ETV Bharat / state

SCBର ନୂଆ ମାଇଲଷ୍ଟୋନ; ପ୍ରଥମ ସଫଳ ଲିଭର ଟ୍ରାନ୍ସପ୍ଲାଣ୍ଟ ପରେ ନିୟମିତ ହେବ ଅପରେସନ - Liver Transplant In SCB Medical

Liver Transplant In SCB Medical: କଟକ ଏସସିବି ମେଡିକାଲରେ ସଫଳତା ପୂର୍ବକ ସମ୍ପନ୍ନ ହୋଇଛି ଲିଭର ଟ୍ରାନସପ୍ଲାଣ୍ଟ ଅପରେସନ । ପୂର୍ବ ଭାରତର ପ୍ରଥମ ଲିଭର ପ୍ରତିରୋପଣ ଅପରେସନକୁ ହାଇଦ୍ରାବାଦର AIG ହସ୍ପିଟାଲ ଓ କଟକ ଏସସିବି ମେଡିକାଲର ମିଳିତ ସହାୟତା ଆରମ୍ଭ ହୋଇଥିଲା । ଅଧିକ ପଢନ୍ତୁ

Liver Transplant In SCB Medical
Liver Transplant In SCB Medical (Etv Bharat ODISHA)
author img

By ETV Bharat Odisha Team

Published : May 4, 2024, 4:24 PM IST

Liver Transplant In SCB Medical (ETV BHARAT ODISHA)

କଟକ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଡ ଉପଲବ୍ଧି ହାସଲ କଲା ଏସସିବି ମେଡିକାଲ କଲେଜ । ଦୀର୍ଘ 12 ବର୍ଷର ଅପେକ୍ଷା ପରେ ସଫଳ ହୋଇଛି ପ୍ରଥମ ଲିଭର ପ୍ରତିରୋପଣ ଅପରେସନ । ହାଇଦ୍ରାବାଦର AIG ହସ୍ପିଟାଲ ଓ କଟକ ଏସସିବି ମେଡିକାଲର ମିଳିତ ସହାୟତାରେ ଏହି ସଫଳତା ହାସଲ ହୋଇଛି । ଯାହା ପାଇଁ ଆଜି ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି ଆଠଗଡ଼ ତିଗିରିଆ ଅଞ୍ଚଳର ମାନସ ବାରିକ । ଗତ ଏପ୍ରିଲ ୩ ତାରିଖରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଆରମ୍ଭ ହୋଇଥିଲା ଯକୃତ ପ୍ରତିରୋପଣ ପ୍ରକ୍ରିୟା ।

ଏସିଆନ ଇନଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟୋଲୋଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ଏକ ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତ ଭାବେ ଏହି ପ୍ରତିରୋପଣ ଅପରେସନ କରିଥିଲେ । ତେବେ ଆଗମୀ ଦିନରେ ଏହି ଯକୃତ ପ୍ରତିରୋପଣ ଅପରେସନ ନିୟମିତ ଭାବରେ ଜାରି ରହିବ । ଯାହାଦ୍ବାରା ଗୁରୁତର ରୋଗୀ ମାନେ ନୂଆ ଜୀବନ ପାଇ ପାରିବେ ବୋଲି କହିଛନ୍ତି ଏସସିବି ମେଡିକାଲ ଅଧିକ୍ଷକ ଓ AIG ହସ୍ପିଟାଲ କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢନ୍ତୁ... ଶେଷ ହେଲା ୧୧ ବର୍ଷର ପ୍ରତୀକ୍ଷା, ଏସସିବି ମେଡିକାଲରେ ଆରମ୍ଭ ହେଲା ଲିଭର ଟ୍ରାନସପ୍ଲାଣ୍ଟ - Liver Transplant Process In SCB MCH

