ETV Bharat / state

ଆଜିଠୁ ଖରା ଛୁଟି, ହେଲେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ - Roaster duty for teacher

author img

By ETV Bharat Odisha Team

Published : Apr 25, 2024, 11:52 AM IST

Summer Vacation: ଆଜିଠୁ ଖରା ଛୁଟି ଆରମ୍ଭ ହୋଇଥିବା ବେଳେ ସ୍କୁଲ ଆସିବେ ଶିକ୍ଷକ । ଛୁଟି ସମୟରେ ସ୍କୁଲ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟି କରିବେ । ଅଧିକ ପଢନ୍ତୁ

ଆଜିଠୁ ଖରା ଛୁଟି, ହେଲେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି । ତେବେ ପାଠପଢା ବନ୍ଦ ରହିଥିଲେ ବି ସ୍କୁଲ ଆସିବେ ଶିକ୍ଷକ । ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ବଣ୍ଟାଯିବ । ଆଜିଠାରୁ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟିରେ ଶିକ୍ଷକ, ଜୁନିଅର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ । ସ୍କୁଲରେ ରୋଷ୍ଟର ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ ।

ଖରା ଛୁଟି ସମୟରେ ସ୍କୁଲର ସମସ୍ତ କାର୍ଯ୍ୟ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳନା କରାଯିବ । ଗ୍ରୀଷ୍ମ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳର ଅଭିବୃଦ୍ଧି ପାଇଁ ଅବକାଶ କାଳୀନ ଗୃହକାର୍ଯ୍ୟ (ହଲିଡେ ହୋମୱର୍କ) ଦିଆଯିବ ।

ଏହି ଅବକାଶକାଳୀନ ଗୃହକାର୍ଯ୍ୟକୁ ରିସୋର୍ସ ଟିଚର ପ୍ରସ୍ତୁତ କରିବେ । ପ୍ରଧାନ ଶିକ୍ଷକ ସମସ୍ତ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରିବେ । ଛାତ୍ରୀଛାତ୍ରଙ୍କର କୌଣସି ବିଷୟରେ ଦ୍ୱ­ନ୍ଦ ରହିଥିଲେ ସେମାନେ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକଙ୍କୁ ଟେଲିଫୋନ ଯୋଗେ ସେମାନଙ୍କର ସନ୍ଦେହ ଦୂର କରିପାରିବେ । ଗ୍ରୀଷ୍ମ ଛୁଟି ସମୟରେ ଛାତ୍ରୀଛାତ୍ରମାନେ କିପରି ସେଲ୍ଫଷ୍ଟଡି କରିବେ ସେଥିପାଇଁ ବିଷୟଭିତ୍ତିକ ଶିକ୍ଷକ ବା ଶ୍ରେଣୀ ଶିକ୍ଷକମାନେ ଛାତ୍ରୀଛାତ୍ର/ଅଭିଭାବକଙ୍କ ସହ ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ: ଖରା ଛୁଟି ଘୋଷଣା କଲେ ସରକାର, ଜାଣନ୍ତୁ କେବେଠୁ ? - Summer Vacation In Odisha

ଏହାସହ ବର୍ତ୍ତମାନ ସମୟରେ ସ୍କୁଲରେ ନାମଲେଖା ଚାଲିଛି । ଏହି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଅଫିସ ଖୋଲା ରହିବ। ସ୍କୁଲର ସମ୍ପତ୍ତି ଯେପରି ଭାବରେ ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ ଇତ୍ୟାଦି ଉପରେ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀମାନେ ନଜର ରଖିବେ । କୌଣସି ପ୍ରାକୃତିକ ବିପର୍ଯ୍ୟୟ (କାଳବୈଶାଖୀ ଇତ୍ୟାଦି) ହେଲେ ରୋଷ୍ଟର ଡ୍ୟୁଟିରେ ଥିବା କର୍ମଚାରୀ ସ୍କୁଲ ଯାଇ ଏହାର ତଦାରଖ କରିବେ । ସ୍କୁଲ ଖୋଲିବା ପୂର୍ବରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସ୍କୁଲର ପରିମଳ ଏବଂ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ମାଗଣାରେ ଜେଇଇ ଏବଂ ନିଟ କୋଚିଂ ଦିଆଯାଉଛି । ତେବେ ଏହି ଖରା ଛୁଟିରେ ମଧ୍ୟ ଏହି ମାଗଣା କୋଚିଂ ଚାଲୁ ରହିବ । ପ୍ରତ୍ୟେକ ଦିନ ସକାଳ ୧୦ଟା ସମୟରେ ଏହି କୋଚିଂ ଅନଲାଇନ ମାଧ୍ୟମରେ କରାଯିବ, କେବଳ ରବିବାର ଦିନ ବନ୍ଦ ରହିବ। ଏହି କ୍ଲାସରେ ବିଶୟଭିତ୍ତିକ ଶିକ୍ଷକମାନେ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.