ETV Bharat / state

ସୁନ୍ଦରଗଡ଼ରେ ମଧ୍ୟପ୍ରଦେଶର ମହାବଳ, ବନ ବିଭାଗ କ୍ୟାମେରାରେ କଏଦ - Royal Bengal Tiger In Sundargarh

Royal Bengal Tiger In Sundargarh: ଦୀର୍ଘ ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ ହୋଇଛି । ବାଘଟି ମଧ୍ୟପ୍ରଦେଶରୁ ଆସିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

Royal Bengal Tiger
Royal Bengal Tiger
author img

By ETV Bharat Odisha Team

Published : Mar 18, 2024, 8:43 PM IST

Royal Bengal Tiger

ଭୁବନେଶ୍ବର/ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଠାବ ହୋଇଛି ମହାବଳ ବାଘ । ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ ହୋଇଥିବା ଜଣାପଡ଼ିଛି । ବନ ବିଭାଗର କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଛି । ତେବେ ବାଘଟି ମଧ୍ୟପ୍ରଦେଶରୁ ଆସିଥିବା ନେଇ NTCA (National Tiger Conservation Authority) ସୂଚନା ଦେଇଛନ୍ତି । ଓଡ଼ିଶାରେ ନୂଆ ଇଲାକା ତିଆରି ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ସୂଚନା ଅନୁଯାୟୀ, ଗତ ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ କଳା ବାଘ ମଧ୍ୟ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ଦୁଇ ଦଶନ୍ଧି ପରେ ଏକ ମହାବଳ ବାଘ ଠାବ ହୋଇଛି ।

ସେପଟେ ମହାବଳ ବାଘ ଚିହ୍ନଟ ପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକମାନଙ୍କ ସମେତ ବନ କର୍ମଚାରୀମାନେ ଏହାକୁ ଦେଖିବାକୁ ପାଇଛନ୍ତି । ଓଡ଼ିଶାର ଜଙ୍ଗଲରେ କଳାବାଘ ମଧ୍ୟ ରହିଛନ୍ତି । ଏହା ସହିତ ଅନେକ ବନଖଣ୍ଡରେ କଳା କଲରାପତିଆ ବାଘ ରହିଛନ୍ତି । ବିଭିନ୍ନ ସମୟରେ କଳା ବାଘର ଉପସ୍ଥିତିକୁ ନେଇ ତଥ୍ୟ ରହିଛି । ସୂଚନା ଥାଉ, ରାଜ୍ୟରେ ବାଘ ଗଣନା ରିପୋର୍ଟ ଅନୁସାରେ ୩୦ଟି ମହାବଳ ବାଘ ଚିହ୍ନଟ ହୋଇଛନ୍ତି । ଏହାସହ ୮ଟି ଶାବକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ତେବେ ଏହାରି ମଧ୍ୟରେ ୧୪ଟି ବାଘୁଣୀ ରହିଛନ୍ତି । ରାଜ୍ୟରେ ଶିମିଳିପାଳରେ ସର୍ବାଧିକ ବାଘ ଚିହ୍ନଟ ହୋଇଛନ୍ତି । ୨୪ଟି ମହାବଳ ବାଘ ରହିଥିବାବେଳେ ୮ଟି ଶାବକ ଚିହ୍ନଟ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବାଘ ଆଣିବା ପାଇଁ ଅଣ୍ଟା ଭିଡୁଛି ବନବିଭାଗ, ଅଭୟାରଣ୍ୟରେ ଚାରଣ ଭୂମି ଉନ୍ନତି ପାଇଁ ପ୍ରଶିକ୍ଷଣ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ପୁଣି ଦେଖାଦେଲା କଳା ବାଘ, କ୍ୟାମେରାରେ ଚିତ୍ର କଏଦ

ସେହିପରି ଭାବରେ କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡରେ ଗୋଟିଏ ବାଘ ଚିହ୍ନଟ ହୋଇଥିବାବେଳେ ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଚିହ୍ନଟ ହୋଇଛି । ସେହିପରି ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ଥିବା ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ବାଘଗଣନା ପାଇଁ ୧ ହଜାର ୪୩୨ଟି କ୍ୟାମେରା ଜଙ୍ଗଲ ମଧ୍ୟରେ ଲଗାଯାଇଥିଲା । ଏହାରି ମଧ୍ୟରେ ରାଜ୍ୟରେ ଥିବା ୪୭ଟି ଡିଭିଜନରେ ବାଘ ଗଣନା କରାଯାଇଥିଲା । କେବଳ ଭଦ୍ରକ, ରାଜନଗର, ପୁରୀ ଏବଂ ଚିଲିକାକୁ ଛାଡିଦେଲେ ଅନ୍ୟ ଡିଭିଜନରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା । ଏହାରି ମଧ୍ୟରେ ୫୬୭ଟି ବାଘଙ୍କର ବିଭିନ୍ନ ଦିଗରୁ ଫଟୋ ଉଠାଯାଇଥିଲା । କଳାବାଘ ୪୦ ପ୍ରତିଶତ ରହିଥିବା ଜଣାପଡିଛି । ସେଥିରୁ କେବଳ ଶିମିଳିପାଳ ଡିଭିଜନରେ ୭ଟି ବାଘୁଣୀ ଓ ୬ଟି ବାଘ ରହିଥିବା ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର/ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.