ETV Bharat / state

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ସଭାପତି ପଦରୁ ସଂଗ୍ରାମ କେଶରୀ ପାଇକରାୟଙ୍କ ଇସ୍ତଫା - Sangram Keshari Paikray Resigns

author img

By ETV Bharat Odisha Team

Published : Jun 9, 2024, 2:10 PM IST

Odisha Khadi Gramdyog Board President Resigns: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ । ଦୁଇ ଥର ଏଠାରେ ସଭାପତି ଦାୟିତ୍ୱରେ ତୁଲାଇଇବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ
ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ (ETV Bharat Odisha)

ଭୁବନେଶ୍ୱର: ଓଡ଼ିଶା ଖଦି ଓ ଗ୍ରାମ୍ୟ ଉଦ୍ୟୋଗର ସଭାପତି ପଦରୁ ଇସ୍ତଫା ଦେଲେ ସଂଗ୍ରାମ କେଶରୀ ପାଇକରାୟ । ଦୁଇ ଥର ଏଠାରେ ସଭାପତି ଦାୟିତ୍ୱ ତୁଲାଇବା ପରେ ସେ ଇସ୍ତଫା ଦେଇଛନ୍ତି । ସଂଗ୍ରାମ ୩୧ ଅଗଷ୍ଟ ୨୦୧୯ ରୁ ଜୁନ ୫ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ଏହାପରେ ୨୧ ଅକ୍ଟୋବର ୨୦୨୨ ରୁ ୮ ଜୁନ ୨୦୨୪ ପର୍ଯ୍ୟନ୍ତ ପୁଣି ସଭାପତି ଦାୟିତ୍ୱରେ ରହିଥିଲେ । କିନ୍ତୁ ସେ ଯେଉଁ ଦଳରୁ ଖଦି ବୋର୍ଡରେ ଅବସ୍ଥାପିତ ହୋଇଥିଲେ ସେହି ସରକାର ଅର୍ଥାତ ରାଜ୍ୟରେ ବିଜେଡି ସରକାର ପରିବର୍ତ୍ତନ ହେବା ପରେ ସେ ନିଜ ପାଦ ଛାଡିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ ନିଜ ପ୍ରତିକ୍ରିୟାରେ ନିଜ ସଫଳ କାର୍ଯ୍ୟର ଅନୁଭୂତି ବଖାଣିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରାଜ୍ୟର ନୂଆ ସରକାର ଏହି ବିଭାଗର ଦାୟିତ୍ୱ ଆଗକୁ ଭଲ ଭାବରେ ତୁଲାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।

ରାଜ୍ୟରେ ଖଦି ଗ୍ରାମଶିଳ୍ପର ପ୍ରସାର କରିବା ଏହି ବୋର୍ଡର ମୁଖ୍ୟ ଲକ୍ଷ୍ୟ ହୋଇଥିବା କହିବା ସହ ତାଙ୍କର ୭ ବର୍ଷର କାର୍ଯ୍ୟକଳାପର ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ସେ କହିଛନ୍ତି, ବିଭାଗରେ ମୋ ଦାୟିତ୍ୱ କାଳରେ ଖଦି ବୋର୍ଡ଼ର ଥିବା ଅନେକ ଜାଗାକୁ ଜବରଦଖଲ ମୁକ୍ତ କରାଯାଇଛି । ଏହାସହ ବୋର୍ଡ ଭିତରେ ଥିବା ହସ୍ତଚାଳିତ ମହୁ ବିଶୋଧାନାଗାରର ଉନ୍ନତି ସହ ଏକ ସ୍ୱୟଂ ଚଳିତ ମହୁବିଶୋଧାନାଗାର ପ୍ରତିଷ୍ଠା କରିଛନ୍ତି ।

ମହୁମାଛିର ପ୍ରଚାର ପ୍ରସାର ପାଇଁ ଚାଷୀଙ୍କୁ ମହୁ ବକ୍ସ ସହ ଆନୁସଙ୍ଗିକ ଜିନିଷ ମଧ୍ୟ ଯୋଗାଇ ଦେଇଛି ବୋର୍ଡ । ତାଙ୍କ ଅମଳରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବପୀଢ଼ିଙ୍କୁ ଗ୍ରାମଦ୍ୟୋଗ ଆରମ୍ଭ କରିବା ପାଇଁ ଲୋନ ସାହାଯ୍ୟ ଦେଇଥିବା ସେ କହିଛନ୍ତି । ଖଦିର ପ୍ରଚାର ପ୍ରସାର ସହ ଏହାର ବିକ୍ରୟ ଓ ବୁଣାକାରଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରଦର୍ଶନୀ ସହ ସଚେତନତା ଶିବିର ଆୟୋଜିତ କରିଛନ୍ତି । ଏହାସହ ଭୀମପୁର ସ୍ଥିତ ଉଦ୍ୟୋଗପୁରୀ ଠାରେ ୟୁନିଟ ମଲ୍ ସ୍ଥାପନ କରିଛନ୍ତି ବୋଲି ସେ କହିଛନ୍ତି । ତେବେ ଏହି ବିଭାଗର ସମସ୍ତ କାମ ଜାରି ରହିଛି । ନୂଆ ସରକାର ଆସିଲେ ମଧ୍ୟ ଏହି ବିଭାଗର କାମ ଜାରି ରହିବ ଏବଂ ଆଗକୁ ଭଲ ଭାବେ ହେବ ବୋଲି ଆଶା ପ୍ରକଟ କରିଛନ୍ତି ସଂଗ୍ରାମ କେଶରୀ ପାଇକରାୟ ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ତିନି ପରାମର୍ଶଦାତାଙ୍କ ସହ ଆଇଟି ସଚିବଙ୍କ ଇସ୍ତଫା

ଭୁବନେଶ୍ୱର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.