ETV Bharat / state

ସମ୍ବଲପୁର ମାଆ-ଝିଅ ମୃତ୍ୟୁର ଖୁଲାସା, ଶ୍ବାସରୁଦ୍ଧ ପରେ ପେଟ୍ରୋଲ ଢାଳି ପୋଡ଼ିଥିଲେ ବାପା-ପୁଅ - SAMBALPUR MOTHER DAUGHTER DEATH

ସମ୍ବଲପୁରରେ ମାଆ-ଝିଅଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ଘଟଣାର ନୂଆ ମୋଡ଼ । ଶ୍ବାସରୁଦ୍ଧ କରି ହତ୍ୟା ପରେ ପେଟ୍ରୋଲ ଢାଳି ଦିଆଯାଇଥିବା ପୋଲିସର ସୂଚନା । ଅଭିଯୁକ୍ତ ବାପା-ପୁଅ ଗିରଫ ।

ସମ୍ବଲପୁର ମାଆ-ଝିଅ ମୃତ୍ୟୁ ଘଟଣା: ଅଗ୍ନିକାଣ୍ଡ ନୁହେଁ, ସମ୍ପତ୍ତି ପାଇଁ ହତ୍ୟା କରିଛନ୍ତି ପୁଅ ଓ ନାତି
ସମ୍ବଲପୁର ମାଆ-ଝିଅ ମୃତ୍ୟୁ ଘଟଣା: ଅଗ୍ନିକାଣ୍ଡ ନୁହେଁ, ସମ୍ପତ୍ତି ପାଇଁ ହତ୍ୟା କରିଛନ୍ତି ପୁଅ ଓ ନାତି (ETV Bharat Odisha)
author img

By ETV Bharat Odisha Team

Published : Nov 7, 2024, 12:43 PM IST

ସମ୍ବଲପୁର: ସଦର ଥାନା ମାନେଶ୍ଵର ହାଟପଦାରେ ବୃଦ୍ଧା ମାଆ ଓ ଝିଅଙ୍କ ନିଆଁରେ ପୋଡି ହୋଇ ସନ୍ଦେହଜନକ ମୃତ୍ୟୁ ହେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ଏହା କୌଣସି ଅଗ୍ନିକାଣ୍ଡ ଜନିତ ଅଘଟଣ ନୁହେଁ ବରଂ ଏକ ଯୋଜନାବଦ୍ଧ ଡବଲ ମର୍ଡର । ପରେ ଏହାକୁ ଅଘଟଣର ରୂପ ଦେବାକୁ କରାଯାଇଥିଲା ସୁପରିକଳ୍ପିତ ଷଡଯନ୍ତ୍ର । ବୃଦ୍ଧା ମହିଳା ଓ ତାଙ୍କ ଝିଅଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ଖୋଦ ବୃଦ୍ଧାଙ୍କ ପୁଅ ଓ ନାତି ।

ହତ୍ୟାକାଣ୍ଡ ପରେ ଏହାକୁ ଅଘଟଣ ରୂପ ଦେବା ପାଇଁ ଉଭୟ ମୃତଦେହରେ ପେଟ୍ରୋଲ ଢାଳି ପୋଡିଥିଲେ ଉଭୟ ଅଭିଯୁକ୍ତ ବାପା-ପୁଅ । ହତ୍ୟାକାଣ୍ଡ ପଛରେ ରହିଛି ସମ୍ପତ୍ତି ଓ ଜମିବାଡି କାରଣ । ଗତକାଲିଠାରୁ ସମ୍ବଲପୁର ସଦର ପୋଲିସ ମାମଲାର ଛାନଭିନ ଜାରି ରଖିଥିବା ବେଳେ ମାମଲାର ଫର୍ଦ୍ଦାଫାସ କରିଛି । ଉଭୟ ଅଭିଯୁକ୍ତ ପୁଅ ଓ ନାତିକୁ ଗିରଫ କରାଯାଇଥିବା ନିଜେ ସଦର ‘ଏସଡିପିଓ’ ସ୍ପଷ୍ଟ କରିଛନ୍ତି ।

ଜମି ବାଡ଼ି ପାଇଁ ମାଆ ଝିଅ କୁ ହତ୍ୟା କଲେ ବାପା ପୁଅ! (ETV Bharat odisha)
  • ଶ୍ବାସରୁଦ୍ଧ କରି ମାରିଥିଲେ ପୁଅ-ନାତି, ପେଟ୍ରୋଲ ଢାଳି ଜାଳିଥିଲେ: ପୋଲିସ

