ ଜଣ ପିଲାଙ୍କୁ ହସ୍ପିଟାଲକୁ ନେଇଯାଇଥିଲୁ । ୬ ଜଣଙ୍କୁ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଘରକୁ ଫେରାଇ ଦିଆଯାଇଛି । କିନ୍ତୁ ଜଣେ ଛାତ୍ର ଏବେ ଅବଜରଭେସନରେ ରହିଛନ୍ତି ।''

ଏହା ମଧ୍ୟ ପଢନ୍ତୁ-ଆହୁରି 3 ଦିନ ତୁହାକୁ ତୁହା ବର୍ଷା; ଆଜି ଏହିସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ - Weather Update

ସ୍କୁଲରେ ଲାଇଟିଂ ଆରେଷ୍ଟର ଥାଇ ବି ବଜ୍ରପାତ:

LIGHTNING STRIKE
LIGHTNING STRIKE (ETV BHARAT ODISHA)

ପ୍ରଧାନ ଶିକ୍ଷୟତ୍ରୀ ନିହାରୀକା ପଣ୍ଡା କହିଛନ୍ତି, "ସ୍କୁଲରେ ଏଭଳି ଘଟଣା ପ୍ରଥମ ଥର । ବଜ୍ରପାତକୁ ରୋକିବା ପାଇଁ ଆମର ବ୍ୟବସ୍ଥା ରହିଛି । ସ୍କୁଲ ଛାତ ଉପରେ ଲାଗିଛି ଲାଇଟିଂ ଆରେଷ୍ଟର । ଏହା ସତ୍ତ୍ବେ ମଧ୍ୟ ବଜ୍ରପାତ ଘଟିଛି । ଏହା ଏକ ଆଶ୍ଚର୍ଯ୍ୟକର କଥା । ଏଭଳି କାହିଁକି ହେଲା ତାହା ଜାଣିବା ପାଇଁ ଆମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଶକ୍ତି ବିଭାଗକୁ ଚିଠି କରିଛୁ । ସେମାନେ ମଙ୍ଗଳବାର ଆସି ସ୍କୁଲ ତଦାରଖ କରିବେ ।''

ବିଜୁଳି, ବଜ୍ରପାତ ବେଳେ କ'ଣ କରିବେ ?

ଆକାଶରେ ବିଜୁଳି ଦେଖିବା ମାତ୍ରେ ଘର ବାହାରକୁ ଆସନ୍ତୁ ନାହିଁ । ଯଦି ପାହାଡ଼ ଶିଖରରେ ରହିଛନ୍ତି ପାଖରେ କୌଣସି ସୁରକ୍ଷିତ ସ୍ଥାନ ନଥାଏ ତେବେ ତଳକୁ ଓହ୍ଲାଇବା ଆବଶ୍ୟକ । ବଜ୍ରପାତ ସମୟରେ ଘରେ ଚିତ୍‌ ହୋଇ ଶୋଇବା ଉଚିତ୍ ନୁହେଁ । ଏକାଧିକ ଲୋକ ଏକତ୍ରିତ ହୋଇରହିଥିଲେ ତୁରନ୍ତ ଅଲଗା ଅଲଗା ହୋଇ ରହିବା ଆବଶ୍ୟକ ।

ବଜ୍ରପାତର ଶିକାର ହେବା ପରେ କ'ଣ କରିବେ ?

ବଜ୍ରପାତର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଛୁଇଁବା ନିରାପଦ ଅଟେ । ଯଦି ସମ୍ଭବ, ପ୍ରଥାମିକ ଚିକିତ୍ସା ପାଇଁ ସେମାନଙ୍କୁ ସହାୟତା ଦିଅନ୍ତୁ ।

ପୀଡିତା ନିଶ୍ବାସ ନେଉଛନ୍ତି ଏବଂ ହୃଦସ୍ପନ୍ଦନ ଅଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଯାଞ୍ଚ ପାଇଁ ସର୍ବୋତ୍ତମ ସ୍ଥାନ ହେଉଛି କାରୋଟିଡ୍ ଧମନୀ ଯାହା ସିଧାସଳଖ ଆପଣଙ୍କ ବେକ ତଳେ ଥାଏ ।

ଯଦି ପୀଡିତା ନିଶ୍ବାସ ନେଉନାହାଁନ୍ତି, ତୁରନ୍ତ ନିଜ ପାଟିରୁ ତାଙ୍କ ମୁହଁରେ ପବନ ଦିଅନ୍ତୁ ତା' ସହିତ ଯଦି ହୃଦସ୍ପନ୍ଦନ ନାହିଁ, ତେବେ ହୃଦ୍‌ର ସଙ୍କୋଚନ ଆରମ୍ଭ କରନ୍ତୁ ।

ବଜ୍ରପାତରରେ ଗଭୀର ଆଘାତ ଲାଗିଥିବା ବ୍ୟକ୍ତିଙ୍କୁ ଭଲ ଭାବରେ ଯାଞ୍ଚ କରିବା ଆବଶ୍ୟକ । ଯଦି ଜଣେ ବ୍ୟକ୍ତି ବହୁ ଦୂରକୁ ଛିଟିକି ହୋଇପଡିଥାନ୍ତି ତେବେ ହାତ ଓ ଗୋଡ ହାଡ ଭାଙ୍ଗିଛି କି ନାହିଁ ତାହା ଭଲ ଭାବରେ ଯାଞ୍ଚ କରନ୍ତୁ ।

ଉଭୟ ବଜ୍ରପାତର ଶିକାର ଏବଂ ଉଦ୍ଧାରକାରୀଙ୍କ ପାଇଁ ଜାରି ହୋଇଥିବା ବଜ୍ର ବିପଦ ବିଷୟରେ ସଚେତନ ରୁହନ୍ତୁ। ଯଦି ପୀଡିତାଙ୍କ ଅବସ୍ଥିତ ସ୍ଥାନଟି ଅଧିକ ବିପଦ, ତୁରନ୍ତ ପୀଡିତାଙ୍କୁ ସେହି ସ୍ଥାନରୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ ।

ବଜ୍ରପାତର ଶିକାର ହୋଇଥିଲେ ମନୁଷ୍ୟ ଶରୀରର କିଛି ଅଂଶ ପୋଡିଯାଇଥାଏ । ଉଦ୍ଧାର ସମୟରେ ତାହା ପ୍ରଥମେ ଯାଞ୍ଚ କରବି ଆବଶ୍ୟକ ।

ବଜ୍ରପାତରେ ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ହେଲ୍ପଲାଇନ ନମ୍ବର 1078କୁ କଲ୍ କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 6, 2024, 3:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.