ETV Bharat / state

ଲୋକଙ୍କୁ ଜମି ପଟ୍ଟା ପ୍ରମାଣ ପତ୍ର ବଣ୍ଟନରେ ଭୁଆଁ ବୁଲାଉଛନ୍ତି ସରକାର: କଂଗ୍ରେସ

author img

By ETV Bharat Odisha Team

Published : Mar 2, 2024, 11:42 AM IST

Congress Press Meet: ଜାଗା ମିଶନ ଏବଂ ଉଷା ସର୍ଭେରେ ଜମି ପଟ୍ଟା ପ୍ରମାଣ ପତ୍ର ବଣ୍ଟନରେ ଲୋକଙ୍କୁ ସରକାର ଭୁଆଁ ବୁଲାଉଥିବା କଂଗ୍ରେସର ଅଭିଯୋଗ । ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଲା ରାଉରକେଲା କଂଗ୍ରେସ । ଅଧିକ ପଢନ୍ତୁ

Rourkela Congress
Rourkela Congress

Rourkela Congress

ରାଉରକେଲା: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଉରକେଲାରେ ଜାଗା ମିଶନ ଏବଂ ଉଷା ସର୍ଭେରେ ଜମି ପଟ୍ଟା ପ୍ରମାଣ ପତ୍ର ବଣ୍ଟନରେ ଲୋକଙ୍କୁ ସରକାର ଭୂଆଁ ବୁଲାଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ରାଉରକେଲା ଜିଲ୍ଲା କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଛି,''ସ‌ହରାଞ୍ଚଳ ବସ୍ତିବାସୀଙ୍କୁ ଜମିର ମାଲିକାନା ଦେବା ପାଇଁ ଗତ ୨୦୨୨ ମସିହା ନଭେମ୍ବର ମାସରେ ଉଷା (ଅର୍ବାନ ସ୍କୁମ୍ ହାଉସହୋଲ୍ଡ ଏରିଆ) ସର୍ଭେ କରାଯାଇଥିଲା । ଗତ ୨୦୨୩ ଶେଷ ସୁଦ୍ଧା ବସ୍ତିବାସୀଙ୍କୁ ମାଲିକାନା ପ୍ରମାଣ ପତ୍ର ଦେବା ପାଇଁ କୁହାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ବସ୍ତିବାସୀଙ୍କୁ ବିନା ମୂଲ୍ୟରେ ଜମି ପଟ୍ଟା ଦେବା ପାଇଁ ପ୍ରଚାର କରିଥିବା ବେଳେ ପରବର୍ତ୍ତୀ ସମୟରେ ଜମି ଅଧିକାର ପ୍ରମାଣ ପତ୍ର ଦିଆଯିବ ବୋଲି କୁହାଯାଇଥିଲା । ବସ୍ତିବାସୀଙ୍କୁ ଜମିଅଧିକାର ପ୍ରମାଣ ପତ୍ର ନାଁରେ ଶୋଷଣ କରାଯାଉଛି ।''