SDPO ତୁଫାନ ବାଗ ଗଣମାଧ୍ୟମକୁ କହିଛନ୍ତି, ‘‘ପୋଲିସ ଖବର ପାଇ ଉଭୟ ମୃତଦେହ ଜବତ କରି ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ ମୃତ ବୃଦ୍ଧାଙ୍କ ଝିଅଙ୍କ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ସନ୍ଦେହଜନକ ଭୂମିକାରେ ଥିବା ବାପ-ପୁଅଙ୍କୁ ଜେରା କରାଯାଇଥିଲା । ଅଭିଯୁକ୍ତ ହେଲେ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ସଙ୍କେତ ଦୀକ୍ଷିତ । ଦୁଇଟି ଟିମ୍‌ ସମସ୍ତ ଦିଗରୁ ତଦନ୍ତ କରି ଏହି ଖୁଲାସା କରିଛି । ବାପ ଓ ପୁଅ ହିଁ ଶ୍ୱାସରୁଦ୍ଧ କରି ଉଭୟଙ୍କୁ ହତ୍ୟା କରିଥିଲେ । ପରେ ଏହାକୁ ଦୁର୍ଘଟଣା ରୂପ ଦେବା ପାଇଁ ପେଟ୍ରୋଲ ଢାଳି ଉଭୟ ମୃତଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପରିବାରରେ ଜମିବାଡି ବିବାଦ ରହିଛି ଓ ସେହି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ’’

ସମ୍ବଲପୁର ମାଆ-ଝିଅ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ସମ୍ପତ୍ତି ପାଇଁ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ପୁଅ ଓ ନାତି, ପେଟ୍ରୋଲ ଢାଳି ପୋଡିଥିଲେ
ସମ୍ବଲପୁର ମାଆ-ଝିଅ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ସମ୍ପତ୍ତି ପାଇଁ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ପୁଅ ଓ ନାତି, ପେଟ୍ରୋଲ ଢାଳି ପୋଡିଥିଲେ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଶୋଇଥିବା ବେଳେ ଲାଗିଗଲା ନିଆଁ, ମାଆ-ଝିଅ ଜୀବନ୍ତ ଦଗ୍ଧ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ

ସମ୍ବଲପୁର ମାଆ-ଝିଅ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ସମ୍ପତ୍ତି ପାଇଁ ଶ୍ବାସରୁଦ୍ଧ କରି ହତ୍ୟା କରିଛନ୍ତି ପୁଅ ଓ ନାତି, ପେଟ୍ରୋଲ ଢାଳି ପୋଡିଥିଲେ
ସମ୍ବଲପୁର ମାଆ-ଝିଅ ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ସମ୍ପତ୍ତି ପାଇଁ ଶ୍ବାସରୁଦ୍ଧ କରି ହତ୍ୟା କରିଛନ୍ତି ପୁଅ ଓ ନାତି, ପେଟ୍ରୋଲ ଢାଳି ପୋଡିଥିଲେ (ETV Bharat Odisha)
  • ଗତକାଲି ଠାବ ହୋଇଥିଲା ମାଆ- ଝିଅଙ୍କ ମୃତଦେହ

ଗତକାଲି (ବୁଧବାର) ସଦର ଥାନା ଅନ୍ତର୍ଗତ ମାନେଶ୍ଵର ହାଟପଦାରେ 95 ବର୍ଷୀୟା ବୃଦ୍ଧା ସ୍ନେହଲତା ଦୀକ୍ଷିତ ଏବଂ ତାଙ୍କର 62 ବର୍ଷୀୟା ଝିଅ ସଇରେନ୍ଦ୍ରୀ ଦୀକ୍ଷିତଙ୍କର ସନ୍ଦେହଜନକ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିଲା । ପ୍ରାଥମିକ ଭାବେ ଏହା ଏକ ଅଗ୍ନିକାଣ୍ଡ ବୋଲି ସନ୍ଦେହ କରାଯାଉଥିଲେ ସୁଦ୍ଧା ମୃତ ବୃଦ୍ଧା ସ୍ନେହଲତାଙ୍କର ଅନ୍ୟ ଜଣେ ଝଅ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ । ସେ ନିଜ ଭାଇ, ଜମିବାଡି ବିବାଦ ପାଇଁ ମାଆ ଓ ବଡ଼ ଭଉଣୀଙ୍କୁ ହତ୍ୟା କରିଛି ବୋଲି ଅଭିଯୋଗ ଆଣିବା ପରେ ପୋଲିସ ତଦନ୍ତର ମୋଡ ବଦଳିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ବୃଦ୍ଧାଙ୍କ ପୁଅ ଓ ନାତିଙ୍କ ସମେତ ପରିବାର ଅନ୍ୟ କିଛି ସଦସ୍ୟଙ୍କୁ ଅଟକ ରଖି ଜେରା କରିଥିଲା । ପରେ ଏହି ଘଟଣାର ଚାଞ୍ଚଲ୍ୟକର ଖୁଲାସା ହୋଇଛି । ସମ୍ପତ୍ତି ପାଇଁ ନିଜ ଜନ୍ମିତ ପୁଅ ନିଜ ପୁଅ ସହ ମିଶି ନିଜ ମାଆ ଓ ଭଉଣୀଙ୍କୁ ହତ୍ୟା କରି ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ବୋଲି ରୂପ ଦେବାକୁ ପ୍ରୟାସ କରିଛି । ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ । ଏହି ଘଟଣା ସାରା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.