ETV Bharat / state

ଭିଜିଲାନ୍ସ ଜାଲରେ ESI କର୍ମଚାରୀ, ରୋଗୀଙ୍କ ବିଲ ପାସ କରାଇବାକୁ ନେଉଥିଲେ ଲାଞ୍ଚ

author img

By ETV Bharat Odisha Team

Published : Feb 29, 2024, 12:45 PM IST

Updated : Feb 29, 2024, 2:14 PM IST

Senior clerk caught taking bribe: ରୋଗୀଙ୍କ ବିଲ ପାସ୍ କରିବା ପାଇଁ ଲାଞ୍ଚ ନେଉଥିଲେ ESI ହସପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ । ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ESI କର୍ମଚାରୀ
ଭିଜିଲାନ୍ସ ଜାଲରେ ESI କର୍ମଚାରୀ

ଭିଜିଲାନ୍ସ ଜାଲରେ ESI କର୍ମଚାରୀ

ରାଉରକେଲା: ଭିଜିଲାନ୍ସ ପଞ୍ଝାରେ ESI କର୍ମଚାରୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ରାଉରକେଲା ESI ହସପିଟାଲର ବରିଷ୍ଠ କିରାଣୀ ଅଭିରାମ ସାହୁ ରୋଗୀଙ୍କ ବିଲ ପାସ୍ କରିବା ପାଇଁ ଲାଞ୍ଚ ନେଉଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ପରେ ଲାଞ୍ଚୁଆ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି ।

ସୂଚନା ମୁତାବକ, ବିଶ୍ଵନାଥଙ୍କ ସିଂ ନାମକ ବ୍ୟକ୍ତି ଗ୍ୟାସ ଏଜେନ୍ସିରେ ଲେବର ଭାବରେ କାର୍ଯ୍ୟ କରୁଥିଲେ । ୨୦୨୦ ମସିହାରେ ସେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ରାଉରକେଲା ESI ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ସେହି ବାବଦକୁ ବିଶ୍ଵନାଥଙ୍କ ESI ପକ୍ଷରୁ ମିଳିବାର ଥିଲା 96 ହଜାର ଟଙ୍କା । ହେଲେ ବିଲ ପାସ କରାଇ ଦେଉନଥିଲେ ESIର ସିନିଅର୍ କିରାଣୀ ଅଭିରାମ ସାହୁ । ଏନେଇ ୪ ବର୍ଷ ହେଲା ବକେଇ ବିଲ୍ ପଡ଼ି ରହିଥିଲା । କିଛି ଦିନ ତଳେ ପୁଣି ବିଶ୍ୱନାଥ ବିଲ୍ ପାସ କରିବା ପାଇଁ ଅଭିରାମଙ୍କ ପାଖକୁ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ - ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ବ ସହାୟକ, ଦୁଇଟି ସ୍ଥାନରେ ଚଢ଼ାଉ

ଏହା ମଧ୍ୟ ପଢନ୍ତୁ- ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

ବିଲ୍ ପାସ କରିଦେବା ପାଇଁ ଅଭିରାମ ବିଶ୍ୱନାଥଙ୍କୁ ୧୦ ହଜାର ଲାଞ୍ଚ ଟଙ୍କା ମାଗିଥିଲେ । ବିଶ୍ୱନାଥ ମଧ୍ୟ ଅଭିରାମଙ୍କ କଥାରେ ରାଜି ହୋଇଯାଇଥିଲେ । ଏନେଇ ବିଶ୍ୱନାଥ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏନେଇ ଆଜି ସକାଳେ ବିଶ୍ୱନାଥ ଅଭିରାମଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଅଭିରାମଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ପୋଲିସ ତାଙ୍କ ପୈତୃକ ବାସ ଭବନ ଯାଜପୁର ଜିଲ୍ଲା ଧର୍ମଶାଳା କୋଇମା ଏବଂ ରାଉରକେଲା ସରକାରୀ ବାସ ଭବନରେ ଚଢ଼ାଉ ଜାରି ରଖିଛି । ଅନ୍ୟପଟେ ଏନେଇ ଭିଜିଲାନ୍ସ ବିଭାଗ ଅଧିକାରୀ କହିଛନ୍ତି ଯେ, ଦୁର୍ନୀତି ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରୁଛି । ଏଥିସହ ଆବଶ୍ୟକୀୟ ସେବା ଯୋଗାଇବାରେ ଏବଂ ଲୋକ ଅବଶକୀୟ ସେବା ପାଇବାରେ ମଧ୍ୟ ବାଧା ସୃଷ୍ଟି କରୁଛି । କିଛି ଅଧିକାରୀ ଏଭଳି ଦୁର୍ନୀତି ଭିତରେ ରହି କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ ।

ଇଟିଭି ଭାରତ, ରାଉରକେଲା

Last Updated : Feb 29, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.