ଏସସିବି ମେଡିକାଲ ଅଧିକ୍ଷକ ଡ଼ଃ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ଏଥି ପାଇଁ ନିୟମିତ ଭାବେ ଓପିଡି ଆରମ୍ଭ ହେବ । ଦ୍ବିତୀୟ ଲିଭର ପ୍ରତିରୋପଣ ପାଇଁ ଯୋଜନା କରାଯାଇଛି । ରାଜ୍ୟରେ ଗରିବ ଲୋକମାନେ ଏଥିରେ ଉପକୃତ ହେବେ । ସେହିପରି AIG ହସ୍ପିଟାଲ ନିର୍ଦେଶକ ଡ଼ଃ ଵାଲାଚନ୍ଦ୍ରନ ମେନନ କହିଛନ୍ତି ଯେ, ଏସସିବି ମେଡିକାଲ ଲିଭର ଟ୍ରସପ୍ଲାଣ୍ଟ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ଏଣିକି ଏଠାରେ ସପ୍ତାହରେ ୨ଟି ଲେଖାଏଁ ଅପରେସନ ହୋଇପାରିବ । ଆମେ ସହଯୋଗିତା ଭିତ୍ତିରେ ଏସସିବି ମେଡିକାଲକୁ ଟେକ୍ନିକାଲ ସହାୟତା ଓ ମେଡିକାଲ ଟ୍ରେନିଂ ଯୋଗାଇଦେବୁ ।

ସୂଚନାଯୋଗ୍ୟ ଯେ ମାନସ ଲିଭର ସିରୋସିସ ରୋଗରେ ପୀଡିତ ହେବା ପରେ ଜୀବନରେ ବଞ୍ଚିବାର ଆଶା ଛାଡିଦେଇଥିଲେ । ପେଶାରେ ଡ୍ରାଇଭର ଥିବା ମାନସଙ୍କୁ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା କୁଆଡୁ ଆସିବ ନେଇ ଚିନ୍ତା ଘାରିଥିଲା । କିନ୍ତୁ ତାଙ୍କ ପତ୍ନୀ ତାଙ୍କୁ ଭଲ କରିବା ପାଇଁ ଏସସିବି ମେଡିକାଲର ଭର୍ତ୍ତି କରିଥିଲେ । ଏହାପରେ ହେପାଟୋଲୋଜି ବିଭାଗରେ ସମସ୍ତ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ପରେ 7 ସପ୍ତାହ ତାଙ୍କୁ ଡାକ୍ତରୀ ଟିମ ସର୍ଭିଲାନ୍ସରେ ରଖିଥିଲା ।

ପରେ ଗତ ମାସ 3 ତାରିଖ ରେ ତାଙ୍କର ସଫଳ ଅପରେସନ ସମ୍ଭବ ହୋଇଥିଲା । ଧର୍ମପତ୍ନୀ ରଶ୍ମିତା ବାରିକଙ୍କ ଲିଭରର କିଛି ଅଂଶ ମାନସଙ୍କ ଶରୀର ରେ ମ୍ୟାଚ କରିବାରୁ ତାଙ୍କ ଦେହରେ ଏହାକୁ ସଫଳ ଭାବରେ ପ୍ରତିରୋପଣ କରାଯାଇଥିଲା । ଯାହାପାଇଁ ଆଜି ଏକ ନୂଆ ଜୀବନ ପାଇଛନ୍ତି ମାନସ । ଆଗାମୀ ଦିନରେ ଏଭଳି ଅଙ୍ଗଦାନ କରିବା ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି ମାନସ ବାରିକ ଓ ତାଙ୍କ ପତ୍ନୀ । ଦୀର୍ଘ ୧୨ ବର୍ଷ ପରେ ଯକୃତ ପ୍ରତିରୋପଣ ଭଳି ଜଟିଳ ଅପରେସନ ଏସସିବି ଆରମ୍ଭ କରିବା ପରେ ଏଣିକି ଏହି ରୋଗ ରେ ପୀଡିତ ରୋଗୀ ଅନେକ ମାତ୍ରାରେ ସୁସ୍ଥ ହୋଇ ଘରକୁ ଫେରିପାରିବେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.