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଉରକେଲା ମହାନଗନର ନିଗମ ତରଫରୁ ଶୁକ୍ରବାର ରାଉରକେଲା ସହରାଞ୍ଚଳ ବସ୍ତିବାସୀଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କରାଯାଇଛି । ପ୍ରତି ହିତାଧିକାରୀଙ୍କୁ ୩୨୩ ବର୍ଗ ଫୁଟ ବିନାମୂଲ୍ୟରେ ଜମି ଅଧିକାର ପ୍ରମାଣ ପତ୍ର ଦେବା ପାଇଁ ବ୍ୟବସ୍ଥା କରାଯାଇ ସର୍ବାଧିକ ୪୮୪ ବର୍ଗଫୁଟ ଜମି ଦିଆଯାଇ ପାରିବ ବୋଲି ଜାରି ନୋଟିସ୍‌ରେ କୁହାଯାଇଛି । ତେବେ ବଳକା ୧୬୧ ବର୍ଗଫୁଟ ପାଇଁ ସଂପୃକ୍ତ ଅଞ୍ଚଳରେ ଜମିର ସରକାରୀ ମୂଲ୍ୟର ୫ ପ୍ରତିଶତ ଜମା କରିବାକୁ କୁହାଯାଇଥିବା ବେଳେ ଅନେକ ହିତାଧିକାରୀଙ୍କୁ ଆର୍ଥିକ ଦୁର୍ବଳ ଶ୍ରେଣୀର ନୁହଁନ୍ତି ବୋଲି କୁହାଯାଇ ସେମାନଙ୍କ ଦଖଲରେ ଥିବା ସମୁଦାୟ ଜମି ଉପରୁ ୧୦ ପ୍ରତିଶତ ଅର୍ଥ ଦାବି କରାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ମିଶିବା କଥା ଗୁଜବ, ଏହା ବିରୋଧୀଙ୍କ ଷଡଯନ୍ତ୍ର: ସୁରେନ୍ଦ୍ର ସିଂହ ଭୋଇ

କଂଗ୍ରେସ ଆହୁରି ମଧ୍ୟ କହିଛି ଯେ, ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସ୍ଥିତି ସମ୍ପର୍କରେ କୌଣସି ସର୍ଭେ ହୋଇନଥିବା ବେଳେ କିପରି ଲୋକଙ୍କୁ ଆର୍ଥିକ ଦୁର୍ବଳ ଶ୍ରେଣୀର ନୁହଁନ୍ତି ବୋଲି ଚିହ୍ନଟ କରାଗଲା ତାହା ଏବେ ଏକ ବଡ ପ୍ରଶ୍ନ । ଯଦି ଖାଦ୍ୟ ସୁରକ୍ଷାରେ ରାସନ କାର୍ଡ ଧାରୀଙ୍କୁ ଆର୍ଥିକ ଦୁର୍ବଳ ଶ୍ରେଣୀର ବୋଲି ବିବେଚନା କରାଯାଇଥାଏ ତେବେ କେତକ ରାସନ କାର୍ଡ ଧାରୀଙ୍କ ଠାରୁ ମଧ୍ୟ କିପରି ୧୦ ପ୍ରତିଶତ ଅର୍ଥ ସେମାନେ ଦଖଲରେ ଥିବା ସମୁଦାୟ ଜମି ଉପରୁ ଦାବି କରାଯାଇଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ବସ୍ତିବାସୀମାନେ ଦୀର୍ଘ ବର୍ଷ ଧରି ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ବେଳେ ସେମାନଙ୍କୁ ବାସଗୃହ ଠିକଣାରେ ବିଜୁଳି ପାଣି, ଆଧାରକାର୍ଡ, ଭୋଟର କାର୍ଡ, ରେସନକାର୍ଡ ଇତ୍ୟାଦି ଯୋଗାଇ ଦିଆଯାଇଛି । ଏହା ପରେ ଆଉ ଭୂମି ଅଧିକାର ପ୍ରମାଣପତ୍ରର କ'ଣ ଆବଶ୍ୟକ‌ତା ଅଛି ବୋଲି ଜିଲ୍ଲା କଂଗ୍ରେସ ପ୍ରଶ୍ନ କରିଛି । ତେବେ ସରକାରୀ ଜମି ଉପରେ ବସବାସ କରୁଥିବା ବସ୍ତିବାସୀଙ୍କୁ ଏହି ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ହୋଇଥୁଲା ବେଳେ ଦୀର୍ଘ ୪୦-୫୦ ବର୍ଷ ଧରି ରାଉରକେଲା ଇସ୍ପାତ କାରଖାନା, ରେଳବାଇ ଓ ସଂଗ୍ରହିତ ଜଙ୍ଗଲ ଜମିରେ ଥିବା ବସ୍ତିବାସୀଙ୍କୁ ଏହି ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ଜନକଭାବେ ବାଦ ଦିଆଯାଇଛି ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.